Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତ-ଭିଏତନାମ ଭର୍ଚୁଆଲ୍ ସମ୍ମିଳନୀ, ଏଥିରେ ଭାରତ କଣ ସହଯୋଗ କରିବାକୁ ରାଜି ହେଲା ଜାଣନ୍ତୁ
ଅନ୍ତରାଷ୍ଟ୍ରୀୟ

ଭାରତ-ଭିଏତନାମ ଭର୍ଚୁଆଲ୍ ସମ୍ମିଳନୀ, ଏଥିରେ ଭାରତ କଣ ସହଯୋଗ କରିବାକୁ ରାଜି ହେଲା ଜାଣନ୍ତୁ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ-ଭିଏତନାମ ଭର୍ଚୁଆଲ୍ ସମ୍ମିଳନୀ, ଏଥିରେ ଭାରତ କଣ ସହଯୋଗ ଦେବାକୁ ରାଜି ହେଲା ଜାଣନ୍ତୁ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ବୈଶ୍ୱିକ ଓ ଜାଗତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀର ଭବିଷ୍ୟତ ବିକାଶରେ ମାର୍ଗଦର୍ଶନ କରିବା ଲାଗି ଏକ ‘ମିଳିତ ଶାନ୍ତି, ସମୃଦ୍ଧି ଏବଂ ନାଗରିକ ସଂକଳ୍ପ’ ଦସ୍ତାବିଜ ଏହି ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିଲା। ଏହି ମିଳିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ୨୦୨୧-୨୦୨୩ ଅବଧି ଲାଗି ଏକ କାର୍ଯ୍ୟ ଯୋଜନାରେ ସ୍ୱାକ୍ଷର କରାଯିବାକୁ ଉଭୟ ନେତା ସ୍ୱାଗତ କରିଥିଲେ।

ସମସ୍ତ ସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବଢ଼ାଇବା ଉପରେ ଜୋର ଦେବା ଲାଗି ଦୁଇ ନେତା ଦୋହରାଇଥିଲେ। ସେମାନେ ପାରସ୍ପରିକ ଜାତୀୟ ବିକାଶ ପ୍ରାଥମିକତାକୁ ସମର୍ଥନ କରିବା ଏବଂ ଶାନ୍ତିପୂର୍ଣ୍ଣ, ସ୍ଥିର, ନିରାପଦ, ମୁକ୍ତ, ଖୋଲା, ସମାବେଶୀ ଓ ନିୟମ ଆଧାରିତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ସେମାନଙ୍କର ସହଭାଗୀ ଲକ୍ଷ୍ୟ ଦିଗରେ କାର‌୍ୟ୍ୟ କରିବା ନିମନ୍ତେ ସହମତ ହୋଇଥିଲେ।

କୋଭିଡ-୧୯ ମହାମାରୀ ସମେତ ସର୍ବବ୍ୟାପୀ ବୈଶ୍ୱିକ ସମସ୍ୟା ବିରୋଧରେ ଦୃଢ଼ ସହଯୋଗ ନିମନ୍ତେ ସେମାନେ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ମହାମାରୀ ବିରୋଧରେ ଟୀକାର ବିତରଣ ସୁନିଶ୍ଚିତ କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ ନିମନ୍ତେ ସେମାନେ ରାଜି ହୋଇଥିଲେ।

ଅନେକ ବିଶ୍ୱ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ପରସ୍ପରର ମତରେ ଦୃଢ଼ ସାମଞ୍ଜସ୍ୟ ରହିଥିବା କାରଣରୁ ବହୁପକ୍ଷୀୟ ମଞ୍ଚରେ ଭାରତ ଓ ଭିଏତନାମ ପରସ୍ପରକୁ ସହଯୋଗ କରିବେ ବୋଲି ଦୁଇ ନେତା ନିଷ୍ପତ୍ତି ନେଇଥିଲେ। ଏଥିରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ରହିଛି ଯେଉଁଠି ସେମାନେ ୨୦୨୧ ପର‌୍ୟ୍ୟନ୍ତ ସଦସ୍ୟ ରହିଛନ୍ତି।

ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ରୟାସ ଏବଂ ଆସିଆନ ଆଉଟଲୁକ ମଧ୍ୟରେ ରହିଥିବା ସମନ୍ୱୟକୁ ଆଧାର କରି ସମସ୍ତ କ୍ଷେତ୍ରରେ ସହଭାଗୀ ସୁରକ୍ଷା, ସମୃଦ୍ଧି ଏବଂ ଅଭିବୃଦ୍ଧି ନିମନ୍ତେ ସାମୁଦ୍ରିକ କ୍ଷେତ୍ରରେ ନୂତନ ଏବଂ ବାସ୍ତବ ସହଯୋଗକୁ ଉଜାଗର କରିବା ନିମନ୍ତେ ଉଭୟ ପ୍ରଧାନମନ୍ତ୍ରୀ ସହମତ ହୋଇଥିଲେ।

କୁଇକ ଇମ୍ପାକ୍ସ ପ୍ରୋଜେକ୍ଟସ, ଆଇଟିଇସି ଏବଂ ଇ-ଆଇଟିଇସି ପ୍ରୟାସ, ପିଏଚଡି ଫେଲୋଶିପ ସମେତ ଭିଏତନାମର ଏସଡିଜିକୁ ସମର୍ଥନ କରୁଥିବା ପ୍ରକଳ୍ପ, ଡିଜିଟାଲ ସଂଯୋଗ ଏବଂ ଐତିହ୍ୟ ସଂରକ୍ଷଣ ପ୍ରୟାସ ଭଳି ପଦକ୍ଷେପ ଜରିଆରେ ଭିଏତନାମ ସହିତ ନିଜର ବିକାଶ ଏବଂ ସାମର୍ଥ୍ୟ ବିକାଶ ଭାଗିଦାରୀକୁ ଜାରି ରଖିବା ନିମନ୍ତେ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପୁନଃ ଦୋହରାଇଥିଲେ।

ଭାରତ ସରକାରଙ୍କ ପକ୍ଷରୁ ଭିଏତନାମକୁ ଯୋଗାଇ ଦିଆଯାଇଥିବା ୧୦୦ ନିୟୁତ ଆମେରିକୀୟ ଡଲାରର ପ୍ରତିରକ୍ଷା ଲାଇନ ଅଫ କ୍ରେଡିଟ ପ୍ରକଳ୍ପର ସଫଳ କାର‌୍ୟ୍ୟକାରିତା ଏବଂ ଭିଏତନାମର ନି ଥୁଆନ ଅଞ୍ଚଳରେ ସ୍ଥାନୀୟ ସମୁଦାୟଙ୍କ କଲ୍ୟାଣ ନିମନ୍ତେ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ‘ଗ୍ରାଣ୍ଟ ଇନ ଏଡ’ ସହାୟତାରେ ସମ୍ପୂର୍ଣ୍ଣ ହୋଇଥିବା ସାତଟି ବିକାଶମୂଳକ ପ୍ରକଳ୍ପକୁ ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିଲେ।

ବିଶେଷ କରି ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ନିକଟରେ ଭିଏତନାମରେ ମାଇ ସନ ମନ୍ଦିର ପରିସରର ପୁନରୁଦ୍ଧାର ଏବଂ ସଂରକ୍ଷଣ କାର‌୍ୟ୍ୟ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଏହିପରି ଅନ୍ୟ ପ୍ରକଳ୍ପରେ ଭିଏତନାମ ସହିତ କାର‌୍ୟ୍ୟ କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

କେରଳ କୌମୁଦି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ଅମିତ ଶାହ

January 12, 2026

ଆଜି ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 12, 2026

ସୋମନାଥ ସ୍ବାଭିମାନ ପର୍ବରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

January 12, 2026
Latest News

ଭାସୁଥିବା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

January 12, 2026

ଉଦ୍ଦିଷ୍ଟ ପଥରୁ ବିଚ୍ୟୁତ ହେଲା PSLV-C62 ରକେଟ୍: ଜାଣନ୍ତୁ କ’ଣ କହିଲା ISRO?

January 12, 2026

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

January 12, 2026

ସଫେଇ କର୍ମଚାରୀ ଓ ଅଭାବୀ ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.