ବିଜେଡ଼ି ଛାଡ଼ିଲେ ପୁରୀର ପୂର୍ବତନ ନଗରପାଳ ଜୟନ୍ତ କୁମାର ଓ ଯାଜପୁରର ପୂର୍ବତନ ବିଧାୟକ ମୋହନ ଜେନା

Published: Mar 28, 2019, 6:56 pm IST

ଟିକେଟ ବଣ୍ଟନ ପରେ ଦଳରେ ଏବେ ଦଳ ବଦଳ ତଥା ଦଳ ଛାଡ଼ିବା ରାଜନୀତି ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ଟିକେଟ ନ ପାଇବା ପରେ ଦଳ ଛାଡୁଛନ୍ତି। ଆଜି ବିଜେଡ଼ିରୁ ଦୁଇଜଣ ଇସ୍ତଫା ଦେଇଛନ୍ତି। ପୁରୀର ପୌରପାଳିକାର ଉପାଧ୍ୟକ୍ଷ ଥିଲେ ଜୟନ୍ତ କୁମାର ଷଡ଼ଙ୍ଗୀ। ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯିବାରୁ ଦଳରୁ ଇସ୍ତଫା ଦେବା ସହ ପ୍ରାଥମିକ ସଭ୍ୟପଦରୁ ମଧ୍ୟ  ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଏକଚାଟିଆ ଅଧିକାରରେ ଅତିଷ୍ଠ ହୋଇ ଦଳ ଛାଡ଼ିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା ମଧ୍ୟ ଆଜି ଦଳ ଛାଡ଼ିଛନ୍ତି। ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ରହିଥିଲେ। ଟିକେଟ ନ ପାଇବା କ୍ଷୋଭରେ ଦଳରୁ ଇସ୍ତଫା ଦେଇଛନ୍ତି ମୋହନ।

Related posts