ରାଜ୍ୟରେ ଆଜି ୪୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

Published: Dec 5, 2020, 11:34 am IST

ଭୁବନେଶ୍ବର: ରାଜ୍ୟରେ ଆଜି ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୩୪ ଜଣ ଚିହ୍ନଟ ହୋଇଥିବାବେଳେ ୧୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୦ହଜାର ୮୦୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୪ ହଜାର ୬୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର  ୩୨୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୭୬୦ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।

ଆଜି ରାଜ୍ୟର ୨୭ ଟି ଜିଲ୍ଲାରୁ ମୋଟ୍‌ ୪୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ ଜିଲ୍ଲାରୁ ୩୫ଜଣ, ବାଲେଶ୍ୱର ଜିଲ୍ଲାରୁ ୯ଜଣ, ବରଗଡ଼ ଜିଲ୍ଲାରୁ ୨୨ଜଣ, ଭଦ୍ରକ ଜିଲ୍ଲାରୁ ୧୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୨ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୩୪ଜଣ, ଦେଓଗଡ଼ ଜିଲ୍ଲାରୁ ୨ ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୪ଜଣ, ଜଗତସିହଂପୁର ଜିଲ୍ଲାରୁ ୧୫ଜଣ, ଯାଜପୁର ଜିଲ୍ଲାରୁ ୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୧୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୦ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମାଲକାନଗିରି ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୨୫ଜଣ, ନବରଙ୍ଗପୁର ୫ଜଣ, ନୟାଗଡ଼ ଜିଲ୍ଲାରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୧୧ଜଣ, ପୁରୀ ଜିଲ୍ଲାରୁ ୧୪ଜଣ, ରାୟଗଡ଼ା ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୩ଜଣ, ଷ୍ଟେଟ ପୁଲ୍‌ରୁ ୧୦ଜଣ ରହିଛନ୍ତି।

Related posts