ଆତ କେବଳ ଖାଇବାକୁ ମିଠାଲାଗେ ନାହିଁ, ଏହା ଦ୍ବାରା ମାରାତ୍ମକ ରୋଗ ମଧ୍ୟ ଭଲ ହୁଏ

Published: Jan 16, 2021, 7:45 am IST

ନୂଆଦିଲ୍ଲୀ, ଆତ ବା ସୀତାଫଳ ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ସେପରି ସ୍ବାଦିଷ୍ଠ। ସେଥିପାଇଁ ଫଳ ଭିତରେ ଆତକୁ ଅନ୍ୟତମ ଶ୍ରେଷ୍ଠ ଫଳ କୁହାଯାଇଥାଏ। ହେଲେ ଆଶ୍ଚର୍ଯ୍ୟ ହେବେ ଏହି ଆତ ଏବଂ ଏହାର ପତ୍ର ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ଆତ ଏବଂ ଆତର ପତ୍ରକୁ ଆୟୁର୍ବେଦ ଶାସ୍ତ୍ରରେ ଗୁରୁତ୍ବ ଦିଆଯାଇଛି। ଆଜି ଆସନ୍ତୁ ଜାଣିବା ଏହି ଆତ ଓ ଆତ ପତ୍ରରେ କିପରି ପାଞ୍ଚୋଟି ରୋଗ ଭଲ ହୁଏ

1-ଯଦି ଶରୀରର କୌଣସି ସ୍ଥାନରେ କ୍ଷତ ହୁଏ, ତେବେ ଆତପତ୍ରକୁ ଶୁଖାଇ ତାହାକୁ ଗୁଣ୍ଡ କରି ସେହି ସ୍ଥାନରେ ଲଗାଇଲେ ତାହା ଶିଘ୍ର ଶୁଖି ଭଲ ହୋଇଯାଏ।

2-ଆତ ପତ୍ର ବ୍ରଣ ପାଇଁ ବେଶ ଉପକାରୀ। ଆତପତ୍ରକୁ ବାଟି ସାମାନ୍ୟ ଉଷୁମ କରି ବ୍ରଣ ଉପରେ ଲଗାଇଲେ ତାହା ଫାଟିଯାଏ କିମ୍ବା ଦବିଯାଏ।

3-ଯଦି ବାଗି ପଡିଥିବ ବା କାଖ ଗୁଲି ପାଇଁ ଏହା ବେଶ ଉପକାରୀ। ଏପରି ହେଲେ ଆତ ପତ୍ରକୁ ବାଟି ସାମାନ୍ୟ ଉଷୁମ କରି ସେହି ସ୍ଥାନରେ ଲଗାଇ ଦେଖନ୍ତୁ ଅଳ୍ପ ଦିନରେ ଭଲ ହେବ।

4-ଆତ ମଞ୍ଜି ଏବଂ ହରଡ ଡାଲି ଚୁର୍ଣ୍ଣକୁ ଏକତ୍ର କରି ତାହାକୁ ଲଗାଇ ମୁଣ୍ଡ ଧୋଇଲେ ରୂପି ଏବଂ ଉକୁଣି ବିନାସ ହୋଇଯାଆନ୍ତି।

5-ଆତ ଫଳ ସହିତ ଆବଶ୍ୟକ ପରିମାଣରେ ଅଳେଇଚ, ମିଶ୍ର, ଲବଙ୍ଗ ଏବଂ ଖିସିମିଶି ମିଶାଇ ଏକ ସର୍ବତ ପରି ପ୍ରସ୍ତୁତ କରନ୍ତୁ। ଯେଉଁମାନଙ୍କୁ ଯକ୍ଷ୍ମା ରୋଗ ହୋଇଛି ସେମାନଙ୍କୁ ଦୈନିକ ପିଇବାକୁ ଦିଅନ୍ତୁ।

Related posts