ଏଣିକି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ ଇଏସଆଇ ଉପଭୋକ୍ତା

Published: Dec 8, 2020, 5:21 pm IST

ନୂଆଦିଲ୍ଲୀ : ଇଏସଆଇ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏଣିକି ଘରୋଇ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହୋଇ ପାରିବେ ଇଏସଆଇ ଉପଭୋକ୍ତା । ସୋମବାର ଇଏସଆଇ ନିୟମରେ ସଂଶୋଧନ କରିବା ସହିତ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । କୌଣସି ଜରୁରୀକାଳୀନ ପରସ୍ଥିତିରେ ଏହି ସୁବିଧାର ଲାଭ ଉଠାଯାଇପାରିବ ବୋଲି ଜଣାପଡିଛି । ପୂର୍ବରୁ ରହିଥିବା ନିୟମ ଅନୁଯାୟୀ ଇଏସଆଇ ଉପଭୋକ୍ତା କେବଳ ଇଏସଆଇ ହସ୍ପିଟାଲରେ ଚିକିତ୍ସିତ ହେଇ ପାରୁଥିଲେ ।

ତେବେ କେବଳ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇବା ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ହୃଦଘାତ ଅଥବା କୌଣସି ଦୁର୍ଘଟଣାର ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ହେବ । ଏହି ସମୟର ସମ୍ପୂର୍ଣ୍ଣ ଚିକିତ୍ସା ମାଗଣା ରହିବ ଏବଂ ସରକାର ଏହି ଖର୍ଚ୍ଚ ବହନ କରିବେ  । ଏହା ସହିତ ଚିକିତ୍ସିତ ହେଉଥିବା ହସ୍ପିଟାଲର 10 କିମି ପରିସୀମା ମଧ୍ୟରେ କୌଣସି ଇଏସଆଇ ହସ୍ପିଟାଲ ନଥିବା ଆବଶ୍ୟକ । ସେହିପରି ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ଭାବରେ 26ଟି ଇଏସଆଇ ହସ୍ପିଟାଲ ନିର୍ମାଣ କରାଯାଉଛି ଏବଂ 16ଟି ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ସରିଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 110ଟି ଇଏସଆଇ ହସ୍ପିଟାଲ ରହିଛି ।

Related posts