Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବରେ ଇଲାଇଟ ‘ଥ୍ରୀ ଏ’ ଟାଇଟଲ ହାସଲ କଲା ରିଲାଏନ୍ସ ଜିଓ, 3ୟ ସର୍ବବୃହତ ମୋବାଇଲ ନେଟୱାର୍କ
ଜାତୀୟ ଖବର

ବିଶ୍ବରେ ଇଲାଇଟ ‘ଥ୍ରୀ ଏ’ ଟାଇଟଲ ହାସଲ କଲା ରିଲାଏନ୍ସ ଜିଓ, 3ୟ ସର୍ବବୃହତ ମୋବାଇଲ ନେଟୱାର୍କ

January 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ ମିଳିଛି ।

୨୦୧୬ରେ ସ୍ଥାପିତ ହେବା ସତ୍ୱେ ଜିଓ ଦ୍ରୁତ ଗତିରେ ଭାରତର ସର୍ବବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ଓ ସାରା ବିଶ୍ୱରେ ତୃତୀୟ ବୃହତ ମୋବାଇଲ୍ ନେଟ୍‌ୱର୍କ ଅପରେଟର ହେବାର ଗୌରବ ହାସଲ କରିଛି ଓ କଂପାନି ପାଖରେ ୪୦ କୋଟିରୁ ଅଧିକ ଗ୍ରାହକ ରହିଛନ୍ତି ।

ଅତ୍ୟନ୍ତ ସୁଲଭ ପ୍ଲାନ୍ ପାଇଁ ପରିଚିତ ଜିଓ ନିୟୁତାଧିକ ଗ୍ରାହକଙ୍କୁ ବିନା ମୂଲ୍ୟରେ ୪ଜି ସେବା ପ୍ରଦାନ କରି ଭାରତରେ ଝଡ଼ ସୃଷ୍ଟି କରିଥିଲା, ଏବଂ ଭାରତୀୟମାନେ ଯେଉଁଭଳି ଭାବେ ଇଟଂରନେଟ୍ ବ୍ୟବହାର କରୁଥିଲେ ସେଥିରେ ବୈପ୍ଳବିକ ପରିବର୍ତନ ଆଣିଥିଲା – ଯାହା “ଜିଓ ପ୍ରଭାବ’ ନାମରେ ପରିଚିତ। ବ୍ରାଣ୍ଡ୍ ଫାଇନାନ୍ସର ଅସଲି ବଜାର ଗବେଷଣାରୁ ସାରା ଦେଶରେ ଜିଓ ବ୍ରାଣ୍ଡ୍‌ର ରହିଥିବା ଆଧିପତ୍ୟ ସମ୍ପର୍କରେ ଜଣାପଡ଼ିଛି ।

ସମସ୍ତ ମାନକରେ ଜିଓ ଉଚ୍ଚତମ ସ୍କୋର ହାସଲ କରିଛି – ବିଚାର ରୂପାନ୍ତରିତ କରିବା, ଖ୍ୟାତି ବା ଲୋକପ୍ରିୟତା, ସୁପାରିସ, ୱାର୍ଡ ଅଫ୍ ମାଉଥ୍ (ଲୋକମୁଖରେ ପ୍ରଚାର), ନବସୃଜନ, ଗ୍ରାହକ ସେବା ଏବଂ ଅର୍ଥର ଉଚିତ ମୂଲ୍ୟ (ଭାଲ୍ୟୁ ଫର ମନି) କ୍ଷେତ୍ରରେ ଏହା ଭାରତରେ ପ୍ରତିଦ୍ୱନ୍ଦ୍ୱୀ ଅପରେଟରମାନଙ୍କ ତୁଳନାରେ ଉଚ୍ଚ ସ୍କୋର ହାସଲ କରିଛି । ଟେଲିକମ୍ କ୍ଷେତ୍ରରେ ଏହି ବ୍ରାଣ୍ଡ୍‌ର ବିଶେଷ କିିଛି ଦୁର୍ବଳତା ନାହିଁ ଏବଂ ବିଶ୍ୱର ଅନ୍ୟ ଟେଲିକମ୍ ବ୍ରାଣ୍ଡ୍‌ଗୁଡ଼ିକ ତୁଳନାରେ ଜିଓ ଏହା ପ୍ରଦର୍ଶିତ କରିଛି ଯେ ଏହା ଚିରାଚରିତ ଢାଂଚାକୁ ବଦଳାଇଛି ଏବଂ ଗ୍ରାହକମାନଙ୍କ ବାସ୍ତବ ଭଲ ପାଇବା ଉପଭୋଗ କରୁଛି ।

ବ୍ରାଣ୍ଡ୍‌ର ଦୃଢ଼ତା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଅଲଗା ପ୍ରତିୟମାନ ହେବା ସହିତ ଟେଲିକମ୍ ଶିଳ୍ପର ନକାରାତ୍ମକ ଧାରାକୁ ପ୍ରତିହତ କରି ୫୦% ବୃଦ୍ଧି ସହ ୪.୮ ବିଲିଅନ୍ ଡଲାର ମୂଲ୍ୟରେ ଜିଓ ହେଉଛି ବ୍ରାଣ୍ଡ୍ ମୂଲ୍ୟ ଦୃଷ୍ଟିରୁ ଟେଲିକମ୍ ଶିଳ୍ପ ର‌୍ୟାଙ୍କିଙ୍ଗ୍‌ରେ ଦ୍ରୁତ ଅଭିବୃଦ୍ଧିଶୀଳ ବ୍ରାଣ୍ଡ୍ ।’’

Reliance JIO ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Latest News

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026

ରାଜ୍ୟସଭା ସଦସ୍ୟ ଭାବେ ୧୯ ଜଣ ନେଲେ ଶପଥ, ଓଡିଶାର ତିନିଜଣ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.