ସାବଧାନ, ବଜାରରେ ବିକ୍ରୀ ହେଉଛି ନକଲି ପନିର, କଟକରୁ ଜବତ ହେଲା ଏକ କ୍ବିଣ୍ଟାଲ

Published: Dec 31, 2020, 6:28 am IST

ଭୁବନେଶ୍ୱର: ବର୍ତ୍ତମାନ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକର ମାଲଗୋଦାମ ଅଞ୍ଚଳ। ପୂର୍ବରୁ ନକଲି ଘିଅ, ମସଲା, ସସ୍ ଏବଂ ସିମେଣ୍ଟ ଜବତ ପରେ ବର୍ତ୍ତମାନ ଆଉ ଏକ ନକଲି ସାମଗ୍ରୀ ନଜରକୁ ଆସିଛି। ତାହା ହେଉଛି ନକଲି ପନିର।

ବୁଧୁବାର ଦିନ କଟକ ପୋଲିସ ଏବଂ ସିଏମସିର ମିଳିତ ଉଦ୍ୟମରେ ଏକ ଚଢାଉ କରାଯାଇଥିଲା। କଟକ ପୋଲିସ ଓମପି ଛକରୁ କୋଲକାତା ଚାଲଣ ହେଉଥିବା ଏହି ସିନ୍ଥେଟିକ ପନିରକୁ ଜବତ କରିଥିଲା। ଏହି ନକଲି ଜିନିଷ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି କଟକ ଖାନନଗରର ଶୁକଦେବ ସାହୁ।

ଘଟଣାରୁ ଜଣାପଡିଛି ଯେ, କଟକରୁ ଧାରାବାହିକ ଭାବେ ନକଲି ପନିର କୋଲକାତା ପଠାଯାଉଥିଲା। ଏହି ପନିର ହାତକୁ ସିନ୍ଥେଟିକ ପରି ଲାଗୁଥିଲା। ଏସବୁ ଡିଟରଜେଣ୍ଟ, ୟୁରିଆ, ସଲଫ୍ୟୁରିକ ଏସିଡ, ଗ୍ଲେସରିନ, ମଇଦା ଏବଂ ଅବ୍ୟବହୃତ ଖିରରେ ତିଆରି ହେଉଥିବାର ଜଣାପଡିଛି। ଏହି ପନିର ମାତ୍ର କେଜି 70 ଟଙ୍କାରେ ବିକ୍ରୀ କରାଯାଉଥିଲା।  ତେବେ ଏ ନେଇ ପୋଲିସ ଆହୁରି ଖୋଳତାଡ ଜାରୀ ରଖିଛି।

Related posts