Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅକ୍ଟୋବରରେ କେବଳ ଜିଓ ଓଡିଶାରୁ ୭୨ ହଜାର ଗ୍ରାହକ ଯୋଗ କରିଛି
ଜାତୀୟ ଖବର

ଅକ୍ଟୋବରରେ କେବଳ ଜିଓ ଓଡିଶାରୁ ୭୨ ହଜାର ଗ୍ରାହକ ଯୋଗ କରିଛି

December 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡିଶା ଟେଲିକମ୍ ବଜାରରେ ନିଜ ନେତୃତ୍ୱ ସ୍ଥାନକୁ ଆହୁରି ସୂଦୃଢ କରି ଅକ୍ଟୋବର ମାସରେ ଏକମାତ୍ର ମୋବାଇଲ ସେବା ଯୋଗାଣକାରୀ ଭାବେ ରାଜ୍ୟରେ ଏହାର ଗ୍ରାହକ ସଂଖ୍ୟା ବୃଦ୍ଧି କରିଥିବାବେଳେ ଭାରତୀ ଏୟାରଟେଲ୍‌, ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଭଳି ଅନ୍ୟ ଅପରେଟର ମାନେ ହଜାର ହଜାର ସଂଖ୍ୟାରେ ଗ୍ରାହକ ହରାଇଥିବା ଭାରତର ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରୁ ଜଣାପଡିଛି ।

ଟ୍ରାଇ ପକ୍ଷରୁ ଟେଲିକମ୍‍ ଗ୍ରାହକଙ୍କ ସମ୍ପର୍କରେ ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ୨୦୨୦ ଅକ୍ଟୋବର ମାସରେ ଓଡ଼ିଶାରେ ୭୨,୦୦୦ରୁ ଉର୍ଦ୍ଧ୍ୱ ଗ୍ରାହକ ଯୋଗ କରିଥିବା ବେଳେ ଏହି ସମୟରେ ଭାରତୀ ଏୟାରଟେଲ ରାଜ୍ୟରେ ୭୫୦୦ରୁ ଅଧିକ ଗ୍ରାହକ ହରାଇଛି ଏବଂ ଭୋଡାଫୋନ ଆଇଡିଆ ୨୧,୦୦୦ରୁ ଅଧିକ ଗ୍ରାହକ ହରାଇଛି । ସେହିଭଳି ଏହି ସମୟରେ ବିଏସଏନଏଲ ମଧ୍ୟ ଓଡ଼ିଶାରେ ୩୦,୦୦୦ରୁ ଅଧିକ ଗ୍ରାହକ ହରାଇଛି । ଅକ୍ଟୋବର ମାସରେ ରାଜ୍ୟରେ ମାତ୍ର ଦଶ ହଜାର ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିହୋଇଥିବାବେଳେ ୨୦୨୦ ଅକ୍ଟୋବର ୩୧ସୁଦ୍ଧା ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୩.୩୩ କୋଟି ରହିଥିବା ଟ୍ରାଇ ପ୍ରକାଶ କରିଛି ।

ଏଥିସହିତ ଓଡ଼ିଶାର ମୋବାଇଲ ଗ୍ରାହକ ବଜାରରେ ଜିଓର ସଂପ୍ରତି ୪୦.୫ ପ୍ରତିଶତରୁ ଅଧିକ ବଜାର ଅଂଶ ରହିଛି ଏବଂ ଏହାର ମୋଟ ଗ୍ରାହକ ସଂଖ୍ୟା ୧.୩୫ କୋଟି ରହିଛି । ନିକଟତମ ପ୍ରତିଦ୍ୱନ୍ଦୀ ଏୟାରଟେଲର ଗ୍ରାହକ ବଜାର ଅଂଶ ୩୨ ପ୍ରତିଶତ ରହିଛି । ଦୂରସଂଚାର କ୍ଷେତ୍ରରେ ଦେଶର ତିନିଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ, ଯେଉଁଠି ଜିଓର ଗ୍ରାହକ ବଜାର ଅଂଶ ୪୦ ପ୍ରତିଶତରୁ ଅଧିକ ରହିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ଓଡ଼ିଶାରେ ତାହାର ସର୍ବବୃହତ ୪ଜି ନେଟୱର୍କ, ଦ୍ରୁତ ନେଟୱର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ସଂଯୁକ୍ତ ହୋଇନଥିବା ଅଂଚଳଗୁଡିକୁ ସଂଯୁକ୍ତ କରିବା ସହିତ ଭାଲ୍ୟୁ ଫର ମନି ଅଫର୍‍ ଏବଂ ପ୍ରତ୍ୟେକ ଶ୍ରେଣୀର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‍ ସହିତ କ୍ରମାଗତ ଭାବରେ ସର୍ବାଧିକ ସଂଖ୍ୟାରେ ନୂଆ ଗ୍ରାହକ ଯୋଗକରିଆସୁଛି । ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଆର୍ଥିକ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ଟେଲିକମ୍‍ କ୍ଷେତ୍ରର ମୋଟ ରାଜସ୍ୱରେ ଜିଓର ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ରହିଛି ଏବଂ ତତ୍‍ସହିତ ଓଡ଼ିଶାରେ ଉଭୟ ଗ୍ରାହକ ଓ ରାଜସ୍ୱ ବଜାର ଅଂଶ ଦୃଷ୍ଟିରୁ ଜିଓ ୧ ନମ୍ବର ସ୍ଥାନରେ ରହିଛି ।

ରିଲାଏନ୍ସ ଜିଓ ଏହାର ଜିଓଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ଓଡ଼ିଶାର ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବ୍ରଜରାଜନଗର, ବେଲପାହାଡ, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର ସମେତ ଓଡ଼ିଶାର ୨୧ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳରେ ପ୍ରଚଳନ କରିସାରିଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଦ୍ରୁତ ସଂପ୍ରସାରଣ କରୁଛି ।

ବିଏସ୍‌ଏନ୍‌ଏଲ୍ ଭାରତୀ ଏୟାରଟେଲ୍‌ ଭୋଡାଫୋନ୍ ଆଇଡିଆ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.