Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପର୍ଯ୍ୟଟକଙ୍କ ବ୍ୟବହାର ଗାଡି ପାଇଁ କେନ୍ଦ୍ର ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କଣ
ଜାତୀୟ ଖବର

ପର୍ଯ୍ୟଟକଙ୍କ ବ୍ୟବହାର ଗାଡି ପାଇଁ କେନ୍ଦ୍ର ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କଣ

March 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପର୍ଯ୍ୟଟକଙ୍କ ବ୍ୟବହାର ଗାଡି ପାଇଁ କେନ୍ଦ୍ର ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କଣ

ନୂଆଦିଲ୍ଲୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଯେକୌଣସି ପର୍ଯ୍ୟଟକ ଗାଡି ପରିଚାଳକମାନଙ୍କୁ ଅନଲାଇନ ମାଧ୍ୟମ ଜରିଆରେ ସର୍ବଭାରତୀୟ ପର୍ଯ୍ୟଟକ ଅନୁମତି ବା ପରମିଟ୍‌” ଲାଗି ଆବେଦନ କରିପାରିବେ। ଜରୁରି କାଗଜପତ୍ର ଏବଂ ଶୁଳ୍କ ଜମା କରି ଆବେଦନ ଦାଖଲ କରିବା ପରେ ୩୦ ଦିନ ଭିତରେ ଅନୁମତି ଜାରି କରାଯିବ। “ସର୍ବଭାରତୀୟ ପର୍ଯ୍ୟଟକ ବାହନ ପ୍ରାଧିକରଣ ଏବଂ ପରମିଟ୍ ନିୟମ, ୨୦୨୧” ରୂପରେ ପରିଚିତ ହେବାକୁ ଥିବା ନୂଆ ନିୟମ ଜିଏସଆର ୧୬୬ (ଇ) ୧୦ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ହୋଇଥିଲା ।

ନୂଆ ନିୟମ ୦୧ଏପ୍ରିଲ, ୨୦୨୧ ଠାରୁ ଲାଗୁ ହେବ । ତେବେ ବର୍ତ୍ତମାନର ସମସ୍ତ ପରମିଟ ସେଗୁଡ଼ିକର ବୈଧତା ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ । ପରମିଟ୍ ର ନୂଆ ନିୟମ ଫଳରେ ଦେଶର ସମସ୍ତ ରାଜ୍ୟରେ ପର୍ଯ୍ୟଟନକୁ ଦ୍ରୁତ ପ୍ରୋତ୍ସାହନ ମିଳିପାରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧିରେ ସହାୟତା ମିଳିପାରିବ। ଏହି ପଦକ୍ଷେପ ସମ୍ପର୍କରେ ୩୯ତମ ଏବଂ ୪୦ତମ ପରିବହନ ବିକାଶ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ରାଜ୍ୟଗୁଡ଼ିକ ଠାରୁ ପ୍ରତିନିଧିମାନଙ୍କ ଜରିଆରେ ଏହା ଉପରେ ସହମତି ଲୋଡ଼ାଯାଇଥିଲା।

ଜାତୀୟ ପରମିଟ୍ ବ୍ୟବସ୍ଥା ଅନ୍ତର୍ଗତ ମାଲବାହୀ ବାହନଗୁଡ଼ିକ ପାଇଁ ଏପରି ସୁବିଧା କରାଯିବାର ସଫଳତା ପରେ, ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟକ ଯାତ୍ରୀ ବାହନଗୁଡ଼ିକର ବାଧାମୁକ୍ତ ଯାତାୟାତ ନିମନ୍ତେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ, ନୂଆ ନିୟମରେ ତିନି ମାସ କିମ୍ବା ଏହାର ଗୁଣକ ଅବଧି ଲାଗି ଅନୁମତି/ପରମିଟ୍ ଦିଆଯିବ ଯାହାକୁ ତିନି ବର୍ଷର ସର୍ବାଧିକ ସୀମା ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ।

ଏହି ବ୍ୟବସ୍ଥାରେ ଆମ ଦେଶର ସେହିସବୁ କ୍ଷେତ୍ରଗୁଡ଼ିକୁ ଧ୍ୟାନରେ ରଖି ସାମିଲ କରାଯାଇଛି ଯେଉଁଠି ସୀମିତ ପର‌୍ୟ୍ୟଟନ ଋତୁ ରହିଛି। ସେହିପରି ଏଥିରେ କମ ଆର୍ଥିକ କ୍ଷମତା ଥିବା ଅପରେଟରମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହା ଏକ କେନ୍ଦ୍ରୀୟ ଡାଟାବେସ ସହିତ ସମସ୍ତ ଅନୁମତି/ପରମିଟ୍ ଗୁଡ଼ିକୁ ଏକତ୍ରିତ କରିବ, ଯାହା ପର୍ଯ୍ୟଟକମାନଙ୍କର ଯାତାୟାତ, ପର‌୍ୟ୍ୟଟନରେ ସୁଧାର, ପ୍ରୋତ୍ସାହନ ନିମନ୍ତେ ସହାୟକ ହେବ।

ଆମ ଦେଶରେ ବିଗତ ୧୫ ବର୍ଷ ମଧ୍ୟରେ ଯାତ୍ରା ଓ ପର୍ଯ୍ୟଟନ ଉଦ୍ୟୋଗ ବେଶ ପ୍ରସାର ଲାଭ କରିବାକୁ ଦୃଷ୍ଟିରେ ରଖି ଏହି ନିୟମ ଅଣାଯାଇଛି। ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କର ଅଭିବୃଦ୍ଧିରେ ଯୋଗଦାନ ରହିଛି। ଏଥିରେ ଉଚ୍ଚ ଆଶାପୂରଣ ଏବଂ ପର୍ଯ୍ୟଟକମାନଙ୍କର ଅନୁଭୂତିର ଏକ ଧାରା ରହିଛି।

ନୂଆ ନିୟମ ପର୍ଯ୍ୟଟକ ପର୍ଯ୍ୟଟନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.