କରୋନା ଅପଡେଟ୍‌: ୨୪ ଘଣ୍ଟାରେ ୩୬ ହଜାର ୧୧ ନୂତନ ଆକ୍ରାନ୍ତ, ୪୮୨ ସୁସ୍ଥ

Published: Dec 6, 2020, 10:28 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୬ ହଜାର ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ କରୋନା ପଜିଟିଭ୍ ସଂଖ୍ୟା ୯୬ ଲକ୍ଷ ୪୪ ହଜାର ୨୨୨କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨କୁ ଛୁଇଁଛି। ତେବେ ଦେଶରେ ସୁସ୍ଥ ହାର ବଢିଛି। ଆକ୍ଟିଭ୍‌ କେସ୍‌ କମୁଛି। ଦେଶରେ ଏବେ ସୁଦ୍ଧା ୯୧ ଲକ୍ଷ ୭୯୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଦେଶରେ ଏବେ ସୁଦ୍ଧା ୪ ଲକ୍ଷ ୩ ହଜାର ୨୪୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Related posts