Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ପାଇଁ ଦାବି
ଆଜିର ଖବର

ବାଣପୁର: ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ ପାଇଁ ଦାବି

December 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହର ସମଗ୍ର ଓଡ଼ିଶାରେ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି। ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ବରବରା ଠାରେ ଏସିଆ ମହାଦେଶର ବୃହତ୍ତମ ଶାଗୁଆନ ଜଙ୍ଗଲ, ଶାଳିଆ ଡ୍ୟାମ ଓ ଦକ୍ଷେଶ୍ୱର ମନ୍ଦିର ପରି ଏକାଧିକ ପର୍ଯ୍ୟଟନ ସ୍ଥଳ ଥିବା ବେଳେ ବେତ କାମ ଉକ୍ତ ସହରର ଖ୍ୟାତି ବୃଦ୍ଧି କରୁଛି।

ବଢୁଥିବା ଜନବସତି ଏବଂ ପର୍ଯ୍ୟଟନ ବିକାଶକୁ ନଜରରେ ରଖି ରାଜ୍ୟ ସରକାର ବାଣପୁରକୁ ୧୯୭୩ ମସିହାରେ ଏନ.ଏ.ସି ଘୋଷଣା କରିଥିଲେ। ଯାହାଦ୍ୱାରା ବାଣପୁର ଏକ ସହରର ମର୍ଯ୍ୟାଦା ପାଇଥିଲା ଏବଂ ଏଠାରେ ବସବାସ କରୁଥିବା ନାଗରିକ ମାନେ ସହରର ସମସ୍ତ ସୁବିଧା ସୁଯୋଗ ପାଇପାରିବେ। ତେବେ ୧୫ ଟି ୱାର୍ଡ ବିଶିଷ୍ଟ ଉକ୍ତ ସହରର ଜନସଂଖ୍ୟା ୨୦୦୧ ଜନଗଣନା ଅନୁଯାୟୀ ୧୭୨୭୮ ଥିବାବେଳେ ବର୍ତ୍ତମାନ ଏହା ପାଖାପାଖି ଦ୍ବିଗୁଣିତ ହୋଇଛି। ହେଲେ ଏଯାବତ ଏନ.ଏ.ସି ପ୍ରଶାସନ ତରଫରୁ ସହରରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଶୌଚାଳୟର ବ୍ୟବସ୍ଥା ହୋଇପାରିନାହିଁ। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ।

ପର୍ଯ୍ୟଟକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ୨୦୧୨/୧୩ ଆର୍ଥିକ ବର୍ଷରେ ପାଖାପାଖି ସାଢେ ତିନି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏନ.ଏ.ସି ତରଫରୁ ମା’ ଭଗବତୀ ମନ୍ଦିରର ପଛପାର୍ଶ୍ୱରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ଯାହା ସର୍ବଦା ବନ୍ଦ ରହୁଥିବା ବେଳେ ସର୍ବସାଧାରଣଙ୍କ ବ୍ୟବହାରରେ ଲାଗିପାରୁ ନାହିଁ। ସହରର ପ୍ରବେଶ ପଥ ଯଥା ବିଷାରପାଟଣରୁ ଭଗବତୀ ସାହି ଏବଂ ପଲଟନ ପଡିଆ ପର୍ଯ୍ୟନ୍ତ ଗୋଟାଏ ହେଲେ ଶୌଚାଳୟ ନାହିଁ। ଯାହା ଫଳରେ ସ୍ଥାନୀୟ ବ୍ୟବସାୟୀ ଏବଂ ସହରକୁ ବାହାରୁ ବ୍ୟବସାୟ ତଥା ପର୍ଯ୍ୟଟନ ଉଦ୍ଦେଶ୍ୟରେ ଆସୁଥିବା ଅନେକ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନ.ଏ.ସି ପ୍ରଶାସନକୁ ଏ ବିଷୟ ନେଇ ଜନସାଧାରଣମାନେ ଦାବି ଜଣାଇଲେ ସହରରେ ସରକାରୀ ସ୍ଥାନର ଅଭାବ ଥିବାରୁ ଏଯାବତ ଶୌଚାଳୟ ନିର୍ମାଣ ହେଇପାରୁନାହିଁ ବୋଲି ସ୍ପଷ୍ଟୀକରଣ ମିଳୁଛି।

ଏହି ପରିପ୍ରେକ୍ଷୀରେ ଏନ.ଏ.ସି ପ୍ରଶାସନ ଯଥାଶୀଘ୍ର ଏହାର ବିକଳ୍ପ ଖୋଜି ସହରର ମୁଖ୍ୟ ମୁଖ୍ୟ ସ୍ଥାନରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଶୌଚାଳୟ ନିର୍ମାଣ କରିବାଦିଗରେ ତତ୍ପର ହେଉ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ଏବଂ ଆଶା କରିଛନ୍ତି ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସହରବାସୀଙ୍କ ଉକ୍ତ ଗୁରୁତର ସମସ୍ୟାକୁ ହୃଦୟଙ୍ଗମ କରି ଯଥାଶୀଘ୍ର ଶୌଚାଳୟ ନିର୍ମାଣ କରିବା ଦିଗରେ ଧ୍ୟାନ ଦେବେ।

ବାଣପୁର ସହର
Share. Facebook Twitter LinkedIn Email WhatsApp Copy Link

Related Posts

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026
Latest News

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026

ଥାଇଲାଣ୍ଡରେ ଫସିଥିବା ୬ ଓଡ଼ିଆ ଯୁବକଙ୍କ ମଧ୍ୟରୁ ୪ ଫେରିଲେ ଓଡ଼ିଶା

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.