ତିନୋଟି ରାଜ୍ୟର ମିଡିଆ ପ୍ରଭାରୀ ହେଲେ ଅପରାଜିତା ଷଡଙ୍ଗୀ

Published: Dec 3, 2020, 5:03 pm IST

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜାତୀୟ ରାଜନୀତିରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ପ୍ରଶାସନିକ ସେବାରୁ ରାଜନୀତିରେ ପାଦ ଥାପିଥିବା ଅପରାଜିତା ବିଜେପିର ସାଂସଦ ରହିଥିବା ବେଳେ ଜାତୀୟ ରାଜନୀତିରେ ନିଜର ଦବ୍‌ଦବା ଜାହିର୍‌ କରୁଛନ୍ତି ।  ଗତ ସେପ୍ଟେମ୍ବର 26 ତାରିଖରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବରେ ଘୋଷଣା କରାଯାଇଥିଲା । ଏବେ ତାଙ୍କୁ ନୂତନ ଦାୟିତ୍ବ ଦିଆଯାଇଛି । ଆଜି ତାଙ୍କୁ ତିନି ରାଜ୍ୟର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଗୋଟିଏ ରାଜ୍ୟର ଦାୟିତ୍ୱ ଅପରାଜିତାଙ୍କୁ ପ୍ରଦାନ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚେରୀ ଏବଂ ଓଡିଶାର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ବିଭିନ୍ନ ନେତାଙ୍କୁ ରାଷ୍ଟ୍ରୀୟ ଦାୟିତ୍ୱ ପ୍ରଦାନ କରାଯାଇଛି । ସେପ୍ଟେମ୍ବର 26 ତାରିଖରେ ଅପରାଜିତାଙ୍କ ସମେତ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଘୋଷଣା କରାଯାଇଥିଲା । ଏହା ବ୍ୟତୀତ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ମଧ୍ୟ ଘୋଷଣା କରିଥିଲା ବିଜେପି ।

Related posts