Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ ବିଦେଶ ରାଷ୍ଟ୍ରର ଆଗ୍ରହ, କ୍ୟାବିନେଟ ଦେଲା ଅନୁମୋଦନ
ଅନ୍ତରାଷ୍ଟ୍ରୀୟ

ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ ବିଦେଶ ରାଷ୍ଟ୍ରର ଆଗ୍ରହ, କ୍ୟାବିନେଟ ଦେଲା ଅନୁମୋଦନ

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଅଟେ ଯାହାର ୯୬ ପ୍ରତିଶତ ସ୍ୱଦେଶୀକରଣ କରାଯାଇଛି।

ଆକାଶ ହେଉଛି ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୫ କିଲୋମିଟର ପର‌୍ୟ୍ୟନ୍ତ ରହିଛି। ଏହି କ୍ଷେପଣାସ୍ତ୍ରକୁ ୨୦୧୪ରେ ଭାରତୀୟ ବାୟୁ ସେନା ଏବଂ ୨୦୧୫ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା।

ପ୍ରତିରକ୍ଷା ସେବାରେ ଏହା ସାମିଲ ହେବା ପରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ,ପ୍ରତିରକ୍ଷା ପ୍ରଦର୍ଶନୀ,ଏରୋ ଇଣ୍ଡିଆ ସମୟରେ ବହୁ ମିତ୍ର ରାଷ୍ଟ୍ର ଆକାଶ କ୍ଷେପଣାସ୍ତ୍ର ପ୍ରତି ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହାର ରପ୍ତାନିକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ବିଭିନ୍ନ ରାଷ୍ଟ୍ର ଦ୍ୱାରା ଜାରି ଆରଏଫଆଇ,ଆରଏଫପିରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତୀୟ ନିର୍ମାତାମାନଙ୍କୁ ସୁବିଧା ମିଳିବ।

ବର୍ତ୍ତମାନ ସୁଦ୍ଧା, ଭାରତୀୟ ପ୍ରତିରକ୍ଷା ରପ୍ତାନିରେ ସରଞ୍ଜାମ,ଉପାଦାନ ଆଦି ସାମିଲ ଥିଲା। ବଡ଼ ପ୍ଲାଟଫର୍ମଗୁଡ଼ିକର ରପ୍ତାନି ଖୁବ କମ ରହିଥିଲା। କ୍ୟାବିନେଟ ଏହି ମଞ୍ଜୁରି ଦେବା ପରେ ଦେଶ ନିଜର ପ୍ରତିରକ୍ଷା ଉତ୍ପାଦଗୁଡ଼ିକୁ ଉନ୍ନତ କରିବା ଏବଂ ସେଗୁଡ଼ିକୁ ବିଶ୍ୱ ସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

ଆକାଶର ରପ୍ତାନି ସଂସ୍କରଣ ବର୍ତ୍ତମାନ ଭାରତୀୟ ସଶସ୍ତ୍ର ବାହିନୀରେ ନିୟୋଜିତ ସିଷ୍ଟମ ଠାରୁ ଭିନ୍ନ ହେବ।

ଆକାଶ ବ୍ୟତୀତ, ଅନ୍ୟ ପ୍ରମୁଖ ପ୍ଲାଟଫର୍ମ ଯେପରିକି ଉପକୂଳ ନିରୀକ୍ଷଣ ପ୍ରଣାଳୀ, ରାଡାର ଏବଂ ଏୟାର ପ୍ଲାଟଫର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଏପରି ପ୍ଲାଟଫର୍ମର ରପ୍ତାନିକୁ ଦ୍ରୁତ ଅନୁମୋଦନ ପ୍ରଦାନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଏକ ସମିତି ଗଠନ କରାଯାଇଛି।

ଏହି ସମିତି ବିଭିନ୍ନ ଦେଶ ପାଇଁ ପ୍ରମୁଖ ସ୍ୱଦେଶୀ ପ୍ଲାଟଫର୍ମର ରପ୍ତାନିକୁ ଅନୁମତି ପ୍ରଦାନ କରିବ। ସମିତି ଗୋଟିଏ ସରକାରଙ୍କ ଠାରୁ ଅନ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କ୍ରିୟ ସମେତ ବିଭିନ୍ନ ଉପଲବ୍ଧ ବିକଳ୍ପ ମଧ୍ୟ ଚିହ୍ନଟ କରିବ।

ଭାରତ ସରକାର ୫ ବିଲିୟନ ଆମେରିକୀୟ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ ହାସଲ କରିବା ଏବଂ ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ରଣନୈତିକ ସମ୍ପର୍କକୁ ଉନ୍ନତ କରିବା ଲାଗି ଉଚ୍ଚମୂଲ୍ୟ ବିଶିଷ୍ଟ ପ୍ରତିରକ୍ଷା ପ୍ଲାଟଫର୍ମର ରପ୍ତାନି ଉପରେ ବିଚାର କରୁଛନ୍ତି।

କ୍ୟାବିନେଟ ମଂଜୁରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ତିନୋଟି ନୂତନ ଉପକ୍ରମର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 23, 2026
Latest News

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.