ରାଜ୍ୟରେ ଆଉ ପାଞ୍ଚ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Published: Dec 4, 2020, 12:13 pm IST

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ଯରେ  ଆଉ ପାଞ୍ଚଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୭୬୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି କେଉଁଝରରୁ ସର୍ବାଧିକ ଦୁଇଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ମୟୂରଭଞ୍ଜ, ମାଲକାନଗିରି, ନୂଆପଡାରୁ  ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେଉଁଝରରୁ ୬୫ ବର୍ଷିୟାମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୭୫ ବର୍ଷୀୟା ଆକ୍ରାନ୍ତ, ମାଲକାନଗିରିରୁ ୪୦ ବର୍ଷୀୟା ମହିଳା ଆକ୍ରାନ୍ତ  ଓ ନୂଆପଡା ରୁ ୪୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର  ମୃତ୍ୟୁ ହୋଇଛି।

Related posts