Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୭,୧୨୩ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଲା ରିଲାଏନ୍ସ ଜିଓ, ଓଡିଶା ସର୍କଲରେ ବଢିବ କ୍ଷମତା
ଜାତୀୟ ଖବର

୫୭,୧୨୩ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଲା ରିଲାଏନ୍ସ ଜିଓ, ଓଡିଶା ସର୍କଲରେ ବଢିବ କ୍ଷମତା

March 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
୫୭,୧୨୩ କୋଟି ଟଙ୍କାର ସ୍ପେକ୍ଟ୍ରମ କିଣିଲା ରିଲାଏନ୍ସ ଜିଓ, ଓଡିଶା ସର୍କଲରେ ବଢିବ କ୍ଷମତା

ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି ଯେ ନିକଟରେ ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଭାରତର ସମସ୍ତ ୨୨ଟି ସର୍କଲ୍‌ରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ଏହା ସଫଳତାର ସହ ହାସଲ କରିଛି। ଏଥି ମଧ୍ୟରେ ଓଡ଼ିଶା ଟେଲିକମ ସର୍କଲରେ ଏହି ତିନୋଟି ବ୍ୟାଣ୍ଡରେ ୨୦ ମୋଗାହର୍ଜ ସ୍ପେକ୍ଟ୍ରମ୍ କ୍ରୟ କରାଯାଇଛି।

ଆରଜେଆଇଏଲ୍ ନିକଟରେ ଏବେ ଏଲ୍‌ଟିଇ ସେବାରେ ବ୍ୟବହାର ଏବଂ ଭବିଷ୍ୟତରେ ୫ଜି ପ୍ରଯୁକ୍ତିକୁ ଉନ୍ନତୀକରଣ ପାଇଁ ଅତ୍ୟନ୍ତ ସନ୍ତୁଳିତ ସ୍ପେକ୍ଟ୍ରମ୍ ରହିଛି। ଏହି ଅଧିଗ୍ରହଣ ଜରିଆରେ ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍ ପରିମାଣ ୫୫% ବୃଦ୍ଧି ପାଇ ୧,୭୧୭ ମେଗାହର୍ଜ (ଅପଲିଙ୍କ୍ +ଡାଉନ୍‌ଲିଙ୍କ୍‌)ରେ ପହଂଚିଛି।

ଆରଜେଆଇଏଲ୍ ପାଖରେ ସର୍ବାଧିକ ପରିମାଣର ସବ୍‌-ଗିଗାହର୍ଜ ସ୍ପେକ୍ଟ୍ରମ ୨*୧୦ ନିରନ୍ତର ସ୍ପେକ୍ଟ୍ରମ୍ ଅଧିକାଂଶ ସର୍କଲ୍‌ରେ ରହିଛି । ଏହା ପାଖରେ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ଅତିକମ୍‌ରେ ୨*୧୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମସ୍ତ ୨୨ଟି ସର୍କଲ୍‌ରେ ରହିଛି ।

ଆର୍‌ଜେଆଇଏଲ୍ ମାଲିକାନାରେ ଥିବା ସ୍ପେକ୍ଟ୍ରମ୍‌ର ହାରାହାରି ବୈଧତା ୧୫.୫ ବର୍ଷ ରହିଛି ଏବଂ ଏହା ସମ୍ପୂର୍ଣ୍ଣ ରୂପେ ସ୍ପେକ୍ଟ୍ରମ୍‌କୁ ବିପଦମୁକ୍ତ କରିପାରିଛି । ଆର୍‌ଜେଆଇଏଲ୍ ପକ୍ଷରୁ ମେଗାହର୍ଜ ପିଛା ୬୦.୮ କୋଟି ଟଙ୍କା ଭଳି ପ୍ରଭାବୀ ମୂଲ୍ୟରେ ଅତ୍ୟନ୍ତ ଦକ୍ଷ ଢଙ୍ଗରେ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି ।

ଉନ୍ନତ ସ୍ପେକ୍ଟ୍ରମ୍ ଉପସ୍ଥିତି ସହିତ ନିରବଚ୍ଛିନ୍ନ ସ୍ପେକ୍ଟ୍ରମ୍ ଉପଲବ୍ଧତା ଏବଂ ସର୍ବଭାରତୀୟ ସ୍ତରରେ ମୂତୟନ ହୋଇଥିବା ଭିତିଭୂମିକୁ ନେଇ ଆର୍‌ଜେଆଇଏଲ୍‌ର ନେଟ୍‌ୱର୍କ କ୍ଷମତାରେ ବୃଦ୍ଧି ଘଟିଛି । ଏହା ଜରିଆରେ ଏହା ନିଜ ନେଟ୍‌ୱର୍କରେ ବର୍ତମାନ ରହିଥିବା କୋଟି କୋଟି ପୁରୁଣା ଗ୍ରାହକଙ୍କ ସହିତ ଶହ ଶହ ନିୟୁତ ଅନ୍ୟ ଗ୍ରାହକମାନଙ୍କୁ ସେବା ଯୋଗାଇପାରିବ ।

ହାସଲ କରାଯାଇଥିବା ସ୍ପେକ୍ଟ୍ରମ୍‌କୁ କମ୍ପାନି ୫ଜି ସେବାକୁ ରୂପାନ୍ତରିତ ହେବା ବେଳେ ଉପଯୁକ୍ତ ସମୟରେ ବିନିଯୋଗ କରାଯାଇପାରିବ, ଯେଉଁଠାରେ ଜିଓ ନିଜର ୫ଜି ଷ୍ଟାକ୍ ବିକଶିତ କରିସାରିଛି ।

ମୁକେଶ ଅମ୍ବାନି, ଅଧ୍ୟକ୍ଷ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କହିଛନ୍ତି ଯେ, “ଜିଓ ଭାରତୀୟ ଡିଜିଟାଲ୍ ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବା ସହିତ ଦେଶ ଦ୍ରୁ୍‌ତ ଗତିରେ ଡିଜିଟାଲ୍ ଜୀବନକୁ ଗ୍ରହଣ କରିଛି। ଆମେ ନିଶ୍ଚିତ କରୁଛୁ ଯେ ଆମେ କେବଳ ଆମର ପୁରୁଣା ଗ୍ରାହକ ନୁହେଁ ବରଂ ଡିଜିଟାଲ୍ ସେବାକୁ ଆପଣାଇବାକୁ ଥିବା ପରବର୍ତୀ ୩୦ କୋଟି ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବୁ । ଆମର ସ୍ପେକ୍ଟ୍ରମ୍ ପରିମାଣ ବୃଦ୍ଧି ପାଇଥିବାରୁ ଆମେ ଭାରତରେ ଡିଜିଟାଲ୍ ଉପସ୍ଥିତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ ହେବା ସହିତ ନିଜକୁ ୫ଜି ପ୍ରବର୍ତ୍ତନ ପାଇଁ ପ୍ରସ୍ତୁତ କରିଛୁ ।’’

ଏହି ସ୍ପେକ୍ଟ୍ରମ୍‌କୁ ୨୦ ବର୍ଷ ପାଇଁ ବ୍ୟବହାର କରିବା ନିମନ୍ତେ ଅଧିକାର ହାସଲ କରିବା ଲାଗି ୫୭,୧୨୩ କୋଟି ଟଙ୍କାର ଦେୟ ପ୍ରଦାନ କରାଯିବ । ଏଥି ମଧ୍ୟରେ ରହିଛି ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୩୩.୭୫ ମୋଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୩୪,୪୯୧ କୋଟି ଟଙ୍କା, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୭୪.୬୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୨,୪୬୧ କୋଟି ଟଙ୍କା ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୨୮୦ ମେଗାହର୍ଜ ସ୍ପେକ୍ଟ୍ରମ୍ ପାଇଁ ୧୦,୧୭୦ କୋଟି ଟଙ୍କା ।

ସ୍ପେକ୍ଟ୍ରମ୍ ନିଲାମର ସର୍ତାବଳୀ ଅନୁସାରେ ଡିଫରଡ୍ ପେମେଂଟ୍ ୧୮ ବର୍ଷରେ ପ୍ରଦାନ କରାଯିବ (୨ ବର୍ଷର ମୋରାଟୋରିଅମ୍ ଓ ୧୬ ବର୍ଷର ପରିଶୋଧ ଅବଧି) ଏବଂ ବାର୍ଷିକ ୭.୩% ହାରରେ ସୁଧ ଲାଗୁ ହେବ ।

jio RilanceJio ଜିଓ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.