ମ୍ୟାକ୍‌ଡୋନାଲ୍ଡସ୍‌ ଲଭର୍ସଙ୍କ ପାଇଁ ଗୁଡ୍‌ ନ୍ୟୁଜ୍‌

Published: Dec 24, 2020, 6:12 pm IST

ନୂଆଦିଲ୍ଲୀ : ମ୍ୟାକ୍‌ – ଚିକେନ୍‌, ମ୍ୟାକ୍‌ – ଆଳୁ ଟିକ୍କି ଓ ପନୀର ରୈପ୍‌ର ନାମ ଶୁଣି ଫାଷ୍ଟ ଫୁଡ୍‌ ପ୍ରେମୀଙ୍କ ମୁହଁରେ ପାଣି ଆସିଯାଏ । ମ୍ୟାକ୍‌ଡୋନାଲ୍ଡସ୍‌ର ପ୍ରେମୀ ସାରା ଦୁନିଆରେ ରହିଛନ୍ତି । ତେବେ ମ୍ୟାକ୍‌ଡୋନାଲ୍ଡସ୍‌ ଖାଦ୍ୟ ଖାଦ୍ୟ ସୌକିନ୍‌ଙ୍କ ପାଇଁ ଏକ ନୂଆ ସର୍ଭିସ୍‌ ଆରମ୍ଭ କରିଛି । ଏହି ସର୍ଭିସ୍‌ ଦ୍ବାରା ଆପଣ ଆପଣଙ୍କର ପସନ୍ଦିତା ଖାଦ୍ୟ ହ୍ବାଟସ୍‌ଆପ୍‌ ଜରିଆରେ ଅର୍ଡର କରିପାରିବେ ।

ମାକ୍‌ଡୋନାଲ୍ଡସ୍‌ ଇଣ୍ଡିଆ ଆପ୍‌ ବ୍ୟତୀତ ହ୍ବାଟସ୍‌ଆପ୍‌ ମାଧ୍ୟମରେ ମଧ୍ୟ ଅର୍ଡର ନେବା ଆରମ୍ଭ କରିଛି । ମ୍ୟାକ୍‌ଡୋନାଲ୍ଡସ୍‌ର 100ରୁ ଅଧିକ ଦେଶରେ 35,000ରୁ ଅଧିକ ଆଉଟ୍‌ଲେଟସ୍‌ ଅଛି ।

ମ୍ୟାକଡୋନାଲ୍ଡସ୍‌ ଇଣ୍ଡିଆ ଏକ ନମ୍ବର ଜାରି କରିଛି, ଏହି ନମ୍ବରରେ ଆପଣ କେବଳ ହାଏ ଲେଖି ପଠାଇବେ । ଏହାପରେ ଆପଣଙ୍କୁ ମ୍ୟାକ୍‌ଡୋନାଲ୍ଡସ୍‌ର ମେନୁ ମିଳିଯିବ । ଆପଣ ଆପଣଙ୍କ ପସନ୍ଦ ମୁତାବକ ଖାଦ୍ୟ ଅର୍ଡର କରିପାରିବେ ।

ମ୍ୟାକ୍‌ଡୋନାଲ୍ଡସ୍‌ର ଯେକୌଣସି ଆଇଟମ୍‌ ପାଇଁ ଆପଣ 9953916666ନମ୍ବରରେ ହ୍ବାଟସ୍‌ଆପ୍‌ରେ ହାଏ ଲେଖି ପଠାନ୍ତୁ । ଏହାପରେ ଆପଣଙ୍କୁ ଏକ ଲିଙ୍କ୍‌ ଆସିବ । ଏହି ଲିଙ୍କରେ କ୍ଲିକ୍‌ କରି ଆପଣ ମ୍ୟାକ୍‌ଡୋନାଲ୍ଡସ୍‌ ମେନୁ ପାଇପାରିବେ । ଏହାପରେ ଆପଣ ଆପଣଙ୍କ ଡିଟେଲସ୍‌ ଦେଇ ଆଡ୍ରେସ୍‌ ଦେବେ । ଏହାପରେ ଆପଣଙ୍କ ହ୍ବାଟସ୍‌ଆପକୁ ଇନ୍‌ଭଏସ୍‌ କପି ଆସିବ ।

ତେବେ ଏହି ସୁବିଧା ଏବେ ଦିଲ୍ଲୀ ଏନ୍‌ସିଆରରେ ଉପଲବ୍ଧ ହୋଇଛି । ତେବେ ମୁମ୍ବାଇ, ପୁଣେ କିମ୍ବା ଭାରତର ଅନ୍ୟ କୌଣସି ସହରରେ ରହୁଥିଲେ ବି ଆପଣ ଏହି ସୁବିଧାର ଲାଭ ଉଠାଇପାରିବେ । ଏଥିପାଇଁ ଆପଣଙ୍କୁ ମ୍ୟାକ୍‌ଡୋନାଲ୍ଡସ’ ରେଷ୍ଟୁରାଣ୍ଟର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି କଣ୍ଟାକ୍ଟଲେସ୍‌ ଟେକ୍‌ଆଓ୍ବେ ବା ଡାଇନିଂ-ଇନ୍‌ ସର୍ଭିସ୍‌ ସିଲେକ୍ଟ କରିପାରିବେ । (ଏଜେନ୍ସି)

Related posts