ଦିବଗଂତ ନେତା ପ୍ରଦୀପ ମହାରଥୀଙ୍କ ଝିଅଜୋଇଁ କଲେ ଗୃହ ପ୍ରତିଷ୍ଠା, ପାଖରେ ଛିଡା ହେଲେ ମହାରଥୀ

Published: Dec 9, 2020, 12:50 am IST

ଭୁବନେଶ୍ବର, ଦିବଗଂତ ନେତା ପ୍ରଦୀପ ମହାରଥୀଙ୍କ ଝିଅ ଜୋଇଁ ଗତ 4 ତାରିଖରେ ଗୃହ ପ୍ରବେଶ କରିଛନ୍ତି। ଭୁବନେଶ୍ବରର ଧର୍ମ ବିହାରରେ ତାଙ୍କ ଜୋଇଁ ଅର୍ଦ୍ଧେନ୍ଦୁ ସାହୁ ନୂଆ ଘରର ପୂଜା କରିଛନ୍ତି। ସେହି ଘର ପ୍ରତିଷ୍ଠା ସମୟରେ ଦେଖିବାକୁ ମିଳିଥିଲା ଏକ ଦୁଃଖଦ ପରିବେଷ। ଘର ପ୍ରତିଷ୍ଠାରେ ଝିଅ ପଲ୍ଲବୀ ମହାରଥୀ ଏବଂ ଜୋଇଁ ଅର୍ଦ୍ଧେନ୍ଦୁ, ପ୍ରଦୀପ ମହାରଥୀଙ୍କର ଏକ ବଡ କଟଆଉଟ ଲଗାଇ ହୋମ କରିଥିଲେ। ଦୂରରୁ ଦେଖିଲେ ଲାଗୁଥିଲା ସତେ ଯେପରି ପ୍ରଦୀପ ମହାରଥୀ ହୋମ ପାଖରେ ଛିଡା ହୋଇଛନ୍ତି।

ଶଶୂରଙ୍କ ଦେହାନ୍ତ ହୋଇଥିବାରୁ ଅର୍ଦ୍ଧେନ୍ଦୁ ଜାକଜମକରେ ଘର ପ୍ରତିଷ୍ଠା କରିପାରି ନ ଥିଲେ। ନିଜର ଅତି ନିକଟ ବନ୍ଧୁଙ୍କୁ ନେଇ ଏହି ଘର ପ୍ରବେଶ ପୂଜା କରିଥିଲେ।  ହେଲେ ଯେଉଁମାନେ ଆସୁଥିଲେ ସେମାନେ ହଠାତ ମହାରଥୀ ଛିଡା ହେବାର ଦେଖି ଚମକି ଯାଉଥିଲେ। ପରେ ଜାଣିବା ପରେ ଦୁଃଖ ପ୍ରକାଶ କରୁଥିଲେ।

Related posts