ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୨ ଜଣ କରୋନା ଆକ୍ରାନ୍ତ

Published: Dec 9, 2020, 8:26 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୫୩, ସୁନ୍ଦରଗଡରୁ ୪୩, ଖୋର୍ଦ୍ଧାରୁ ୩୩, ରାୟଗଡ଼ାରୁ ୩୩, ମୟୂରଭଞ୍ଜରୁ ୩୦, ଯାଜପୁରରୁ ୨୯, କେନ୍ଦୁଝରରୁ ୨୮, କଟକରୁ ୨୫, କେନ୍ଦ୍ରାପଡାରୁ ୧୯, ନୂଆପଡାରୁ ୧୯, ବାଲେଶ୍ବରରୁ ୧୮, ସମ୍ବଲପୁରରୁ ୧୬, ଜଗତସିଂହପୁରରୁ ୧୩, କଳାହାଣ୍ଡିରୁ ୧୩, ପୁରୀରୁ ୧୧, ବରଗଡରୁ ୭, ଗଞ୍ଜାମରୁ ୭, ବୌଦ୍ଧରୁ ୫, ଝାରସୁଗୁଡାରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୪, ଢେଙ୍କାନାଳରୁ ୪, କୋରାପୁଟରୁ ୪, ସୋନପୁରରୁ ୪, ଦେବଗଡରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ମାଲକାନଗିରିରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ୨୯୯ କୁ ବୃଦ୍ଧି ହୋଇଛି। ତେବେ ୩୦୪୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୭୮୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Related posts