Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାରଦ୍ବୀପ ବନ୍ଦର ବିକାଶ ପାଇଁ 3 ହଜାର କୋଟି ଟଙ୍କା ଅନୁଦାନ, ଚାଲିବ କେପସାଇଜ୍ ଜାହାଜ
ଜାତୀୟ ଖବର

ପାରଦ୍ବୀପ ବନ୍ଦର ବିକାଶ ପାଇଁ 3 ହଜାର କୋଟି ଟଙ୍କା ଅନୁଦାନ, ଚାଲିବ କେପସାଇଜ୍ ଜାହାଜ

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ ବନ୍ଦରର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କେପ ଆକାରର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦରର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ସରକାରୀ ଘରୋଇ ଭାଗିଦାରୀ (ପିପିପି) ଜରିଆରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର‌୍ୟ୍ୟକାରୀ କରାଯିବ।

ଆର୍ଥିକ ବ୍ୟୟ

ଏହି ପ୍ରକଳ୍ପ ପାଇଁ ୩,୦୦୪.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଛି। ଏଥିରେ ସାମିଲ ରହିଛି ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ନୂତନ ପଶ୍ଚିମ ଜେଟିର ବିଓଟି ଆଧାରରେ ବିକାଶ ଏବଂ ପ୍ରମୁଖ ଖନନ। ଏଥିପାଇଁ ଯଥାକ୍ରମେ ୨,୦୪୦ କୋଟି ଏବଂ ୩୫୨.୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବା ଲାଗି ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦ କୋଟି ଟଙ୍କା ନିବେଶ କରାଯିବ।

କଣ କରାଯିବ

ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମ ଜେଟି ବେସିନ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହାକୁ ଏକ ମନୋନିତ ବିଓଟି ରିହାତି ହାସଲକାରୀ ସଂସ୍ଥା ନିର୍ମାଣ କରିବ। ଯାହାଫଳରେ ଏହି ଜେଟିରେ କେପ ଆକାରର ଜାହାଜ ଚଳାଚଳ କରିପାରିବ ଏବଂ ଏହାର ମୋଟ କ୍ଷମତା ଦୁଇଟି ପର‌୍ୟ୍ୟାୟରେ ବାର୍ଷିକ ୧୨.୫୦ ନିୟୁତ ଟନ ଲେଖାଏଁ ମିଶାଇ ବାର୍ଷିକ ୨୫ ନିୟୁତ ଟନକୁ ବୃଦ୍ଧି ପାଇବ।

ରିହାତିର ଅବଧି ରିହାତି ପ୍ରଦାନ କରାଯିବା ତାରିଖ ଠାରୁ ୩୦ ବର୍ଷ ଯାଏ ରହିବ। ପାରାଦୀପ ବନ୍ଦର ନ୍ୟାସ (ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷ) କେପ ଆକାରର ଜାହାଜ ଚଳାଚଳ ପାଇଁ ବ୍ରେକୱାଟର ଏକ୍ସଟେନସନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର‌୍ୟ୍ୟ ଭଳି ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବ।

ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ବିଓଟି ଆଧାରରେ ଏହି ପ୍ରକଳ୍ପ ବିକଶିତ କରାଯିବ। ତେବେ, ବନ୍ଦର ପକ୍ଷରୁ ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦିଆଯିବ।

କଣ ହେବ ଲାଭ

କାର‌୍ୟ୍ୟକ୍ଷମ ହେବା ପରେ, ଏହା କୋଇଲା ଓ ଚୂନ ପଥର ଆମଦାନୀ ସମେତ ପାରାଦୀପ ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଥିବାରୁ ଖଦଡ଼ା ସ୍ଲାଗ ଓ ଇସ୍ପାତ ଉତ୍ପାଦ ରପ୍ତାନି ସଂକ୍ରାନ୍ତ ଆବଶ୍ୟକତା ପୂରଣ କରିପାରିବ। ଏହି ପ୍ରକଳ୍ପ (ସ) ବନ୍ଦରରେ ଭିଡ଼ ହ୍ରାସ କରିବ, (ସସ) ସାମୁଦ୍ରିକ ମାଲ ଭଡ଼ା ହ୍ରାସ କରି କୋଇଲ ଆମଦାନୀକୁ ଶସ୍ତା କରିବ, ଏବଂ (ସସସ) ବନ୍ଦର ଆଖାପାଖ ଅଞ୍ଚଳରେ ଶିଳ୍ପ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପାରାଦ୍ବୀପ ବନ୍ଦରର ପୃଷ୍ଠଭୂମି

ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିପି) ଭାରତ ସରକାରଙ୍କ ଅଧୀନ ଏକ ପ୍ରମୁଖ ବନ୍ଦର ଅଟେ ଏବଂ ଏହା ପ୍ରମୁଖ ବନ୍ଦର ଟ୍ରଷ୍ଟ ଆଇନ, ୧୯୬୩ ଅନ୍ତର୍ଗତ ପରିଚାଳିତ ହୋଇ ଆସୁଛି। ୧୯୬୬ରେ ଲୁହାପଥର ରପ୍ତାନି ନିମନ୍ତେ ଏକ ଉତ୍ପାଦ ବନ୍ଦର ରୂପରେ ଏହାର ଆରମ୍ଭ କରାଯାଇଥିଲା। ବିଗତ ୫୪ ବର୍ଷ ମଧ୍ୟରେ ଏହି ବନ୍ଦର ନିଜକୁ ବିକଶିତ କରି ବିଭିନ୍ନ ପ୍ରକାରର ରପ୍ତାନି-ଆମଦାନୀ ସାମଗ୍ରୀ (ଏକ୍ଜିମ କାର୍ଗୋ) ପରିଚାଳନା ନିମନ୍ତେ ସକ୍ଷମ ହୋଇପାରିଛି। ଏହି ସାମଗ୍ରୀ ମଧ୍ୟରେ ରହିଛି ଲୁହା ପଥର, କ୍ରୋମ ପଥର, ଆଲୁମିନିୟମ ଉତ୍ପାଦ, କୋଇଲା, ସାର କଞ୍ଚା ମାଲ, ଚୂନ ପଥର, କ୍ଲିଙ୍କର, ଇସ୍ପାତ ପ୍ରସ୍ତୁତ ଉତ୍ପାଦ, କଣ୍ଟେନର ଆଦି।

ବିଶେଷ କରି ଏହି ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଉପସ୍ଥିତ ଥିବା କାରଣରୁ କୋକିଂ କୋଇଲା ଏବଂ ଫ୍ଲକ୍ସର ଆମଦାନୀ ଏବଂ ଇସ୍ପାତ ପ୍ରସ୍ତୁତ ଉତ୍ପାଦର ରପ୍ତାନିର ବୃଦ୍ଧି ପାଉଥିବା ଚାହିଦାକୁ ଦେଖି ଏହି ବନ୍ଦରର କ୍ଷମତା ବିକାଶ ଅତି ଜରୁରି ହୋଇପଡ଼ିଛି।

ପାରାଦ୍ବୀପ ବନ୍ଦର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Latest News

ପୁରୀ ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ଭାବେ ମାନ୍ୟତା ଦେବାକୁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

August 4, 2026

ଭୁବନେଶ୍ବର ରେଳ ଷ୍ଟେସନ୍ରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 4, 2026

ଅଙ୍ଗଦାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କ ନୂଆ ପଦକ୍ଷେପ, ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ

August 4, 2026

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.