Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଜେଟ୍ ୨୦୨୧ : ଏଥର ୱାର୍କ ଫ୍ରମ ହୋମ କର୍ମଚାରୀଙ୍କ ପାଇଁ ଆସିପାରେ ଆକର୍ଷଣୀୟ ଉପହାର
ଜାତୀୟ ଖବର

ବଜେଟ୍ ୨୦୨୧ : ଏଥର ୱାର୍କ ଫ୍ରମ ହୋମ କର୍ମଚାରୀଙ୍କ ପାଇଁ ଆସିପାରେ ଆକର୍ଷଣୀୟ ଉପହାର

January 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବଜେଟ୍ ୨୦୨୧ : ଏଥର ୱାର୍କ ଫ୍ରମ ହୋମ କର୍ମଚାରୀଙ୍କ ପାଇଁ ଆସିପାରେ ଆକର୍ଷଣୀୟ ଉପହାର

ନୂଆଦିଲ୍ଲୀ, କରୋନା ମହାମାରୀ ଦୁନିଆର ଲୋକଙ୍କର କାର୍ଯ୍ୟ କରିବାର ପଦ୍ଧତିକୁ ବଦଳାଇ ଦେଇଛି। ଏହି ମହାମାରୀ ଯୋଗୁଁ ସରକାରୀ ତଥା ଘରୋଇ କର୍ମଚାରୀଙ୍କ ଘରେ କାର୍ଯ୍ୟ ବା ୱାର୍କ ଫ୍ରମ ହୋମ ଧାରା ବୃଦ୍ଧି ପାଇଛି। ବିଶେଷ କରି ବଡ ବଡ କଂପାନୀ ଏହି କାର୍ଯ୍ୟଧାରକୁ ଆପଣେଇ ନେଇଛନ୍ତି।

ବିଶେଷ କରି ଆଇଟି କଂପାନୀଗୁଡିକ ୱାର୍କ ଫ୍ରମ ହୋମ ଧାରାକୁ ପୂର୍ଣ୍ଣ ମାତ୍ରାରେ ଲାଗୁ କରିଛନ୍ତି। କରୋନା ସଂକ୍ରାମଣ ହ୍ରାସ ପାଇଥିଲେ ମଧ୍ୟ ଏହି ୱାର୍କ ଫ୍ରମ ହୋମ ଧାରାକୁ ଅନେକ କଂପାନୀ ଆହୁରି ବଢାଇବେ ବୋଲି ଚିନ୍ତା କରୁଛନ୍ତି। ଏପରିକି ଗୁଗୁଲ ପରି ବହୁ ରାଷ୍ଟ୍ରୀୟ କଂପାନୀ ୱାର୍କ ଫ୍ରମ ହୋମକୁ ସବୁଦିନ ପାଇଁ ଲାଗୁ କରିଦେଇଛନ୍ତି।

ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଏହି ୱାର୍କ ଫ୍ରମ ହୋମ ଦ୍ବାରା ଅନେକ ନୂଆଦିଗ ସୃଷ୍ଟି ହୋଇଛି। ପ୍ରଥମତଃ କରୋନା ସଂକ୍ରାମଣକୁ ରୋକାଯାଇପାରୁଛି। ଅନ୍ୟପକ୍ଷରେ କଂପାନୀଗୁଡିକ ଅନେକ ଖର୍ଚ୍ଚରୁ ମଧ୍ୟ ବଞ୍ଚିତ ହୋଇପାରୁଛନ୍ତି। ଫଳରେ କରୋନା ପାଇଁ କଂପାନୀର ବ୍ୟୟ କିଛି ମାତ୍ରାରେ ହ୍ରାସ ପାଇଛି।

ସେଥିପାଇଁ ଏଥର ବଜେଟରରେ ହୁଏତ ଏହି ୱାର୍କ ଫ୍ରମ ହୋମ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଶା କରାଯାଉଛି। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ ଉପସ୍ଥାପିତ କରିବେ। ଏହି ବଜେଟରେ ସରକାର କର୍ମଚାରୀଙ୍କ ପାଇଁ କିଛି ଉପହାର ଘୋଷଣା କରିପାରନ୍ତି ବୋଲି ଜଣାପଡୁଛି।

ପ୍ରକୃତରେ କୋଭିଡ -୧୯ ଯୋଗୁଁ କର୍ମଚାରୀମାନେ ଘରୁ କାମ କରିବା ଦ୍ବାରା କଂପାନୀର ଖର୍ଚ୍ଚ ହ୍ରାସ ପାଇଛି ସତ। ହେଲେ କର୍ମଚାରୀଙ୍କ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇଛି । ଏଥିରେ ହାଇ ସ୍ପିଡ୍ ଇଣ୍ଟରନେଟ୍, ପାୱାର୍ ବ୍ୟାକଅପ୍, ଇଲେକ୍ଟ୍ରୋନିକ୍ ଆସେସୋରିଜ୍, ଏୟାର କଣ୍ଡିସନର ପରି ଅତିରିକ୍ତ ଖର୍ଚ୍ଚ ଅନ୍ତର୍ଭୁକ୍ତ।

କେତେକ ବଡ଼ କମ୍ପାନୀ ମଧ୍ୟ କର୍ମଚାରୀମାନଙ୍କୁ ଏହି ଆବଶ୍ୟକତା ପୂରଣ କରିବା ପାଇଁ ଭତ୍ତା ଦେଉଛନ୍ତି। ହେଲେ ଅଧିକାଂଶ କର୍ମଚାରୀ ନିଜ ପକେଟରୁ ଏସବୁ ଖର୍ଚ୍ଚ ଦେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଘରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏଥର ସାଧାରଣ ବଜେଟରେ ଟିକସ ଛାଡ ଘୋଷଣା ହେବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି।

ଚଳିତ ବର୍ଷ ବଜେଟ୍ ଅଧିବେଶନ ପ୍ରଥମ ପର‌୍ୟ୍ୟାୟ ୨୯ ଜାନୁଆରୀରୁ ଆରମ୍ଭ ହେବ, ଯାହା ୧୫ ଫେବୃଆରୀ ପର‌୍ୟ୍ୟନ୍ତ ଚାଲିବ। ଦ୍ୱିତୀୟ ପର‌୍ୟ୍ୟାୟ ୮ ମାର୍ଚ୍ଚରୁ ୮ ଏପ୍ରିଲ ପର‌୍ୟ୍ୟନ୍ତ ହେବ। ଜାନୁଆରୀ ୨୯ ରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବେ। ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ବଜେଟ୍ ୨୦୨୧ ଉପସ୍ଥାପନ କରିବେ।

ଏଥର ବଜେଟରେ କଣ ରହିବ ସେ ନେଇ କେନ୍ଦ୍ର ଅର୍ଖ ବିଭାଗ ସାଧାରଣ ଜନତାଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ କୋଭିଡ୧୯ ସହ ଲଢେଇ କରୁଥିବା ଦେଶ ପାଇଁ ଏଥର ବଜେଟ୍ ଏକ ନୂତନ ଦିଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Latest News

ଆଜି ୧୬ ତାରିଖ ସୋମବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

March 16, 2026

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.