Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବେ ଦାୟିତ୍ବ ନେଲେ ସୁନୀତ ଶର୍ମା,ଜାଣନ୍ତୁ ସେ କିଏ ?
ଜାତୀୟ ଖବର

ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବେ ଦାୟିତ୍ବ ନେଲେ ସୁନୀତ ଶର୍ମା,ଜାଣନ୍ତୁ ସେ କିଏ ?

January 2, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରେଳବାଇ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବେ ଦାୟିତ୍ବ ନେଲେ ସୁନୀତ ଶର୍ମା,ଜାଣନ୍ତୁ ସେ କିଏ ?

ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସୁନୀତ ଶର୍ମାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ସୁନୀତ ଶର୍ମା ପୂର୍ବ ରେଳବାଇର ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରିଥିଲେ ।

ସୁନୀତ ଶର୍ମା ୧୯୭୯ ରେ ଆଇଆଇଟି କାନପୁରରେ ଇଞ୍ଜିନିୟରିଂ ପଢୁଥିବା ସମୟରେ ଏକ ସ୍ୱତନ୍ତ୍ର କ୍ଲାସ ଆପ୍ରେଣ୍ଟିସ ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ଶର୍ମାଙ୍କ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ରେଳବାଇ ସେବାର ବିଭିନ୍ନ ପଦବୀରେ କାର‌୍ୟ୍ୟ କରିବାର ଅଭିଜ୍ଞାତା ରହିଛି ।

ସେ ଅପରେସନ ୱର୍କିଂ, ଶେଡ, ଡିପୋ ଏବଂ ୱାର୍କସପ ରକ୍ଷଣାବେକ୍ଷଣରେ କାର‌୍ୟ୍ୟ କରିଛନ୍ତି। ସେ ମୁମ୍ବାଇର ପାରେଲ ୱାର୍କସପର ମୁଖ୍ୟ ପରିଚାଳକ ଥିଲେ ଯେଉଁଠାରେ ସେ ପାର୍ବତ୍ୟ ରେଳବାଇ ପାଇଁ ନେରୋ ଗେଜ ଲୋକୋମୋଟିଭ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ମୁମ୍ବାଇ ନିକଟସ୍ଥ ଐତିହ୍ୟ ମାଥେରାନ ଲାଇନ ପାଇଁ ପୁରୁଣା ନେରୋ ଗେଜ ବାଷ୍ପ ଚାଳିତ ଲୋକୋମୋଟିଭକୁ ମଧ୍ୟ ପୁନରୁଦ୍ଧାର କରିଥିଲେ ।

୨୦୦୬ ମୁମ୍ବାଇ ଉପନଗରୀୟ ଟ୍ରେନ ବିସ୍ଫୋରଣ ସମୟରେ ସେ ସେହି ଦଳରେ ସାମିଲ ହୋଇଥିଲେ ଯେଉଁ ଦଳ ଆତଙ୍କବାଦୀ ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ଉପନଗରୀୟ ରେଳ ନେଟୱାର୍କକୁ ପୁନଃ ଟ୍ରାକକୁ ଆଣି କାର‌୍ୟ୍ୟକ୍ଷମ କରାଇବାରେ ସଫଳ ହୋଇଥିଲା । ଏଡିଆରଏମ, ମୁମ୍ବାଇ ସିଏସଟି ଭାବରେ, ସେ ମୁମ୍ବାଇର ଲାଇଫ ଲାଇନ ରୂପରେ ପରିଗଣିତ ଉପନଗରୀୟ ରେଳ ନେଟୱାର୍କର ସେବା ବୃଦ୍ଧି କାର‌୍ୟ୍ୟ କରି ସେ ପ୍ରଶଂସିତ ହୋଇଥିଲେ ।

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ, ସେ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ସିଏସଟିରେ ହୋଇଥିବା ଆକ୍ରମଣ ପରବର୍ତ୍ତୀ ପୁନରୁଦ୍ଧାର କାର‌୍ୟ୍ୟ ପରିଚାଳନା ଦଳର ଅଂଶବିଶେଷ ଥିଲେ । ପୁଣେର ଡିଆରଏମ ଭାବରେ ଭିତ୍ତିଭୂମି ବଢାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଯାହାକି ରେଳବାଇର ପରିଚାଳନାଗତ ଦକ୍ଷତା ଆଣିଥିଲା ।​

ବାରଣାସୀସ୍ଥିତ ଡିଜେଲ ଲୋକୋମୋଟିଭ କାର‌୍ୟ୍ୟର ମୁଖ୍ୟ ମେକାନିକାଳ ଇଞ୍ଜିନିୟର ଭାବେ ବୈଦ୍ୟୁତିକ ଲୋକୋମୋଟିଭ ଉତ୍ପାଦନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ଡିଜେଲକୁ ଇଲେକ୍ଟ୍ରିକ ଲୋକୋମୋଟିଭରେ ରୂପାନ୍ତର କରିବା କାର‌୍ୟ୍ୟ ରେକର୍ଡ ସମୟ ଏବଂ ପ୍ରଥମ ଥର ପାଇଁ ବିଶ୍ଵରେ ହୋଇଥିଲା ।

ରାଇବରେଲି ଆଧୁନିକ କୋଚ କାରଖାନାର ମହାପ୍ରବନ୍ଧକ ଭାବେ ସେ ଏକ ବର୍ଷ ମଧ୍ୟରେ ବହୁ ଆବଶ୍ୟକୀୟ ଆଧୁନିକ ଯାତ୍ରୀ କୋଚର ନିର୍ମାଣ ଦ୍ୱିଗୁଣିତ କରିବାର କୀର୍ତ୍ତିମାନ ସ୍ଥାପନ କରିଥିଲେ ।

ପୂର୍ବାଞ୍ଚଳ ରେଲବାଇର ମହାପ୍ରବନ୍ଧକ ଭାବେ ମାଲବାହୀ ଟ୍ରେନର ଗତିକୁ ରେକର୍ଡ ସ୍ତରକୁ ବୃଦ୍ଧି କରିବା ଏବଂ ନୂତନ ଲାଇନ ଓ ବିଦ୍ୟୁତିକରଣ ସଙ୍କ୍ରାନ୍ତ ଅନେକ ଭିତ୍ତିଭୂମି ପ୍ରକଳ୍ପ ସମାପ୍ତ କରିବା ପାଇଁ ପଦକ୍ଷେପ ନେଇଥିଲେ ଯାହା କେବଳ ରେଳବାଇର ପରିଚାଳନା ଦକ୍ଷତା ବଢାଇଲା ନାହିଁ ବରଂ ସ୍ଥାନୀୟ ଅଞ୍ଚଳର ବିକାଶରେ ମଧ୍ୟ ସହାୟକ ହୋଇଥିଲା । ସେ କାର‌୍ୟ୍ୟକୁ ସହଜ କରିବା ଏବଂ ପ୍ରଶାସନିକ ସଂସ୍କାର ଆଣିବା ନିମନ୍ତେ ବ୍ୟବସ୍ଥାଗତ ପରିବର୍ତ୍ତନ ଆଣିବା ଲାଗି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ତାଙ୍କ କ୍ୟାରିଅର ସମୟରେ ସେ ଅନେକ ବୃତ୍ତିଗତ ପୁରସ୍କାର ହାସଲ କରିଛନ୍ତି । ଜେନେରାଲ ମ୍ୟାନେଜର (ଆଧୁନିକ କୋଚ କାରଖାନା ରାଇବରେଲି) ଏବଂ ଚିଫ୍ ମେକାନିକାଲ ଇଞ୍ଜିନିୟର (ବନାରସ ଲୋକୋମୋଟିଭ ୱାର୍କସ) ଥିବା ସମୟରେ ଏହି କାରଖାନାଗୁଡ଼ିକ ସର୍ବୋତ୍ତମ ଉତ୍ପାଦନ ୟୁନିଟ ପାଇଁ ପୁରସ୍କୃତ ହୋଇଛନ୍ତି ।

ସୁନୀତ ଶର୍ମା ଜର୍ମାନୀ ଏବଂ ଫ୍ରାନ୍ସରୁ ବୃତ୍ତିଗତ ପ୍ରଶିକ୍ଷଣ ହାସଲ କରିଛନ୍ତି ଏବଂ ସେ ଆମେରିକାର କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟରୁ ଉନ୍ନତ ନେତୃତ୍ୱ ଏବଂ ପରିଚାଳନା ପାଠ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ସେ ଲୋକୋମୋଟିଭ ନିର୍ମାଣ ଲାଗି ଜଣେ ପରାମର୍ଶଦାତା ଭାବରେ ଇରାନ ଗସ୍ତ କରିଛନ୍ତି।

ସେ ଜଣେ ଉତ୍ସାହୀ କ୍ରୀଡ଼ାବିତ ଏବଂ ପ୍ରତିଯୋଗୀତା ମୂଳକ ସ୍ତରରେ ବିଲିୟର୍ଡସ ଏବଂ ସ୍ନୁକର ଖେଳିଛନ୍ତି । ସେ ମଧ୍ୟ ଜଣେ ଉତ୍ସାହୀ ଗଲ୍ଫ ଏବଂ ବ୍ୟାଡମିଣ୍ଟନ ଏବଂ ସ୍କ୍ୱାସ ଖେଳାଳୀ।

Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆଇସିସି ରାଙ୍କିଙ୍ଗରେ ଇଶାନ କିଷାନଙ୍କ ବଡ଼ ଉନ୍ନତି, ପାକିସ୍ତାନୀ ବ୍ୟାଟସମ୍ୟାନଙ୍କୁ କ୍ଷତି

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.