ନୂଆ ଓକିଲଙ୍କ ଫି ବୃଦ୍ଧି କଲା ଦିଲ୍ଲୀ ବାର କାଉନସିଲ, ଜାଣନ୍ତୁ କେତେ

Published: Jan 10, 2021, 4:09 pm IST

ନୂଆଦିଲ୍ଲୀ, ଆଜି ଦିଲ୍ଲୀ ବାର କାଉନସିଲ ଏକ ନୂଆ ନିଷ୍ପତି ଘୋଷଣା କରିଛି। ସେହି ଅନୁସାରେ ଏଣିକି ଯେଉଁମାନେ ନୂଆ ଓକିଲାତି କରିବେ ସେମାନେ ନୂଆ ଧାର୍ଯ୍ୟ ଫି ପ୍ରଦାନ କରି ସ୍ବୀକୃତ ନେବେ। ସେଥିପାଇଁ ବାର କାଉନିସ ତିନୋଟି ସ୍ଲାବ କରିଛନ୍ତି। ଏହି ନୂତନ ଫି ଜାନୁୟାରି 1 ତାରିଖରୁ ଲାଗୁ କରାଯାଇଛି ବୋଲି ବାର କାଉସିଲ କହିଛି।

ସେହି ଅନୁସାରେ ଯେ ସିଧା ଗ୍ରାଜୁଏସନ କରି ଓକିଲାତି କରିବ ତାଙ୍କୁ 14 ହଜାର ଟଙ୍କା ବାର କାଉନସିଲକୁ ଫି ବାବଦକୁ ଦେବାକୁ ପଡିବ। ପୂର୍ବରୁ ଏହା 9 ହଜାର ଟଙ୍କା ଥିଲା। ସେହିପରି ଯେଉଁମାନେ ଗ୍ରାଜୁଏସନର ପାଞ୍ଚ ବର୍ଷ ପରେ ବାର କାଉନସିଲ ସହିତ ଏନରୋଲମେଣ୍ଟ ହେବେ ସେମାନଙ୍କୁ 20 ହଜାର ଟଙ୍କା ରଖାଯାଇଛି। ଏହା ଛଡା ଅନ୍ୟ ଅଭିଜ୍ଞମାନେ ତୃତୀୟ ସ୍ଲାବ ଅନୁସାରେ 35 ହଜାର ଟଙ୍କା ଫି ବାବଦକୁ ଦେବେ। ଏହି ଫି ପରିଚୟ ପତ୍ର, ବିଲିଡିଂ ଫି, ପାଠାଗାର ଫି, ଓକିଲ କଲ୍ୟାଣ ପାଣ୍ଠି ବାବଦକୁ ନିଆଯିବ ବୋଲି ବାର କାଉନସିଲ ଜଣାଇଛି।

Related posts