Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପର୍ଯ୍ୟଟନ ଶିଳ୍ପ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ
ଜାତୀୟ ଖବର

ପର୍ଯ୍ୟଟନ ଶିଳ୍ପ ପାଇଁ ବଜେଟ୍‌ରେ ସ୍ବତନ୍ତ୍ର ଘୋଷଣା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ହାରୋ ଅଧ୍ୟକ୍ଷ

February 2, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଆଶାନୁରୂପକ ବ୍ୟବସ୍ଥା ହୋଇ ନାହିଁ। ଏଥି ପାଇଁ ପର୍ଯ୍ୟଟନ ଶିଳ୍ପରେ ନୈରାଶ୍ୟ ଖେଳିଯାଇଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ହୋଟେଲ୍‌ ଆଣ୍ଡ ରେ‌େସ୍ତାଁରା ଆସୋସିଏସନ୍‌ର ଅଧ୍ୟକ୍ଷ ଜେ କେ ମହାନ୍ତି।

କରୋନାରେ ଭୀଷଣ ପ୍ରଭାବିତ ହୋଇଥିବା ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ସରକାରୀ ସହଯୋଗ ନ ମିଳିଲେ ଏହି କ୍ଷେତ୍ର ସ୍ବାଭାବିକ ସ୍ଥିତିକୁ ଆସିବା ଅସମ୍ଭବ ହୋଇପଡ଼ିବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ଜାତୀୟ ଜିଡିପିକୁ ଅବଦାନ କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପର ସ୍ଥାନ ଦ୍ବିତୀୟ। ଦେଶର କାର୍ଯ୍ୟରତ ମାନବ ସମ୍ବଳ ମଧ୍ୟରେ ୧୦% ଏହି ଶିଳ୍ପରେ କାର୍ଯ୍ୟରତ। ତେଣୁ ଏହାକୁ ଦୃଷ୍ଟିରେ ରଖି ହୋଟେଲ୍‌ ଓ ପର୍ଯ୍ୟଟନ ଶିଳ୍ପ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଉ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶୀୟ ପର୍ଯ୍ୟଟନକୁ ଉତ୍ସାହିତ କରିବାକୁ ଘୋଷଣା କରଛନ୍ତି, ତେଣୁ ଦେଶ ଭିତରେ ଭ୍ରମଣ କରୁଥିବା ଲୋକଙ୍କ ପାଇଁ ଜିଏସ୍‌ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଉ।

ଗୁଣାତ୍ମକ ହୋଟେଲ୍‌ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ କମ୍ ସୁଧ ହାରରେ ଦୀର୍ଘ ମିଆଦି ଋଣ ପ୍ରଦାନ କରାଯାଉ। ଏହା ଫଳରେ ହୋଟେଲ୍‌ ଶିଳ୍ପର ଉନ୍ନତି ହେବା ସହ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶିଳ୍ପ ପାଇଁ ଯେଉଁ ହାରରେ ବିଜୁଳି ଦେୟ ଆଦାୟ ହେଉଛି, ହୋଟେଲ୍‌ କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେଉ। କରୋନା ପ୍ରଭାବିତ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ଦରମା ପାଇଁ ସରକାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରନ୍ତୁ।

ବର୍ତ୍ତମାନ ହୋଟେଲ୍‌ଗୁଡ଼ିକ ବହୁ ସମୟରେ ଖାଲି ପଡ଼ୁଛି। ଏହାକୁ ନଜରରେ ରଖି ଆସନ୍ତା ଦୁଇ ତିନି ବର୍ଷ ପାଇଁ ଆତିଥେୟତା ଉପରେ ଜିଏସ୍‌ଟି ହ୍ରାସ କରାଯାଉ। ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଭିତ୍ତିଭୂମିରେ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନ ଦିଆଯାଉ।

ଦେଶ ଭିତରେ ଯାତ୍ରା କରିବା ଉପରେ ଆୟକର ରିହାତିର ବ୍ୟବସ୍ଥା କରାଯାଉ। ଏହା ଦ୍ବାରା ଲୋକମାନେ ନିଜ ଦେଶରେ ବୁଲିବାକୁ ଆଗ୍ରହୀ ହେବେ ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହୋଇପାରିବ। ଭାରତୀୟ କର୍ପେ‌ାରେଟ୍‌ ସଂସ୍ଥାଗୁଡ଼ିକୁ ଭାରତ ଭିତରେ ସଭାସମିିତି ଆୟୋଜନ ପାଇଁ ‌େପ୍ରାତ୍ସାହନ ଦେବାକୁ ହାରୋ ପକ୍ଷରୁ ପ୍ରସ୍ତାବ ଦିଅାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି PUC ଅଧ୍ୟକ୍ଷ ହେଲେ ବୈଜୟନ୍ତ

May 1, 2026

ବଙ୍ଗଳା ଫଳାଫଳ ପୂର୍ବରୁ ଟିଏମସିର ଆବେଦନକୁ ଖାରଜ କଲେ କୋଲକାତା ହାଇକୋର୍ଟ

May 1, 2026

“EVM ସହିତ ହେରଫେର ହେଲେ, ଆମେ ମରିବା ଯାଏଁ…,”: ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିବା ପରେ ମମତା

May 1, 2026

ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସର ୨୦ଟି ବର୍ଦ୍ଧିତ କୋଚର ଶୁଭାରମ୍ଭ କଲେ କେନ୍ଦ୍ର ରେଳ ମନ୍ତ୍ରୀ

May 1, 2026
Latest News

ନୟାଗଡ଼ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳା କନା ବୁଲାଇଲେ ଲୁଟେରା

May 1, 2026

ନୂତନ ଶ୍ରମ ଆଇନ: ୧ ଘଣ୍ଟା କାମ କଲେ ୨ ଘଣ୍ଟାର ଦରମା ମିଳିବ, ଏବଂ ଅଧିକ ସମୟ ଦେଲେ ଏବେ ଦୁଇଗୁଣ ଦରମା ମିଳିବ!

May 1, 2026

ପୁଣି PUC ଅଧ୍ୟକ୍ଷ ହେଲେ ବୈଜୟନ୍ତ

May 1, 2026

ବଙ୍ଗଳା ଫଳାଫଳ ପୂର୍ବରୁ ଟିଏମସିର ଆବେଦନକୁ ଖାରଜ କଲେ କୋଲକାତା ହାଇକୋର୍ଟ

May 1, 2026

“EVM ସହିତ ହେରଫେର ହେଲେ, ଆମେ ମରିବା ଯାଏଁ…,”: ଷ୍ଟ୍ରଙ୍ଗରୁମ୍ ପରିଦର୍ଶନ କରିବା ପରେ ମମତା

May 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.