ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର ୬ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପର ଶିଳାନ୍ୟାସ

Published: Jan 1, 2021, 11:35 pm IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍ନୋସଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍ନୋୀଲଜି ଚାଲେଞ୍ଜ (ଜିଏଚ୍ଟିହସି) କାର‌୍ୟ୍ୟକ୍ରମ ଅଧୀନରେ ୬ଟି ରାଜ୍ୟରେ ଲାଇଟ ହାଉସ୍‍ ପ୍ରକଳ୍ପ ବା ଏଲଏଚପିଏସ୍ରର ଶୁଭ ଦେଇଛନ୍ତି । ଏହି କାର‌୍ୟ୍ୟକ୍ରମ ଭିଡିଓ କନ୍ଫ‍ରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର‌୍ୟ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର‌୍ୟ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଅଭିନବ ନିର୍ମାଣ ଟେକ୍ନୋକଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍ନୋ ଲଜି ଫର୍‍ ଇଣ୍ଡିଆନ୍‍ ହାଉସିଂ ବା ନବରୀତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟୟକ୍ରମ ସମୟରେ ଉପସ୍ଥିତ ଥିଲେ ।

Related posts