ବୃଦ୍ଧି ପାଇଲ ରାଜ୍ୟ ସ୍ବାସ୍ଥ୍ୟ ବଜେଟ, ଏଥର 19 ହଜାର 164 କୋଟି ଟଙ୍କା ବ୍ୟୟ ବରାଦ

Published: Feb 22, 2021, 9:05 pm IST

ଭୁବନେଶ୍ବର, ଏଥର ରାଜ୍ୟ ବଜେଟରେ ସ୍ବାସ୍ଥ୍ୟ ବିଭାଗକୁ ଗୁରୁତ୍ବ ଦିଆଯାଇଛି। ଜନସ୍ୱାସ୍ଥ୍ୟ ସେବା ପାଇଁ ମୋଟ 19,164 କୋଟି ଟଙ୍କା ଆବଣ୍ଟିତ ହୋଇଛି ଯାହାକି ଗତ ବଜେଟ ତୂଳନାରେ ପ୍ରାୟ 19% ବୃଦ୍ଧି ପାଇଛି।  ଏହି ଯୋଜନାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ 1,353 କୋଟି ରଖାଯାଇଛି।

ଏଥିରେ ପ୍ରତି ପରିବାର ପିଛା ପୁରୁଷ ଲୋକଙ୍କ କ୍ଷେତ୍ରରେ 5 ଲକ୍ଷ ଟଙ୍କା ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସେହିପରି ମହିଳାଙ୍କ କ୍ଷେତ୍ରରେ ପରିବାର ପିଛା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରାଯାଇଛି।

ଆସନ୍ତା ତିନିବର୍ଷ ମଧ୍ୟରେ ୱାର୍ଲ୍ଡ-ଶ୍ରେଣୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ SCB ମେଡିକାଲ କଲେଜକୁ “AIIMS ପ୍ଲସ୍ ଇନଷ୍ଟିଚ୍ୟୁଟ୍” ରେ ରୂପାନ୍ତର କରିବାକୁ 3500 କୋଟି ପ୍ରସ୍ତାବ ରହିଛି। ସେଥିପାଇଁ ଚଳିତ 2021-22 ବଜେଟରେ 500 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ସେବା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଅଧୀନରେ 1,572 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସେହିପରି ନିର୍ମଳ ଯୋଜନା ଅନ୍ତର୍ଗତ ପରିମଳ, ସୁରକ୍ଷା, ଗାର୍ଡନ ଏବଂ ଲିଫ୍ଟ ସର୍ଭିସର ଗୁଣବତ୍ତା ବଜାୟ ରଖିବା ପାଇଁ 370 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

Related posts