Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୃଦ୍ଧି ପାଇଲା ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କ୍ବିଣ୍ଟାଲ ପିଛା ହେଲା କେତେ
ଜାତୀୟ ଖବର

ବୃଦ୍ଧି ପାଇଲା ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କ୍ବିଣ୍ଟାଲ ପିଛା ହେଲା କେତେ

January 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବୃଦ୍ଧି ପାଇଲା ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ, ଜାଣନ୍ତୁ କ୍ବାଣ୍ଟଲ ପିଛା ହେଲା କେତେ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ୨୦୨୧ ଋତୁ ପାଇଁ ନଡିଆ ଶସର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ମଂଜୁରୀ ୨୦୨୧ ଋତୁ ପାଇଁ ଉଦ୍ଦିଷ୍ଠ। ମିଲିଂ ନିମନ୍ତେ ଉପଯୁକ୍ତ ଉତ୍ତମ ହାରାହାରୀ ମାନ (ଏଫଏକ୍ୟୁ) ଥିବା ନଡିଆ ଶସର ଏମଏସପିର ୩୭୫ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ୯୯୬୦ ଟଙ୍କାରୁ ବୃଦ୍ଧି ପାଇ ୧୦୩୩୫ ଟଙ୍କା ପ୍ରତି କ୍ବିଣ୍ଟାଲରେ ପହଞ୍ଚିଛି।

ଗୋଲ ନଡିଆ ଶସର ଏମଏସପିରେ ମଧ୍ୟ କ୍ବିଣ୍ଟାଲ ପ୍ରତି ୩୦୦ ଟଙ୍କା ବୃଦ୍ଧି କରାଯାଇଛି, ଯାହାକି ୨୦୨୦ରେ କ୍ବିଣ୍ଟାଲ ପ୍ରତି ଦର ୧୦୩୦୦ ଟଙ୍କାରୁ ବୃଦ୍ଧି ପାଇ ୨୦୨୧ ଋତୁ ପାଇଁ ୧୦୬୦୦ ଟଙ୍କାରେ ପହଞ୍ଚିଛି। ଏହି ନୂତନ ଏମଏସପି ନିର୍ଦ୍ଧାରଣ କରାଯିବା ଫଳରେ ସର୍ବ ଭାରତୀୟ ସ୍ତରରେ ମିଲିଂ ପାଇ ଉପଯୁକ୍ତ ନଡିଆ ଶସ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ଏମଏସପି ମୂଲ୍ୟ ୫୧.୮୭ ପ୍ରତିଶତ ଅଧିକ ହୋଇଛି। ସେହିପରି ଗୋଲ ନଡିଆ ଶସ କ୍ଷେତ୍ରରେ ଉତ୍ପାଦନ ବ୍ୟୟଠାରୁ ୫୫.୭୬ ପ୍ରତିଶତ ଅଧିକ ମୂଲ୍ୟପ୍ରାପ୍ତି ସୁନିଶ୍ଚିତ କରାଯାଇଛି। ଏହି ମଞ୍ଜୁରି, କୃଷି ବ୍ୟୟ ଏବଂ ମୂଲ୍ୟ (ସିଏସିପି) ଆୟୋଗର ସୁପାରିସ ଉପରେ ଆଧାରିତ।

ଏମଏସପିକୁ ଉତ୍ପାଦନ ବ୍ୟୟର ଦେଢ଼ଗୁଣା କରିବା ଲାଗି ସରକାର ୨୦୧୮-୧୯ ବଜେଟରେ ଘୋଷଣା କରିଥିଲେ। ଏହାକୁ ଆଧାର କରି ୨୦୨୧ ଋତୁ ପାଇଁ କୋପ୍ରାର ଏମଏସପିରେ ଏହି ବୃଦ୍ଧି କରାଯାଇଛି। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଏବଂ ପ୍ରଗତିଶୀଳ ପଦକ୍ଷେପ। ନଡ଼ିଆ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଭାରତୀୟ ଜାତୀୟ କୃଷି ସହକାରୀ ବିପଣନ ସଂଘ ଲିମିଟେଡ (ନାଫେଡ) ଏବଂ ଭାରତୀୟ ଜାତୀୟ ସହକାରୀ ଉପଭୋକ୍ତା ସଂଘ (ଏନସିସିଏଫ) କେନ୍ଦ୍ରୀୟ ନୋଡାଲ ଏଜେନ୍ସି ଭାବେ ଏମଏସପି କାର‌୍ୟ୍ୟକାରୀ
କରିଥାଏ।

ସର୍ବନିମ୍ନ ସହାୟକ ମୂଲ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

April 1, 2026

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

April 1, 2026
Latest News

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026

ହଠାତ୍ ବଢିଲା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ: ଲିଟର ପିଛା ୧୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

April 1, 2026

ଆସନ୍ତା ରବିବାର ଦିନ ଜୀ ସାର୍ଥକରେ ମେଗା ୱାର୍ଲ୍ଡ ପ୍ରିମିୟର ‘ଲାଗେ ପ୍ରେମ ନଜର’ 

April 1, 2026

ଯାଜପୁର ପୋଲିସ୍ ପକ୍ଷରୁ ସରକାରୀ ଚାଟବୋଟ୍ “ଇ-ମିତ୍ର” ଲୋକାର୍ପିତ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.