ସୁନା ଚୋରଙ୍କ ନୂଆ ତରିକା, ଟାବଲେଟ ଭିତରେ ଲୁଚାଇ ଆଣିବା ବେଳେ ବିମାନ ବନ୍ଦରରେ ଧରାପଡିଲେ

Published: Jan 12, 2021, 7:14 pm IST

କୋଚିନ, ବର୍ତ୍ତମାନ ସୁନା ଚୋର ନୂଆନୂଆ ତରିକାରେ ବାହାରୁ ସୁନା ଆଣିବାରେ ଲାଗିଛନ୍ତି। ଯାହାକୁ ନେଇ କଷ୍ଟମ ବିଭାଗର ମୁଣ୍ଡବିନ୍ଧା ହୋଇଯାଇଛି। ଏହିପରି ଏକ ଭିନ୍ନ ଉପାୟରେ ସୁନା ଆଣୁଥିବା ବେଳେ କୋଚିନ ବିମାନ ବନ୍ଦରରେ ଧରାପଡିଛନ୍ତି ଜଣେ ଯାତ୍ରୀ। କଷ୍ଟମ କର୍ମଚାରୀ ଏହି ବିମାନ ଯାତ୍ରୀଙ୍କଠାରୁ ଯେପରି ଭାବେ ସୁନା ଧରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଘଟଣାରୁ ଜଣାପଡିଛି ଯେ, ଦୁବାଇରୁ କୋଚିନ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ଆଟାଚରୁ ଚାରୋଟି ଟାବଲେଟ ବାହାରିଥିଲା। ଏହି ଟାବଲେଟଗୁଡିକୁ ବେଶ୍ ଭାରୀ ଲାଗିବା ସହିତ ବାହାରୁ କିଛି ଜଣାପଡି ନ ଥିଲା। ହେଲେ ସେଗୁଡିକ ଭାଙ୍ଗିବା ପରେ ସେ ଭିତରୁ ସୁନା ଥିବାର ଜଣାପଡିଥିଲା। ଟାବଲେଟକୁ ଯେତେବେଳେ ଓଜନ କରାଯାଇଥିଲା ସେତେବେଳେ ତାହା 1069 କିଲୋଗ୍ରାମ ଥିଲା। ସେଥିରୁ 973 କିଲୋଗ୍ରାମ ଓଜନ ସୁନା ହୋଇଥିଲା। ସଂପୃକ୍ତ ଯାତ୍ରୀଙ୍କୁ ଅଧିକ ପଚରାଉଚୁରା କରାଯାଉଛି।

Related posts