ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଟ୍ରେନ ଟିକେଟ ବଢିବା ନେଇ ପ୍ରକାଶିତ ହୋଇଥିବା ଖବର ମିଛ

Published: Jan 6, 2021, 1:11 pm IST

ନୂଆଦିଲ୍ଲୀ, ରେଳବାଇ ଖୁବ ଶିଘ୍ର ଯାତ୍ରୀମାନଙ୍କର ଟିକେଟ ବୃଦ୍ଧି କରିବ। ଏ ନେଇ ଗତ କିଛିଦିନ ଧରି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସରକାର ଜାନୁୟାରୀ 6 ତାରିଖରୁ ରେଳଭଡା ବୃଦ୍ଧି କରିବେ।ଏହି ଖବର ପ୍ରକାଶ ପାଇବେ ପରେ ବିରୋଧୀ ଦଳ ବେଶ୍ ସକ୍ରିୟ ହୋଇ ଉଠିଲେ। ଫଳରେ ରେଳ ମନ୍ତ୍ରଣାଳୟ ଏହା ଉପରେ ଏକ ସ୍ପଷ୍ଟି କରଣ ପ୍ରଦାନ କରିଛି।

ଏହି ସ୍ପଷ୍ଟି କରଣରେ କୁହାଯାଇଛି ଯେ ରେଳ ଟିକେଟ ବଢିବା ନେଇ ଯେଉଁ ଖବର ପ୍ରକାଶ ପାଇଛି ତାହା ମିଛ। ବର୍ତ୍ତମାନ ସୁଦ୍ଧା ଟ୍ରେନ ଟିକେଟ ବଢିବା ପାଇଁ ରେଳ ବିଭାଗ ତରଫରୁ କୌଣସି ପ୍ରସ୍ତାବ ନାହିଁ। ଜାନୁୟାରୀ 6 ତାରିଖ ନେଇ ଯାହା କୁହାଯାଇଛି ତାହା ଏକ ଫେକ ନ୍ୟୁଜ ବୋଲି ରେଳ ବିଭାଗ ତରଫରୁ କୁହାଯାଇଛି।

Related posts