କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ 31ହଜାର 521 ନୂତନ ଆକ୍ରାନ୍ତ ଚିହ୍ନଟ, 412 ମୃତ

Published: Dec 10, 2020, 10:09 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଭାରତଠାରୁ ଅଧିକ ମାମଲା ଆମେରିକା, ବ୍ରାଜିଲ୍‌ ଓ ତର୍କୀରେ ଦେଖଯାଉଛି । ଦେଶରେ ଗତ 24 ଘଣ୍ଟାରେ 31 ହଜାର 521 ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 412ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା 97 ଲକ୍ଷ 67 ହଜାର 371ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 41 ହଜାର 772ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ତିନିଲକ୍ଷ 72 ହଜାର ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ 92 ଲକ୍ଷ 53 ହଜାର ଲୋକେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 15 କୋଟି 7 ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଥିବାର ସୂଚନା ଦେଇଛି ଆଇସିଏମ୍‌ଆର୍‌ । (ଏଜେନ୍ସି)

Related posts