Categories
ଆଜିର ଖବର ରାଜ୍ୟ ଖବର

ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ କଡା ସମାଲୋଚନା, କହିଲେ ଏମିତି କଥା

ଭୁବନେଶ୍ବର, ବିଜେପି ତରଫରୁ ରାଜ୍ୟରେ ଆରମ୍ଭ ହୋଇଛି ଜନ ଆର୍ଶିବାଦ ଯାତ୍ରା। ନୂଆ କରି ମୋଦୀ ମନ୍ତ୍ରୀ ମଣ୍ଡଳରେ ସାମିଲି ହୋଇଥିବା ଦୁଇ ପାୱାରଫୁଲ ମନ୍ତ୍ରୀ ଏହାର ନେତୃତ୍ବ ନେଉଛନ୍ତି। ଗତକାଲି ସେମାନେ ଭୁବନେଶ୍ବରୁ ଯାତ୍ରା ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଯାଇଥିଲେ। ବାଟରେ ସେମାନଙ୍କୁ ବିଭିନ୍ନ ଦଳୀୟ କର୍ମିମାନେ ସ୍ବାଗତ କରିଥିଲେ। ଏହାଦ୍ବାରା ବିଜେପି ବେଶ୍ ଫାଇଦା ହାସଲ କରିବ ବୋଲି ଆଶା କରିଛି।

ହେଲେ ଦଳର ଏହି ଯାତ୍ରାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ। ସେ ଟୁଇଟ କରି କହିଛନ୍ତି ଯେ, ‘ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା – ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା – ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଣା ଅଛି’। ମନ୍ତ୍ରୀ କୌଣସି ଦଳର ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ ଏହା ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ସିଧା ସୂଚାଉଛି ଏଥିରେ ସନ୍ଦେହ ନାହିଁ।

ଏହି ଟୁଇଟିକୁ ନେଇ ବିଜେପି ନେତାମାନେ ସମାଲୋଚନା କରିଥିବା ବେଳେ ବିଭିନ୍ନ ଲୋକ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ଦିଆଗଲା ନିଯୁକ୍ତି ପତ୍ର

ଭୁବନେଶ୍ୱର, ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ‘କୃଷି ଓଡ଼ିଶା ୨୦୨୧’ ପରିସରରେ ୬୫ ଜଣ ନୂତନ ସହକାରୀ ମତ୍ସ୍ୟ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। କୃଷି ଓ ମତ୍ସ୍ୟ ସଂପଦ ମନ୍ତ୍ରୀ ଅରୁଣ ସାହୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ସେ କହିଲେ ଆଧୁନିକ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରି ରାଜ୍ୟକୁ ମତ୍ସ୍ୟ ଉତ୍ପାଦନରେ ସ୍ୱାବଲମ୍ବୀ କରିବା ସହିତ ରପ୍ତାନୀ ବୃଦ୍ଧି କରି ଅଧିକରୁ ଅଧିକ ବୈଦେଶିକ ମୁଦ୍ରା ଅର୍ଜନ କରିବା ଆମର ଲକ୍ଷ୍ୟ ହେବା ଉଚିତ୍‌ ।

Categories
ଫଟୋ ଖବର

ନୟାଗଡ ଓଡଗାଁ ପାର୍କରେ ମର୍ଣ୍ଣିଂ ୱାକ କରୁଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

ନୟାଗଡ ଓଡଗାଁ ପାର୍କରେ ମର୍ଣ୍ଣିଂ ୱାକ କରୁଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

Categories
ବିଶେଷ ଖବର ରାଜ୍ୟ ଖବର

ଅରୁଣ ସାହୁଙ୍କ ପାଇଁ ବଢିଲା ବିପଦ, ମନ୍ତ୍ରୀ ପଦରୁ ବିଦା କରିପାରନ୍ତି ନବୀନ

ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ବର୍ତ୍ତମାନ ପରୀ ମୃତ୍ୟୁକୁ ନେଇ ବିରୋଧୀ ବିରୋଧ ଥମିବାର ନାଁ ଧରୁ ନାହିଁ। ଉଭୟ ବିଜେପି କଂଗ୍ରେସ ଏହି ଘଟଣାକୁ ନେଇ ତୁମ୍ବି ତୋଫାନ କରିବାରେ ଲାଗିଲେଣି। ଫଳରେ ନବୀନ ଏହାକୁ କୁଆଡେ ଗୁରୁତର ସହ ବିଚାର କଲେଣି ବୋଲି ଶୁଣିବାକୁ ମିଳୁଛି। ଫଳରେ କେଉଁ ମୂର୍ହୁର୍ତ୍ତରେ ନବୀନ ତାଙ୍କୁ ଇସ୍ତଫା ଦେବା ପାଇଁ କହିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ବିଭିନ୍ନ ସମୟରେ ନବୀନ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିଛି ସେମାନଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛନ୍ତି। ସେହି ନ୍ୟାୟରେ ଏଥର ଅରୁଣଙ୍କ ଉପରେ ନବୀନ କଠୋର ହେବେ ବୋଲି ଅନୁମାନ କରାଯାଇଛି। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅରୁଣ ସାହୁ ହେଉଛନ୍ତି ଅନ୍ୟତମ ମନ୍ତ୍ରୀ ଯେ କି ପୁଣି ଥରେ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସହିତ ପୂର୍ବ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନଙ୍କୁ ନବୀନ ବିଶ୍ବାସକୁ ନେଇ ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତ ହେଲେ 120 ଅଧ୍ୟାପକ

ଭୁବନେଶ୍ବର, ରାଜ୍ୟର ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ 120 ଜଣ ଅଧ୍ୟାପକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ତରଫରୁ ଏକ ବିଜ୍ଞପ୍ତି ମାଧ୍ୟମରେ ଜଣାଇଦିଆଯାଇଛି। ଏହି ଅଧ୍ୟାପକମାନେ ସେମାନଙ୍କର ମନୋନିତ କଲେଜ ଅନଲାଇନରେ ବାଛିବା ପାଇଁ କୁହାଯାଇଥିଲା। ସେହି ଅନୁସାରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ବିଭାଗ ତରଫରୁ କୁହାଯାଇଛି। ଏହି ଅଧ୍ୟାପକମାନଙ୍କର ପରୀକ୍ଷା ରାଜ୍ୟ ସିଲେକସନ୍ ବୋର୍ଡ ମାଧ୍ୟମରେ କରାଯାଇଥିଲା।

ଆସନ୍ତା 25 ତାରିଖରେ ଭୁବନେଶ୍ବରର ରବିନ୍ଦ୍ର ମଣ୍ଡପରେ ଏହି ଅଧ୍ୟାପକମାନଙ୍କର ଏକ ଦିଗଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ସଚିବ ସ୍ବାଶତ ମିଶ୍ର ପ୍ରମୁଖ ଯୋଗଦେବେ।

Categories
ଫଟୋ ଖବର

ବଲାଙ୍ଗିବନ୍ଧ ଉଦ୍ୟାନ ଉନ୍ନତିକରଣ କାର୍ଯ୍ୟ ପରିଦର୍ଶନ କରୁଛନ୍ତି ଉଚ୍ଚ ଶିକ୍ଷା ଏବଂ କୃଷି ମନ୍ତ୍ରୀ ଅରୁଣ ସାହୁ

ବଲାଙ୍ଗିବନ୍ଧ ଉଦ୍ୟାନ ଉନ୍ନତିକରଣ କାର୍ଯ୍ୟ ପରିଦର୍ଶନ କରୁଛନ୍ତି ଉଚ୍ଚ ଶିକ୍ଷା ଏବଂ କୃଷି ମନ୍ତ୍ରୀ ଅରୁଣ ସାହୁ

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ସାର ଯୋଗାଣ ଠକେଇ, ଚଢାଉ ପରେ ୧୬୩ ଜଣଙ୍କ ଲାଇସେନ୍ସ ବାତିଲ,୯ ଜଣଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌

ଭୁବନେଶ୍ୱର,  ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନଙ୍କୁ ସାରର ସୁଷମ ଯୋଗାଣ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ବରିଷ୍ଠ କୃଷି ଅଧିକାରୀଙ୍କ ଏକ ଭର୍ଚ୍ଚୁଆଲ ବୈଠକରେ ସାର ଯୋଗାଣ ସମ୍ପର୍କରେ ସମୀକ୍ଷା କରିବା ଅବସରରେ ରାଜ୍ୟର ସବୁ ଚାଷୀ ଖରିଫ ଚାଷ ନିମନ୍ତେ ଯେପରି ଆବଶ୍ୟକୀୟ ସାର ପାଇପାରିବେ, ସେ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଥିଲେ।

ସାର ବିକି୍ର ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ସହିତ ଡିଲରମାନେ ଯେପରି ଚଢ଼ା ଦରରେ ସାର ବିକି୍ର କରି ନପାରନ୍ତି ସେଥିନିମନ୍ତେ ପ୍ରତ୍ୟେକ ସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହିତ ଖିଲାପି ଡିଲରମାନଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକର ତଥ୍ୟ ଅନୁଯାୟୀ ଅଦ୍ୟାବଧି ରାଜ୍ୟରେ ମୋଟ ୬୮୮୧ଟି ଡିଲର ପଏଣ୍ଟକୁ ଯାଞ୍ଚ କରାଯାଇଛି । ଏଥିମଧ୍ୟରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬୫୭୨ଟି ଯାଞ୍ଚ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ଦ୍ୱାରା ୩୦୯ଟି ସାର ଡିଲରଙ୍କ ଯାଞ୍ଚ କରାଯାଇଛି । ଯାଞ୍ଚ ପରେ ଅନିୟମିତତା ଯୋଗୁଁ ୩୭୮୪ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ୧୦୪ ଜଣଙ୍କୁ ସାର ବିକ୍ରି ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

୨୫୦ ଜଣ ସାର ଡିଲରଙ୍କ ଲାଇସେନସକୁ ନିଲମ୍ବନ କରାଯାଇଥିବାବେଳେ ୧୬୩ ଜଣଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଛି । ସେହିପରି ୩୦ ଜଣ ଡିଲରଙ୍କ ସାରକୁ ଜବତ କରାଯାଇଛି ଓ ୯ ଜଣ ଡିଲରଙ୍କ ବିରୋଧରେ ଏଫଆଇଆର ଦାୟର କରାଯାଇଛି ।

ଏତଦ୍‌ବ୍ୟତୀତ ୯ଟି ପ୍ୟାକସ/ଲ୍ୟାମ୍ପସର ସମ୍ପାଦକ/ଏମଡିଙ୍କୁ ଅନିୟମିତତା ଯୋଗୁଁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଏଥିମଧ୍ୟରୁ ବୌଦ୍ଧର ୫ ଜଣ, ସମ୍ବଲପୁରର ୨ ଜଣ ଏବଂ ଦେବଗଡ ଜିଲ୍ଲାର ୨ ଜଣ ଅନ୍ତର୍ଭୁକ୍ତ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଓ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ଉନ୍ନୟନ ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Categories
ଫଟୋ ଖବର

ଜଣେ ମହିଳା ଭାବେ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ।