Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାର ଆଉ ୨୫ ନଗର ଓ ସହରକୁ ସଂପ୍ରସାରିତ କଲା ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା 
ଆଜିର ଖବର

ଓଡ଼ିଶାର ଆଉ ୨୫ ନଗର ଓ ସହରକୁ ସଂପ୍ରସାରିତ କଲା ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା 

February 15, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ପ୍ରମୁଖ ନଗର ଓ ସହରଗୁଡିକରେ ତାହାର ଦ୍ରୁତ ସମ୍ପ୍ରସାରଣ ଜାରି ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ସମ୍ପ୍ରତି ରାଜ୍ୟର ୨୫ଟି ପ୍ରମୁଖ ନଗର ଓ ସହରର ଗୁରୁତ୍ୱପୂର୍ଣ୍ଣ ଅଂଚଳରେ ସେବା ପ୍ରଦାନ ଆରମ୍ଭ କରିଛିି।

ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରର ପ୍ରମୁଖ ଅଂଚଳରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ନଗର ଓ ସହରାଂଚଳକୁ ତାହାର ସେବାର ଦ୍ରୁତ ସମ୍ପ୍ରସାରଣ ଜାରି ରଖିଛି।

ବ୍ରହ୍ମପୁର ସହରରେ ଜିଓଫାଇବର ସେବା ଏବେ ଆଙ୍କୁଲି, ନିଗମ ନଗର, କମାପଲ୍ଲି, ଅଶୋକ ନଗର, ରାମହରି ନଗର, ଅରବିନ୍ଦ ନଗର ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଥିବାବେଳେ ସହରର ଅନ୍ୟାନ୍ୟ ସ୍ଥାନକୁ ସମ୍ପ୍ରସାରଣ ଜାରି ରହିଛି। ଅନୁରୂପ ଭାବେ ଖୋର୍ଦ୍ଧା ସହରରେ ଜିଓଫାଇବର ସମ୍ପ୍ରତି ଶ୍ରୀରାମ ନଗର, ମଙ୍ଗଳନଗର, ବିଡିଏ କଲୋନି ଏବଂ ନୂଆ ବସ୍‌ଷ୍ଟାଣ୍ଡ ଅଂଚଳରେ ଉପଲବ୍ଧ ହୋଇଛି। କୋରାପୁଟ ଜିଲାର ଜୟପୁର ସହରରେ ଜିଓଫାଇବର ପ୍ରଥମ ପର୍ଯ୍ୟାୟରେ ପିଆର ପେଟା, ବ୍ୟାଙ୍କ କଲୋନି, କୁମ୍ଭାର ସାହି, ବିକ୍ରମ ନଗର, ଲାଲ୍ ଷ୍ଟ୍ରିଟ, କେସିସି ବ୍ୟାଙ୍କ ଜଙ୍କ୍‌ସନ ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହେଉଛି।

ଅନୁରୂପ ଭାବେ ବାଲେଶ୍ୱରରେ ତାହାର ସମ୍ପ୍ରସାରଣ ଅଭିଯାନ ଜାରିରଖି ଜିଓଫାଇବର ସେବା ଏବେ ସେଣ୍ଟ୍ରାଲ ସ୍କୁଲ ଛକ, ଭୋଇ ସାହି ଏବଂ ନିକଟବର୍ତ୍ତୀ ଅଂଚଳରେ ଉପଲବ୍ଧ ହୋଇଛି ଏବଂ ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟ ଅଂଚଳକୁ ଦ୍ରୁତ ସମ୍ପ୍ରସାରିତ ହେବା ଆଶା କରାଯାଉଛି।

ଜିଓଫାଇବର୍‌ର ପରିବର୍ଦ୍ଧିତ ଉପସ୍ଥିତି ହଜାର ହଜାର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟକ ହେବା ସହିତ ନିର୍ଭରଯୋଗ୍ୟ ଏବଂ ତ୍ରୁଟିଶୂନ୍ୟ ହାଇସ୍ପିଡ ବ୍ରଡବ୍ୟାଣ୍ଡ ଇଂଟରନେଟ୍‌ର ଲାଭ ପହଂଚାଇଛି। ଶତାଧିକ ପ୍ରଫେସନାଲ ବିଶେଷକରି ଆଇଟି ଏବଂ ଅନ୍ୟ ସେବା କ୍ଷେତ୍ରର ପ୍ରଫେସନାଲମାନେ ରାଜ୍ୟରେ ସେମାନଙ୍କ ନିଜଘରେ ରହି ସୁରୁଖୁରୁରେ ନିରନ୍ତର କାର୍ଯ୍ୟ କରିପାରୁଛନ୍ତି। ଏହିସବୁ ସହରରେ ଅନେକ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷା ପ୍ରତିଷ୍ଠାନ ସେମାନଙ୍କର ନିଜସ୍ୱ ବ୍ୟବସାୟ ଓ ବୃତ୍ତିର ଚାହିଦା ମୁତାବକ ଡିଜିଟାଲ ମୋଡ୍‌କୁ ଆପଣେଇ ନେଇଛନ୍ତି।

ଜିଓଫାଇବର ଓଡ଼ିଶାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ଓ ବୃହତ ଉଦ୍ୟୋଗ ଏବଂ ବିଭିନ୍ନ କ୍ଷେତ୍ରର ପ୍ରଫେସନାଲଙ୍କ ଆବଶ୍ୟକତା ପୂରଣ କରୁଛି ଏବଂ ଅସୀମିତ ମନୋରଂଜନ, ଖବର, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପ୍ଲାଟଫର୍ମର ସୁଯୋଗ ଯୋଗାଇଦେଇ ସେମାନଙ୍କୁ ସମୃଦ୍ଧ ଅନୁଭୂ୍‌ତି ପ୍ରଦାନ କରୁଛି। ଜିଓଫାଇବର୍‌ର ଆକର୍ଷଣୀୟ ପ୍ଲାନ୍ ବାସ୍ତବରେ ଅସୀମିତ ଇଂଟରନେଟ, ଅସୀମିତ ଭଏସ କଲିଂ, ସମ ବେଗ (ଅପ୍‌ଲୋଡ ସ୍ପିଡ= ଡାଉନଲୋଡ ସ୍ପିଡ) ଏବଂ ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ସୁଲଭ ପ୍ଲାନ୍ ସହିତ ଆସୁଛି।

ଜିଓଫାଇବର ମଧ୍ୟ ତାହାର ନୂଆ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ପ୍ରୟାସ ‘ନୋ କଣ୍ଡିସନ ୩୦-ଡେ ଫ୍ରି ଟ୍ରାଏଲ’ ଅଫର୍ ଦେଉଛି, ଯେଉଁଥିରେ ଏହା ଗ୍ରାହକଙ୍କୁ ୧୫୦ ଏମବିପିଏସ୍ ସ୍ପିଡ୍‌ରେ ଅସୀମିତ ଇଂଟରନେଟ ସହିତ ୧୩ଟି ପ୍ରିମିୟମ ଓଟିଟି ଆପ୍ ମାଗଣାରେ ୩୦ଦିନ ପାଇଁ ଯୋଗାଇ ଦେଉଛି। ମାଗଣା ଟ୍ରାଏଲ ପରେ ଗ୍ରାହକ ଯଦି ଚାହାନ୍ତି ତେବେ କମ୍ପାନୀ ବିନା କୌଣସି ସର୍ତ୍ତରେ ତାହା ଫେରାଇନେବା ବିକଳ୍ପ ମଧ୍ୟ ରଖିଛି।

ଓଡିଶା ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସଂପ୍ରସାରିତ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Latest News

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025

ବାଣପୁର ବ୍ଲକରେ ଯୋଗଦେଲେ ନୂତନ ବିଡ଼ିଓ

August 4, 2025

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.