ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର, ପରୀ ଗାଁକୁ ଯିବେ

Published: Dec 3, 2020, 5:40 am IST

ଭୁବନେଶ୍ୱର, ସାଂସଦ ତଥା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଏ ଚେଲା କୁମାର ୨ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି । ଆସନ୍ତା ୪ ତାରିଖ ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ଦିନ ୧୧ଟାରେ କଂଗ୍ରେସ ଭବନରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ ଏବଂ ସେହିଦିନ ଦିନ ୪ଘଟିକା ସମୟରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ୫ ତାରିଖ ଦିନ ନୟାଗଡ଼ ଗ୍ରସ୍ତ କରି ମୃତ ପରୀର ପରିବାରକୁ ଭେଟିବେ ଏବଂ ସେହିଦିନ ନୟାଗଡ଼ରୁ ଭୁବନେଶ୍ୱର ଫେରି ଦିବା ୩ ଘଟିକା ସମୟରେ କଂଗ୍ରେସର ଆଗାମୀ ରଣନୀତି ନେଇ କଂଗ୍ରେସ ଭବନ ରେ ଅନୁଷ୍ଠିତ ହେବାକୁ ଥିବା ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Related posts