ନୂଆଦିଲ୍ଲୀ : ବାସ୍ତୁଶାସ୍ତ୍ରରେ ଦିଗଗୁଡିକୁ ବିଶେଷ ମହତ୍ତ୍ବ ଦିଆଯାଇଥାଏ । ଶୋଇବା ସମୟରେ ମୁଣ୍ଡ ଓ ଗୋଡ ସଠିକ୍ ଦିଗରେ ରହିବା ଉଚିତ୍ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ଯେମିତି ପୌଷ୍ଟିକ ଆହାର ଆବଶ୍ୟକ, ସେହିପରି ନିୟମିତ ଦିନଚର୍ଯ୍ୟା ପାଇଁ ଉତ୍ତମ ନିଦ୍ରା ମଧ୍ୟ ଆବଶ୍ୟକ ।
କିଛି ଲୋକେ ଶୋଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦେଇନଥାନ୍ତି, ଯାହାଫଲରେ ତାଙ୍କୁ ବହୁତ କ୍ଷତି ସହିବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ରରେ ସଠିକ୍ଦିଗରେ ଶୋଇବାକୁ ନିର୍ଦ୍ଦେଶ ରହିଛି । ତେବେ ଆସନ୍ତୁଜାଣିବା ସେ ସମ୍ପର୍କରେ ।
-ବାସ୍ତୁ ଅନୁସାରେ ଉତ୍ତର ତଥା ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ନାକାରାତ୍ମକ ଶକ୍ତି ଓ ଚିନ୍ତା ବଢିଥାଏ । ଏଥିପାଇଁ ଆମକୁ ସର୍ବଦା ଦକ୍ଷିଣ ତଥା ପୂର୍ବ ଆଡକୁ ମୁଣ୍ଡ କରି ଶୋଇବା ଆବଶ୍ୟକ।
-ଅବିବାହିତା ଝିଅମାନେ ଉତ୍ତର-ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦରକାର। ସେମାନେ କଦାପି ବି ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଶୋଇବା ଅନୁଚିତ୍ । ସେହିପରି ବିବାହ ଯୋଗ୍ୟ ଝିଅ ଓ ପୁଅମାନେ ଉତ୍ତର ଦିଗକୁ ଗୋଡ କରି ଶୋଇବା ଶୁଭ ହୋଇଥାଏ।
-ଘରର ବାୟୁ କୋଣରେ ବିବାହିତ ମହିଳାମାନେ ଶୋଇବା ଅନୁଚିତ । ଏହି ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଅଲଗା ଘର କରିବାର ଚିନ୍ତା ଆସିଥାଏ।
-ବାସ୍ତୁ ଅନୁସାରେ କୁମାରୀଁ ଝିଅମାନେ ଉତ୍ତମ ପଶ୍ଚିମ ଦିଗରେ ଶୋଇବା ଦ୍ବାରା ବିବାହ ଯୋଗ୍ୟ ମଜବୁତ୍ ହୋଇଥାଏ।
-ସେହିପରି ସକାଳ ଓ ସନ୍ଧ୍ୟାରେ ଘରେ କର୍ପୂର ଜଳାଇବା ଦ୍ବାରା ନାକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ସେହିପରି ଅଗ୍ନି କୋଣ ଅର୍ଥାତ୍ ଦକ୍ଷିଣ – ପୂର୍ବ ଦିଗରେ ସନ୍ଧ୍ୟା ସମୟରେ କର୍ପୂର ଜଳାଇବା ଦ୍ବାରା ଧନ ବୃଦ୍ଧି ହୋଇଥାଏ।
-ଘର ଭିତରେ ଶୋଇବା ସ୍ଥାନରେ ପ୍ଲାଷ୍ଟିକ୍ର ଫୁଲ ତଥା ଗଛ ରଖିବା ଅନୁଚିତ, ଏହା ଦ୍ବାରା ଘରକୁ ଦରିଦ୍ର ଆସିଥାଏ।
-ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଘରର ଏରୁଣ୍ଡିରେ ହଳଦୀରେ ସ୍ବାତ୍ତ୍ବିକ ଚିହ୍ନ ତିଆରି କଲେ ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।