କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୫ ହଜାର ୫୫୧ ନୂତନ ଆକ୍ରାନ୍ତ ଚିହ୍ନଟ, ୫୨୬ ମୃତ

Published: Dec 3, 2020, 10:45 am IST

ନୂଆଦିଲ୍ଲୀ: ଦେଶରେ ଗତ ୨୪  ଘଣ୍ଟାରେ ୩୫ ହଜାର ୫୫୧ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୨୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫କୁ ବୃଦ୍ଧି ପାଇ ଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୮ ହଜାର ୬୪୮ ରେ ପହଞ୍ଚିଛି। ସେହିପରି ଏବେ ସୁଦ୍ଧା ଦେଶରେ ୪ ଲକ୍ଷ ୨୨ ହଜାର ୯୪୩ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ। ବିଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ  ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Related posts