
ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା ୨୦୨୧’ ପରିସରରେ ୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଅରୁଣ ସାହୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ସେ କହିଲେ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ସହିତ ରପ୍ତାନୀ ବୃଦ୍ଧି କରି ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ଆମର ଲକ୍ଷ୍ୟ ହେବା ଉଚିତ୍ ।