ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୨୯ ଜଣ କରୋନା ଆକ୍ରାନ୍ତ

Published: Dec 3, 2020, 7:53 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୬୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ଅନୁଗୁଳରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୬୫, ଖୋର୍ଦ୍ଧାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡାରୁ ୩୯, ଝାରସୁଗୁଡାରୁ ୩୬, ବଲାଙ୍ଗିରିରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୩୬, କେନ୍ଦୁଝରରୁ ୨୬, ବାଲେଶ୍ବରରୁ ୨୫, ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମରୁ ୧୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୭, ବରଗଡରୁ ୧୪, ଯାଜପୁରରୁ ୧୪, କଳାହାଣ୍ଡିରୁ ୭, ନୟାଗଡରୁ ୭, ଢେଙ୍କାନାଳରୁ ୬, କୋରାପୁଟରୁ ୬, ଗଜପତିରୁ ୪, ନବରଙ୍ଗପୁରରୁ ୪, ରାୟଗଡରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, କନ୍ଧମାଳରୂ ୨, ସୋନପୁରରୁ ୧ ଏବଂ ଏବଂ ଷ୍ଟେଟ୍ ପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୪ ହଜାର ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୧୭ ମଧ୍ୟରୁ ୪ ହଜାର ୧୮୬ ଜଣ ଚିକିତ୍ସିଧୀନ ଥିବା ବେଳେ ୧୭୫୫ ଜଣ କରୋନାରେ ମୃତ୍ୟୁବରଣ କରଛନ୍ତି।

 

Related posts