Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଖୁସି ଖବର, ଫାସଟ୍ୟାଗ କରନ୍ତୁ ମାଗଣାରେ 770ଟି ଟୋଲଗେଟରେ ଯିବା ଆସିବା କରନ୍ତୁ
ଜାତୀୟ ଖବର

ଖୁସି ଖବର, ଫାସଟ୍ୟାଗ କରନ୍ତୁ ମାଗଣାରେ 770ଟି ଟୋଲଗେଟରେ ଯିବା ଆସିବା କରନ୍ତୁ

February 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଲୋକମାନଙ୍କ ମଧ୍ୟରେ ଫ୍ୟାସଟ୍ୟାଗ ଆଗ୍ରହକୁ ବୃଦ୍ଧି କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଏକ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ବର୍ତ୍ତମାନ ଆପଣ ଫାସଟ୍ୟାଗ କଲେ ଆପଣଙ୍କୁ 100 ଟଙ୍କା ପର୍ଯ୍ୟନ୍ତ ଛାଡ କରାଯିବ। ଭାରତର ପ୍ରାୟ 770ଟି ଟୋଲଗେଟରେ ଆପଣ ଏହି ରିହାତି ହାସଲ କରିପାରିବେ। ତେବେ ସାବଧାନ, ଏହି ରିହାତି କେବଳ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଜାତୀୟ ରାଜପଥ କର୍ତ୍ତୁପକ୍ଷ ବା ଏନଏଚଆଇ ବର୍ତ୍ତମାନ ଟୋଲଗେଟଗୁଡିକ ନଗଦ ବିହୀନ କରିବାକୁ ଯାଉଛନ୍ତି। ସେଥିପାଇଁ ଏହି ଫାସଟ୍ୟାଗ ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ବାରା ଗାଡିରେ ଯାଉଥିବା ଯାତ୍ରୀମାନେ ଆଉ ଟୋଲଗେଟରେ ଲମ୍ବା ଧାଡିରେ ଛିଡା ହେବେ ନାହିଁ। ସେମାନେ ମୋବାଇଲ ପେମେଣ୍ଟ ମାଧ୍ୟମରେ ଟୋଲଗେଟ ଶୁଳ୍କ ଦେଇ ଯାଇ ପାରିବେ।

ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ବର୍ତ୍ତମାନ ଏହା 87 ପ୍ରତିଶତ ସଫଳତା ହାସଲ ହୋଇପାରିଛି। କେବଳ ଗତଦୁଇ ଦିନରେ ଏହା 7 ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଫେବୃୟାରୀ 17 ତାରିଖ ସୁଦ୍ଧା 95 କୋଟି ଟଙ୍କା ଆଦାୟ ହୋଇଛି ବୋଲି ଜଣାପଡିଛି। ବର୍ତ୍ତମାନ ଏହି ଫ୍ୟାସଟ୍ୟାରେ ପ୍ରାୟ 60 ଲକ୍ଷ କାରାବାର ହୋଇଛି ବୋଲି ଏନଏଚଆଇ କହିଛି।

ଏହି ଫାସଟ୍ୟାଗ ବିକ୍ରି କରିବା ପାଇଁ ସାରା ଦେଶରେ ପ୍ରାୟ 40 ହଜାର କେନ୍ଦ୍ର ଖୋଲାଯାଇଛି। ଏପରିକି ବଡ ବଡ ବ୍ୟାଙ୍କ ମଧ୍ୟ ଏହି ଟ୍ୟାଗ ବିକ୍ରିରେ ସାମିଲ ହୋଇଛନ୍ତି। ଏଥିସହିତ ବହୁ ଅନଲାଇନ ବିକ୍ରୟ କଂପାନୀ ମଧ୍ୟ ଏହି ଫାସଟ୍ୟାଗ ବିକ୍ରି କରୁଛନ୍ତି।

fastag
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟୁୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଲା ସୋନମ ୱାଙ୍ଗଚୁକଙ୍କ ପାଇଁ ପ୍ରତିବାଦ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026

ଆଜି ଜୁଲାଇ ୨୨ ତାରିଖ ବୁଧବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2026

NITI Aayog Index 2026: ଦେଶର ଉପଯୁକ୍ତ ବିନିଯୋଗ କ୍ଷେତ୍ରରେ ୫ମ ସ୍ଥାନରେ ଓଡିଶା

July 21, 2026
Latest News

ନ୍ୟୁୟର୍କରୁ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପିଲା ସୋନମ ୱାଙ୍ଗଚୁକଙ୍କ ପାଇଁ ପ୍ରତିବାଦ

July 22, 2026

ଡେଙ୍ଗୁ ବିରୋଧରେ ପ୍ରଭାବଶାଳୀ ହେବ କ୍ୟୁଡେଙ୍ଗା ଟୀକା: ସ୍ୱାସ୍ଥ୍ୟ ବିଶେଷଜ୍ଞ

July 22, 2026

ନିମାପଡ଼ାରେ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.