ନୂଆ ବର୍ଷରେ କଲେଜ ଖୋଲିବା ନେଇ ସମ୍ଭାବନା

Published: Dec 10, 2020, 12:17 pm IST

ଭୁବନେଶ୍ବର :  ନୂଆବର୍ଷରେ କଲେଜ ଖୋଲି କ୍ଲାସ୍‌ ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି ଉଚ୍ଚଶିକ୍ଷା ସଚିବ । କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଶା ପ୍ରକାଶ କରିଛନ୍ତି । ତେବେ କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେହିପରି ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ ବୋଲି କହିଛନ୍ତି ଶାଶ୍ବତ ମିଶ୍ର । ସେହିପରି ପରୀକ୍ଷାକୁ ନେଇ ମଧ୍ୟ ମତ ରଖିଛନ୍ତି ସଚିବ । ଅନଲାଇନ୍‌ ପଢାକୁ ନେଇ ପରୀକ୍ଷା କଲେ ଫେଲ୍‌ ପ୍ରତିଶତ ବଢିବ । ତେଣୁ କଲେଜ ଖୋଲିବା ପରେ କ୍ଲାସ୍‌ରେ 70/80 ଦିନ ପାଠ ପଢାଯିବା ପରେ ପରୀକ୍ଷା କରାଯିବ । ଯଦି ଖୋଲିବା ବିଳମ୍ବ ହେବ, ସିଲାବସ୍‌ ହ୍ରାସ ଚିନ୍ତା କରାଯାଇପାରେ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ସଚିବ ।

ସୂଚନାଯୋଗ୍ୟ, କରୋନାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ରାଜ୍ୟରେ ଏବେ ସଂକ୍ରମଣ ମାମଲା ନିମ୍ନସ୍ତରରେ ରହିଛି । ତେବେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ଓ କଲେଜ ଖୋଲିବା ନେଇ ଯଥାଶୀଘ୍ର ନିଷ୍ପତ୍ତି ନେବେ ।

Related posts