Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କଲେ ତହସିଲ୍‌ଦାର
ଆଜିର ଖବର

ପୁଣି ବିବାହ ବେଦୀରୁ ନାବାଳିକାକୁ ଉଦ୍ଧାର କଲେ ତହସିଲ୍‌ଦାର

December 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ୍ ସଚେତନତା ସତ୍ତ୍ୱେ କିଛି ଲୋକ ଅବୁଝା ହିଁ ରହୁଛନ୍ତି। ଝିଅକୁ ୧୮ ବର୍ଷ ପୂର୍ବରୁ ବିବାହ କରିବା ଏକ ଦଣ୍ଡନୀୟ ଅପରାଧୀ ହେଲେ ମଧ୍ୟ ଆଜିକା କମ୍ପ୍ୟୁଟର ଯୁଗରେ ମଧ୍ୟ ଝିଅକୁ ବୋଝ ଭାବି ଜଲ୍‌ଦି ବାହାଘର କରିବା ଦେଖିବାକୁ ମିଳୁଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ର ଏଭଳି ତିନୋଟି ନାବାଳିକା ବିବାହକୁ ତହସିଲ୍‌ଦାର ଭଣ୍ଡୁର କରିବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି। ଆଜି ମଧ୍ୟ ଗୋଟିଏ ସ୍ଥାନରେ ନାବାଳିକା ବିବାହ ହେଉଥିବା ଖବର ପାଇ ତହସିଲ୍‌ଦାର ଡ. ଇପ୍‌ସିିତା ପ୍ରିୟଦର୍ଶିନୀ ମିଶ୍ର ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିବା ଦେଖିବାକୁ ମିଳିଥିଲା। ସପ୍ତାହ ମଧ୍ୟରେ ଏହି ବ୍ଲକ୍‌ରୁ ବିବାହ ବେଦୀରୁ ତିନିଜଣ ନାବାଳିକା ଉଦ୍ଧାର ହେଲେଣି।

ଆଜି କୁକୁଡ଼ାଖଣ୍ଡି ବ୍ଳକ୍ ରତ୍ନପୁର ଗ୍ରାମର ଜଣେ ୧୫ ବର୍ଷୀୟ ନାବାଳିକାର ବାହାଘର ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କ ସହ ହିଂଜିଳିକାଟୁ ଥାନା ଅନ୍ତର୍ଗତ କୁରେଇଶୁଣି ମନ୍ଦିରରେ କରିବା ପାଇଁ ପରିବାର ବର୍ଗ ଯୋଜନା ଚାଲିଥିଲା। ଏନେଇ ଘରେ ଭୋଜିଭାତ, ପରିବାର ବର୍ଗ ଉପସ୍ଥିତ ହୋଇସାରିଥିଲେ। କୌଣସି ସୂତ୍ରରୁ କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ମିଶ୍ର ପହଞ୍ଚିଥିଲେ। କିନ୍ତୁ ନାବାଳିକାକୁ ଉଦ୍ଧାର କରିବାକୁ ତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା।

ପ୍ରଥମେ ନାବାଳିକାର ପରିବାର ବର୍ଗ ପ୍ରଶାସନକୁ ଚକମା ଦେଖାଇ ନାବାଳିକାକୁ ଘରୁ ମନ୍ଦିରକୁ ନେଇଯାଇଥିଲେ। ଅଧିକାରୀ ଓ ପୋଲିସ ପହଞ୍ଚିବା ପରେ ବାହାବେଦୀରୁ ନାବାଳିକା ସମେତ ବରକୁ ରତ୍ନପୁର ନେଇ ଆସିଥିଲେ। ଏଠାରେ କୌଣସି ବାହାରଘର ହେଉନାହିଁ ବୋଲି ମଧ୍ୟ ଦୃଢ଼ତାର ସହ କହି ତହସିଲ୍‌ଦାରଙ୍କୁ ମଧ୍ୟ ଆଇନର ପାଠ ପଢ଼ାଇଥିଲେ। କିନ୍ତୁ ଦବଙ୍ଗ ତହସିଲ୍‌ଦାର କ’ଣ ସେମାନଙ୍କୁ ଛାଡ଼ିବେ। ଶେଷରେ ତିନିଘଣ୍ଟା ପରିଶ୍ରମ କରିଲା ପରେ ନାବାଳିକାକୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ତହସିଲ୍‌ଦାର ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଥିଲେ।

ପୂର୍ବରୁ ମଧ୍ୟ ହୁଗୁଳାପଟା ଗ୍ରାମରେ ଥିବା ଠାକୁରାଣୀ ମନ୍ଦିର ସାହିରେ ଜଣେ ନାବାଳିକାକୁ ପ୍ରଶାସନ ସ୍ଥାନୀୟ ଜନପ୍ରତିନଧିଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା।

ସୂଚନାଯୋଗ୍ୟ ଆଜିର ଘଟଣାକୁ ମିଶାଇ କୁକୁଡ଼ାଖଣ୍ଡି ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଅତିରିକ୍ତ ଦାୟିତ୍ୱ ବହନ କରୁôଥବା କୁକୁଡ଼ାଖଣ୍ଡି ତହସିଲ୍‌ଦାର ଡ. ମିଶ୍ର ବ୍ଲକ୍‌ରୁ ସପ୍ତାହ ମଧ୍ୟରେ ତିନିଜଣ ନାବାଳିକାକୁ ଉଦ୍ଧାର କରିଲେଣି। ତେବେ ଆଜି ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ଫଳରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ଟି ବ୍ରହ୍ମପୁର ସହର ସଂଲଗ୍ନ ହୋଇଥିବା ସହ ଏଠାର ଲୋକେ ଉଚ୍ଚଶିକ୍ଷିତ। କିନ୍ତୁ ଏଭଳି ଘଟଣାଗୁଡ଼ିକୁ ଦେଖିବା ପରେ ନାବାଳିକା ବିବାହ ପ୍ରଥା ରୋକିବା ନେଇ ସଚେତନତା ଉପରେ ପ୍ରଶ୍ନବାଚୀ ଲାଗିଛି।

କୁକୁଡ଼ାଖଣ୍ଡି ବ୍ଲକ୍‌ ବାଲ୍ୟ ବିବାହ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026

ବଢୁଥିବା ନିଖୋଜ ବ୍ୟକ୍ତି ଘଟଣା ଉପରେ ଏନଏଚଆରସିର ଉଦବେଗ: ଓଡ଼ିଶା ସମେତ ୫ ରାଜ୍ୟକୁ ନୋଟିସ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.