Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପର୍ଯ୍ୟଟନ ଶିଳ୍ପ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ
ଜାତୀୟ ଖବର

ପର୍ଯ୍ୟଟନ ଶିଳ୍ପ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ

February 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଆଶାନୁରୂପକ ବ୍ୟବସ୍ଥା ହୋଇ ନାହିଁ। ଏଥି ପାଇଁ ପର୍ଯ୍ୟଟନ ଶିଳ୍ପରେ ନୈରାଶ୍ୟ ଖେଳିଯାଇଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ହୋଟେଲ୍‌ ଆଣ୍ଡ ରେ‌େସ୍ତାଁରା ଆସୋସିଏସନ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତି।

କରୋନାରେ ଭୀଷଣ ପ୍ରଭାବିତ ହୋଇଥିବା ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ସରକାରୀ ସହଯୋଗ ନ ମିଳିଲେ ଏହି କ୍ଷେତ୍ର ସ୍ବାଭାବିକ ସ୍ଥିତିକୁ ଆସିବା ଅସମ୍ଭବ ହୋଇପଡ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଜିଡିପିକୁ ଅବଦାନ କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପର ସ୍ଥାନ ଦ୍ବିତୀୟ। ଦେଶର କାର୍ଯ୍ୟରତ ମାନବ ସମ୍ବଳ ମଧ୍ୟରେ ୧୦% ଏହି ଶିଳ୍ପରେ କାର୍ଯ୍ୟରତ। ତେଣୁ ଏହାକୁ ଦୃଷ୍ଟିରେ ରଖି ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଉ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶୀୟ ପର୍ଯ୍ୟଟନକୁ ଉତ୍ସାହିତ କରିବାକୁ ଘୋଷଣା କରଛନ୍ତି, ତେଣୁ ଦେଶ ଭିତରେ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଉ।

ଗୁଣାତ୍ମକ ହୋଟେଲ୍‌ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ କମ୍ ସୁଧ ହାରରେ ଦୀର୍ଘ ମିଆଦି ଋଣ ପ୍ରଦାନ କରାଯାଉ। ଏହା ଫଳରେ ହୋଟେଲ୍‌ ଶିଳ୍ପର ଉନ୍ନତି ହେବା ସହ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ପାଇଁ ଯେଉଁ ହାରରେ ବିଜୁଳି ଦେୟ ଆଦାୟ ହେଉଛି, ହୋଟେଲ୍‌ କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେଉ। କରୋନା ପ୍ରଭାବିତ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଦରମା ପାଇଁ ସରକାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରନ୍ତୁ।

ବର୍ତ୍ତମାନ ହୋଟେଲ୍‌ଗୁଡ଼ିକ ବହୁ ସମୟରେ ଖାଲି ପଡ଼ୁଛି। ଏହାକୁ ନଜରରେ ରଖି ଆସନ୍ତା ଦୁଇ ତିନି ବର୍ଷ ପାଇଁ ଆତିଥେୟତା ଉପରେ ଜିଏସ୍‌ଟି ହ୍ରାସ କରାଯାଉ। ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ଦିଆଯାଉ।

ଦେଶ ଭିତରେ ଯାତ୍ରା କରିବା ଉପରେ ଆୟକର ରିହାତିର ବ୍ୟବସ୍ଥା କରାଯାଉ। ଏହା ଦ୍ବାରା ଲୋକମାନେ ନିଜ ଦେଶରେ ବୁଲିବାକୁ ଆଗ୍ରହୀ ହେବେ ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହୋଇପାରିବ। ଭାରତୀୟ କର୍ପେ‌ାରେଟ୍‌ ସଂସ୍ଥାଗୁଡ଼ିକୁ ଭାରତ ଭିତରେ ସଭାସମିିତି ଆୟୋଜନ ପାଇଁ ‌େପ୍ରାତ୍ସାହନ ଦେବାକୁ ହାରୋ ପକ୍ଷରୁ ପ୍ରସ୍ତାବ ଦିଅାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ଚୂଡ଼ାନ୍ତ ହେଲା ବିହାରର ଏନଡିଏରେ ଆସନ ବଣ୍ଟନ ନିଷ୍ପତ୍ତି: ଜାଣନ୍ତୁ କିଏ କେତେ ଆସନରେ ଲଢ଼ିବ?

October 12, 2025
Latest News

ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ମନ୍ଦିରର ପୂଜକ ବିନାୟକ ମହାପାତ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

October 12, 2025

ରଣପୁର ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ୨୦୦୭ ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ

October 12, 2025

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

୨୦୦ ତାଲିବାନ ଯୋଦ୍ଧାଙ୍କୁ ମାରିଥିବା ଦାବି କଲା ପାକିସ୍ତାନୀ ସେନା: ଚେତାବନୀ ଦେଲା ଆଫଗାନିସ୍ତାନ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.