Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟାଳୟ ସ୍ଥାନାନ୍ତର ନକରିବାକୁ ଦାବିପତ୍ର
ଆଜିର ଖବର

ବିଦ୍ୟାଳୟ ସ୍ଥାନାନ୍ତର ନକରିବାକୁ ଦାବିପତ୍ର

December 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବୁଗୁଡ଼ା ବାଲିପଦର ପଞ୍ଚାୟତ ଅନ୍ତର୍ଗତ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପ୍ରତିବାଦରେ ଆଜି ଗ୍ରାମ ପରିଚାଳନା କମିଟିର ସଦସ୍ୟମାନେ ତୁରନ୍ତ ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ପାଇଁ ବୁୁଗୁଡ଼ା ବିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରେ ନାମ ନ ଲେଖାଇବାକୁ ବିଇଓ ରସାନନ୍ଦ କର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବାରଣ କରିଥିଲେ। ଫଳରେ ଏଯାବତ୍ ୨୫ ଜଣ ଛାତ୍ରଛାତ୍ରୀ ନାମଲେଖାରୁ ବଂଚିତ ହୋଇଛନ୍ତି। ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କ ଟିସିକୁ ଜବରଦସ୍ତ ନେଇ ନିକଟସ୍ଥ ଦଶିପୁର ବିଦ୍ୟାଳୟକୁ ନେଇଯାଇଛନ୍ତି। ସଦାଶିବପୁରରୁ ଦଶିପୁର ସ୍କୁଲ ଯିବାକୁ ବିଭିନ୍ନ ପ୍ରତିବନ୍ଧକ ରହିଛି ଯଥା-ରାସ୍ତାଟି ନିଛାଟିଆ ସହ କଚ୍ଚା, ବର୍ଷା ଦିନେ ପିଲାମାନେ ଯିବା ଅସମ୍ଭବ। ରାସ୍ତା ନିକଟରେ ଏକ ଶ୍ମଶାନ ଓ ଏକ ପୁଷ୍କରିଣୀ ରହିଛି ଯାହା ଛାତ୍ରଛାତ୍ରୀଙ୍କ ମନରେ ଭୟର କାରଣ, ରାସ୍ତା ପାଶ୍ୱର୍ରେ ଦୁଇଟି ବିଦ୍ୟୁତ ସବ୍‌ଷ୍ଟେସନ ବିପଦପୂର୍ଣ୍ଣ ରହିଛି, ଏହି ରାସ୍ତାଟି ନିଛାଟିଆ ଏବଂ ଜଂଗଲିଆ ସହ ଦଶିପୁର ଅନ୍ୟ ପଞ୍ଚାୟତରେ ଅବସ୍ଥିତ।

ତେଣୁ ଗ୍ରାମବାସୀମାନେ ଜିଦ୍ କରି ଦୃଢ଼ ସଂକଳ୍ପ ନେଇଛନ୍ତି ଯେ ସେମାନଙ୍କ ପିଲାକୁ ଦଶିପୁର ସ୍କୁଲକୁ ଛାଡ଼ିବେ ନାହିଁ। ଏତାଦୃଶ ମନୋମୁଖୀ ଓ ବେପାରୁଆ ଭାବେ ବିନା ଅନୁସନ୍ଧାନ କରି ବିଇଓ ରସାନନ୍ଦ କର କିପରି ସ୍କୁଲ ସ୍ଥାନାନ୍ତର ପାଇଁ ସୁପାରିଶ କରିଛନ୍ତି ତାହା ପ୍ରଶ୍ନାବାଚୀ ସୃଷ୍ଟି କରିଛି। ଏଣୁ ସ୍କଲକୁ ସ୍ଥାନାନ୍ତର ନ କରିବାକୁ ୨୬ଟି ପିଲାଙ୍କ ନାମ ଲେଖାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।

ଦାବିପତ୍ର ପ୍ରଦାନ ସମୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଦୋଷ କୁୁମାର ରଥ, ଚେୟାରପର୍ସନ ଟୁନି କୁମାରୀ ଖାଡ଼ଙ୍ଗା, ଗ୍ରାମ୍ୟ ଉନ୍ନୟନ ସମିତି ସଭାପତି ଚିରଞ୍ଜିବି ଖାଡ଼ଙ୍ଗା, ସଂପାଦକ ପ୍ରଭାକର ରଥ, ସରୋଜ କୁମାର, ଗୋପବନ୍ଧୁ, ସତ୍ୟନାରାୟଣ ଖାନଙ୍ଗା, ରାଜେଶ କୁମାର ଖାଡ଼ଙ୍ଗା, ହରମୋହନ ଖାଡଙ୍ଗା ପ୍ରମୁଖଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025

Nuapada Bypoll: ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

October 14, 2025
Latest News

ବଡ଼ ପରଦାରେ ନିରିହ ଶିଶୁ ନିର୍ଯ୍ୟାତନାର କାହାଣୀ ‘ପରୀ’

October 14, 2025

“ଆଫଗାନ ପିଲାଙ୍କ ହତ୍ୟା ପାଇଁ ପାକିସ୍ତାନ ଦାୟୀ,” UNGA ରେ ପାକିସ୍ତାନକୁ କଡା ନିନ୍ଦା କଲା ଭାରତ

October 14, 2025

ଜମ୍ମୁ କାଶ୍ମୀରରେ ସେନାର ବଡ଼ ଅଭିଯାନ: ଦୁଇ ଆତଙ୍କବାଦୀ ନିହତ, ଅପରେସନ ଜାରି

October 14, 2025

ବାଲୁଗାଁ: ବୋଲେରୋକୁ ଧକ୍କା ଦେଲା ଟ୍ରକ, ଶରୀରରୁ ଅଲଗା ହେଲା ଚାଳକଙ୍କ ହାତ, ୧୨ ଆହତ

October 14, 2025

Nuapada Bypoll: ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ, ସାଥିରେ ରହିବେ ମୁଖ୍ୟମନ୍ତ୍ରୀ

October 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.