ମୋଦିଙ୍କ ଏହି ଟୁଇଟ୍‌ କରିଛି ରେକର୍ଡ, ଜାଣନ୍ତୁ କ’ଣ

Published: Dec 8, 2020, 5:50 pm IST

ଦିଲ୍ଲୀ : କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ  ଦୀପ ଜଳାଇବା ପାଇଁ ଏକ ଟୁଇଟ୍‌ କରିଥିଲେ, ଯାହା ରେକର୍ଡ କରିଛି । ଏପ୍ରିଲ୍ ମାସରେ, କରୋନା ଯୋଦ୍ଧାଙ୍କୁ ଅଭିବାଦନ  ତଥା କରୋନା ମହାମାରୀରୁ ବର୍ତ୍ତିବା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ରାତି 9ଟାରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ସାରା ଦେଶବାସୀଙ୍କୁ ନିବେଦନ କରି ଏକ ଟୁଇଟ୍‌ କରିଥିଲେ । ଯାହା ଚଳିତ ବର୍ଷ ଟୁଇଟରରେ ରେକର୍ଡ କରିଛି ବୋଲଇ ଟୁଇଟର ସୂଚନା ଦେଇଛି । ଅପ୍ରେଲ 5 ତାରିଖ ରାତ୍ରି 9ଟା ସମୟରେ 9 ମିନିଟ୍‌ ପାଇଁ ଦୀପ ଜଳାଇବାକୁ ନିବେଦନ କରିଥିବା ଟୁଇଟରେ  ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ଫଟୋ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ସେହି ଟୁଇଟ୍ ରେକର୍ଡ ସୃଷ୍ଟି କରିଛି। ସେହିପରି ମୋଦିଙ୍କ ନିବେଦନଙ୍କୁ ରକ୍ଷା କରି ସାରା ଦେଶ ରାତି 9ଟାରେ 9 ମିନିଟ୍ ପାଇଁ ଏକ ଦୀପ ଜାଳିଥିଲା।  ପିଏମ ମୋଦୀଙ୍କ ଏହି ଟ୍ୱିଟକୁ 1 ଲକ୍ଷ 18 ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି। ଯାହାକି ଚଳିତ ବର୍ଷ କୌଣସି ଭାରତୀୟ ରାଜନେତାଙ୍କ ଦ୍ୱାରା ସର୍ବାଧିକ ରିଟ୍ୱିଟ ହୋଇଥିବା ଟ୍ୱିଟ୍ ଅଟେ।

ସେହିପରି ମୋଦିଙ୍କ ଟୁଇଟ୍‌ରେ ଶିଳ୍ପପତି ରତନ ଟାଟାଙ୍କ ଟୁଇଟ୍‌କୁ ମଧ୍ୟ ଅଧିକଥର ରିଟୁଇଟ୍‌ କରାଯାଇଛି । ସେହିପରି ଚଳିତ ବର୍ଷ ଟୁଇଟ୍‌ରେ ବାର୍ତ୍ତାଳାପ ତଥା କରୋନା ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିତର୍କ ମଧ୍ୟ ବେଶ୍‌ ହୋଇଛି ।

କୋଭିଡ୍‌ ବ୍ୟତୀତ ଚଳିତ ବର୍ଷ ଟୁଇଟ୍‌ରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା, ତାଙ୍କ କ୍ୟାରିଅର୍, ହାଥରସ୍‌ ଗଣଦୁଷ୍କର୍ମ, ଅଭିନେତା ବିଜୟଙ୍କ ସେଲ୍‌ଫି ଆଦିକୁ ଅଧିକ ମାତ୍ରାରେ ରିଟୁଇଟ୍‌ କରାଯାଇଛି । (ଏଜେନ୍ସି)

Related posts