Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ ଓ ଭୁଟାନ ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର ୧୯,୨୦୨୦ରେ ବାଙ୍ଗାଲୋରର ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମାଣାରେ କଣ ରହିଛି 

ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର‌୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟ ଯୋଜନା ଉପରେ କାମ କରିବ।

କାର୍ଯ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ

ଏହି ଏମଓୟୁ କାର‌୍ୟ୍ୟକାରିତାର ସମୟସୀମା ଏବଂ ସାଧନ ସମେତ କାର‌୍ୟ୍ୟଯୋଜନା ଉପରେ କାମ କରିବା ଲାଗି ସହଯୋଗର ବିଶେଷ କ୍ଷେତ୍ରରେ କାର‌୍ୟ୍ୟକାରିତାର ବ୍ୟବସ୍ଥା କରାଯିବ ତଥା ଏକ ମିଳିତ କାର‌୍ୟ୍ୟଗୋଷ୍ଠୀ ଗଠନ କରାଯିବ।

ପ୍ରମୁଖ ପ୍ରଭାବ

ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ।

ହିତାଧିକାରୀଙ୍କ ସଂଖ୍ୟା

ଏହି ଏମଓୟୁ ମାଧ୍ୟମରେ ଭୂଟାନ ସରକାରଙ୍କ ସହିତ ସହଯୋଗ ଫଳରେ ମାନବ ଜଗତର ହିତା ଲାଗି ମହାକାଶ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ମିଳିତ ଗତିବିଧିକୁ ପ୍ରୋତ୍ସାହନ ମିଳିବ। ଯାହାଫଳରେ ଦେଶର ସମସ୍ତ ସମୁଦାୟ ଏବଂ କ୍ଷେତ୍ର ଲାଭବାନ ହେବେ।