Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଯୋଜନା ପାଇଁ ୫୪,୬୧୮ କୋଟି ଟଙ୍କା ପ୍ୟାକେଜକୁ କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆରମ୍ଭ କରାଯିବ ।

ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍‍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ ନିବେଶ ସଂଗ୍ରହ କରିବା ନିମନ୍ତେ ୯୮୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।

ଆର୍ଥିକ ପ୍ରଭାବ:

କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷଠାରୁ ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୯୮୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା ନିମନ୍ତେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି ଯାହା ଏହିସବୁ ଯୋଜାଗୁଡ଼ିକରେ ହିଁ ବ୍ୟୟ କରାଯିବ । ଏହା ଦ୍ୱାରା ପଶୁପାଳନ କ୍ଷେତ୍ରରେ ମୋଟ ୫୪,୬୧୮ କୋଟି ଟଙ୍କା ନିବେଶ ଜୁଟାଇବା ଦିଗରେ ସହାୟକ ହେବ । ଏଥିରେ ରାଜ୍ୟ ସରକାରମାନଙ୍କ, ରାଜ୍ୟ ସହକାରୀତାଗଣ, ଆର୍ଥିକ ସଂସ୍ଥାନ, ବାହ୍ୟ ଆର୍ଥିକ ଏଜେନ୍ସି ଏବଂ ଅନ୍ୟ ହିତଧାରକମାନଙ୍କ ନିବେଶ ସାମିଲ ।

ବିବରଣୀ:

ଏହି ଆର୍ଥିକ ପ୍ରୋତ୍ସାହନ ଆଧାରର ବିଭାଗର ସମସ୍ତ ଯୋଜନାକୁ ତିନିଗୋଟି ବୃହତ୍‍ ବିକାଶ ଯୋଜନାରେ ଶ୍ରେଣୀଭୁକ୍ତ କରାଯିବ । ସେଥିରେ ରାଷ୍ଟ୍ରୀୟ ଗୋକୁଳ ମିଶନ୍‍, ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ (ଏନପିଡ଼ିଡ଼ି), ରାଷ୍ଟ୍ରୀୟ ପ୍ରାଣୀଧନ ମିଶନ (ଏନଏଲଏମ) ଏବଂ ପ୍ରାଣୀଧନ ଗଣନା ତଥା ଏକୀକୃତ ନମୁନା ସର୍ବେକ୍ଷଣ (ଏଲସି- ଏଣ୍ଡ୍‍ ଆଇଏସଏସ)କୁ ଉପଯୋଜନାଗୁଡ଼ିକ ଆଧାରରେ ସାମିଲ କରାଯାଇଛି । ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ନାମ ବଦଳାଯାଇ ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଏଡିସିପି) ରଖାଯାଇଛି।

ଏଥିରେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରାଣୀଧନ ସ୍ୱାସ୍ଥ୍ୟ ଏବଂ ଯୋଗ ନିୟନ୍ତ୍ରଣକୁ ସାମିଲ କରାଯାଇଛି, କିନ୍ତୁ ଏଥି ସହିତ ରାଷ୍ଟ୍ରୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଏବଂ ଅବସଂରଚନା ବିକାଶ ନିଧିକୁ ମଧ୍ୟ ସାମିଲ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ପଶୁପାଳନ ଅବସଂରଚନା ବିକାଶ ନିଧି (ଏଏଚଆଇଡ଼ିଏଫ) ଏବଂ ଡାଏରୀ ଅବସଂରଚନା ବିକାଶ ନିଧି (ଡିଆଇଡିଏଫ)କୁ ପରସ୍ପର ସହିତ ମିଶାଇ ଦିଆଯାଇଛି । ଏହିଭଳି ଭାବେ ଅବସଂରଚନା ବିକାଶ ନିଧି ପ୍ରସ୍ତୁତ କରାଯାଇଛି । ଡାଏରୀ ଗତିବିଧିମାନଙ୍କରେ ସଂଲଗ୍ନ ଡାଏରୀ ସହକାରୀତା ଏବଂ କୃଷକ ଉତ୍ପାଦନ ସଂଗଠନଗୁଡ଼ିକୁ ମଧ୍ୟ ଏହିଭଳି ଭାବେ ତୃତୀୟ ବର୍ଗ ଭାବେ ସାମିଲ କରାଯାଇଛି ଯଦ୍ୱାରା ଡାଏରୀ ସହକାରୀତାଗୁଡ଼ିକୁ ସହାୟତା ମିଳିପାରିବ ।

ପ୍ରଭାବ:

ଋାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ସ୍ୱଦେଶୀ ପ୍ରଜାତିର ବିକାଶ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମକୁ ସହାୟତା ମିଳିପାରିବ । ଏହାଦ୍ୱାରା ଗାଁର ଗରିବ ଲୋକମାନଙ୍କର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆସିପାରିବ । ରାଷ୍ଟ୍ରୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ ଯୋଜନା (ଏନପିଡ଼ିଡ଼ି)ର ଲକ୍ଷ୍ୟ ମୋଟରେ ପ୍ରାୟ ୮୯୦୦ କୁଲର ଲଗାଯିବ ଯେଉଁଥିରେ କି ଦୁଗ୍ଧ ସଂରକ୍ଷଣ କରାଯାଇପାରିବ । ଏଭଳି ପଦକ୍ଷେପ ଦ୍ୱାରା ଆଠଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦନଙ୍କୁ ଫାଇଦା ମିଳିବ ଏବଂ ୨୦ ଏଲଏଲପିଡ଼ି ଦୁଧର ଅତିରିକ୍ତ ସଂଗ୍ରହ ସମ୍ଭବପର ହୋଇପାରିବ । ଏନପିଡ଼ିଡ଼ି ଅଧୀରେ ଜାପାନ ଇଣ୍ଟରନ୍ୟାସନାଲକୁ କାର୍ଯ୍ୟକାରୀ ଏଜେନ୍ସି (ଜିଆଇସିଏ) ରୁ ଆର୍ଥିକ ସହାୟତା ପ୍ରାପ୍ତ ହେବ ଯାହାଫଳରେ ଦେଶର ୪୫୦୦ ଗ୍ରାମରେ ନୂତନ ଅବସଂରଚନାର ନିର୍ମାଣ ହେବ ଏବଂ ଗାଁଗୁଡ଼ିକ ଅଧିକ ଶକ୍ତିସମ୍ପନ୍ନ ହୋଇପାରିବେ ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଭାରତର ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ ବିଦେଶ ରାଷ୍ଟ୍ରର ଆଗ୍ରହ, କ୍ୟାବିନେଟ ଦେଲା ଅନୁମୋଦନ

ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଅଟେ ଯାହାର ୯୬ ପ୍ରତିଶତ ସ୍ୱଦେଶୀକରଣ କରାଯାଇଛି।

ଆକାଶ ହେଉଛି ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୫ କିଲୋମିଟର ପର‌୍ୟ୍ୟନ୍ତ ରହିଛି। ଏହି କ୍ଷେପଣାସ୍ତ୍ରକୁ ୨୦୧୪ରେ ଭାରତୀୟ ବାୟୁ ସେନା ଏବଂ ୨୦୧୫ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା।

ପ୍ରତିରକ୍ଷା ସେବାରେ ଏହା ସାମିଲ ହେବା ପରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ,ପ୍ରତିରକ୍ଷା ପ୍ରଦର୍ଶନୀ,ଏରୋ ଇଣ୍ଡିଆ ସମୟରେ ବହୁ ମିତ୍ର ରାଷ୍ଟ୍ର ଆକାଶ କ୍ଷେପଣାସ୍ତ୍ର ପ୍ରତି ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହାର ରପ୍ତାନିକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ବିଭିନ୍ନ ରାଷ୍ଟ୍ର ଦ୍ୱାରା ଜାରି ଆରଏଫଆଇ,ଆରଏଫପିରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତୀୟ ନିର୍ମାତାମାନଙ୍କୁ ସୁବିଧା ମିଳିବ।

ବର୍ତ୍ତମାନ ସୁଦ୍ଧା, ଭାରତୀୟ ପ୍ରତିରକ୍ଷା ରପ୍ତାନିରେ ସରଞ୍ଜାମ,ଉପାଦାନ ଆଦି ସାମିଲ ଥିଲା। ବଡ଼ ପ୍ଲାଟଫର୍ମଗୁଡ଼ିକର ରପ୍ତାନି ଖୁବ କମ ରହିଥିଲା। କ୍ୟାବିନେଟ ଏହି ମଞ୍ଜୁରି ଦେବା ପରେ ଦେଶ ନିଜର ପ୍ରତିରକ୍ଷା ଉତ୍ପାଦଗୁଡ଼ିକୁ ଉନ୍ନତ କରିବା ଏବଂ ସେଗୁଡ଼ିକୁ ବିଶ୍ୱ ସ୍ତରରେ ପ୍ରତିଯୋଗିତାପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

ଆକାଶର ରପ୍ତାନି ସଂସ୍କରଣ ବର୍ତ୍ତମାନ ଭାରତୀୟ ସଶସ୍ତ୍ର ବାହିନୀରେ ନିୟୋଜିତ ସିଷ୍ଟମ ଠାରୁ ଭିନ୍ନ ହେବ।

ଆକାଶ ବ୍ୟତୀତ, ଅନ୍ୟ ପ୍ରମୁଖ ପ୍ଲାଟଫର୍ମ ଯେପରିକି ଉପକୂଳ ନିରୀକ୍ଷଣ ପ୍ରଣାଳୀ, ରାଡାର ଏବଂ ଏୟାର ପ୍ଲାଟଫର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଏପରି ପ୍ଲାଟଫର୍ମର ରପ୍ତାନିକୁ ଦ୍ରୁତ ଅନୁମୋଦନ ପ୍ରଦାନ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ, ବିଦେଶ ମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କୁ ନେଇ ଏକ ସମିତି ଗଠନ କରାଯାଇଛି।

ଏହି ସମିତି ବିଭିନ୍ନ ଦେଶ ପାଇଁ ପ୍ରମୁଖ ସ୍ୱଦେଶୀ ପ୍ଲାଟଫର୍ମର ରପ୍ତାନିକୁ ଅନୁମତି ପ୍ରଦାନ କରିବ। ସମିତି ଗୋଟିଏ ସରକାରଙ୍କ ଠାରୁ ଅନ୍ୟ ସରକାରଙ୍କ ଦ୍ୱାରା କରାଯାଉଥିବା କ୍ରିୟ ସମେତ ବିଭିନ୍ନ ଉପଲବ୍ଧ ବିକଳ୍ପ ମଧ୍ୟ ଚିହ୍ନଟ କରିବ।

ଭାରତ ସରକାର ୫ ବିଲିୟନ ଆମେରିକୀୟ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ ହାସଲ କରିବା ଏବଂ ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହିତ ରଣନୈତିକ ସମ୍ପର୍କକୁ ଉନ୍ନତ କରିବା ଲାଗି ଉଚ୍ଚମୂଲ୍ୟ ବିଶିଷ୍ଟ ପ୍ରତିରକ୍ଷା ପ୍ଲାଟଫର୍ମର ରପ୍ତାନି ଉପରେ ବିଚାର କରୁଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର ୧୯,୨୦୨୦ରେ ବାଙ୍ଗାଲୋରର ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମାଣାରେ କଣ ରହିଛି 

ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟ ଯୋଜନା ଉପରେ କାମ କରିବ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ

ଏହି ଏମଓୟୁ କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟଯୋଜନା ଉପରେ କାମ କରିବା ଲାଗି ସହଯୋଗର ବିଶେଷ କ୍ଷେତ୍ରରେ କାର‌୍ୟ୍ୟକାରିତାର ବ୍ୟବସ୍ଥା କରାଯିବ ତଥା ଏକ ମିଳିତ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ।

ପ୍ରମୁଖ ପ୍ରଭାବ

ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ହିତାଧିକାରୀଙ୍କ ସଂଖ୍ୟା

ଏହି ଏମଓୟୁ ମାଧ୍ୟମରେ ଭୂଟାନ ସରକାରଙ୍କ ସହିତ ସହଯୋଗ ଫଳରେ ମାନବ ଜଗତର ହିତା ଲାଗି ମହାକାଶ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ପ୍ରୋତ୍ସାହନ ମିଳିବ। ଯାହାଫଳରେ ଦେଶର ସମସ୍ତ ସମୁଦାୟ ଏବଂ କ୍ଷେତ୍ର ଲାଭବାନ ହେବେ।