୪ ବର୍ଷର କୁନି ଝିଅକୁ ଅପହରଣ ଉଦ୍ୟମ: ଅଭିଯୁକ୍ତ ଅଟକ

Published: Dec 6, 2020, 9:18 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗୋଟିଏ ୪ ବର୍ଷର କୁନି ଝିଅକୁ ଚକଲେ୍‌ଟ ଦେବା ବାହାନାରେ ଅପହରଣ ଉଦ୍ୟମ ହୋଇଥିବା ନେଇ ବ୍ରହ୍ମପୁର ଟାଉନ୍ ଥାନାରେ ଅଭେିଯାଗ ହୋଇଛି।

ସୂଚନାଯୋଗ୍ୟ ଗେଟ୍‌ବଜାର ରମ୍ପା ସାହି ଅଂଚଳରେ ଛୋଟ ଝିଅଟି ଖେଳୁଥିବାବେଳେ ଅଂଚଳର ଜଣେ ଚୂନ ମିସ୍ତ୍ରୀ ଶିବରାମ ତାକୁ ଚକ୍‌ଲେଟ୍ ଦେବି କହି ରାସ୍ତାରେ ଟାଣି ଟାଣି ନେଉଥିବା କାର୍ଯ୍ୟରତ ଟ୍ରାଫିକ୍ କନେଷ୍ଟବଳମାନେ ଦେଖିଥିଲେ। ଝିଅଟି କାନ୍ଦୁଥିବାରୁ କନେଷ୍ଟବଳ କୁନି ପାଣିଗ୍ରାହୀ, ବାବୁଲା ସାହୁ, ଜ୍ୟୋତ୍ସ୍ନା ସେଠୀ, ରାଜିବ ଲୋଚନ ସ୍ୱାଇଁ ଝିଅଟିକୁ ଉଦ୍ଧାର କରି ପିସିଆର୍‌କୁ ଖବର ଦେଇଥିଲେ। ପିସିଆର୍ ଗାଡ଼ି ପହଞ୍ଚି ଅଭିଯୁକ୍ତକୁ ଧରିଥିବାବେଳେ ଛୋଟ ଝିଅଟିକୁ ବାପା ମା’ଙ୍କୁ ହସ୍ତାନ୍ତର କରାଯାଇଛି।

ଏନେଇ ଟାଉନ୍‌ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଅଟକ ରଖିଛି।

Related posts