ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ କଡା ସମାଲୋଚନା, କହିଲେ ଏମିତି କଥା

Published: Aug 20, 2021, 1:08 pm IST

ଭୁବନେଶ୍ବର, ବିଜେପି ତରଫରୁ ରାଜ୍ୟରେ ଆରମ୍ଭ ହୋଇଛି ଜନ ଆର୍ଶିବାଦ ଯାତ୍ରା। ନୂଆ କରି ମୋଦୀ ମନ୍ତ୍ରୀ ମଣ୍ଡଳରେ ସାମିଲି ହୋଇଥିବା ଦୁଇ ପାୱାରଫୁଲ ମନ୍ତ୍ରୀ ଏହାର ନେତୃତ୍ବ ନେଉଛନ୍ତି। ଗତକାଲି ସେମାନେ ଭୁବନେଶ୍ବରୁ ଯାତ୍ରା ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଯାଇଥିଲେ। ବାଟରେ ସେମାନଙ୍କୁ ବିଭିନ୍ନ ଦଳୀୟ କର୍ମିମାନେ ସ୍ବାଗତ କରିଥିଲେ। ଏହାଦ୍ବାରା ବିଜେପି ବେଶ୍ ଫାଇଦା ହାସଲ କରିବ ବୋଲି ଆଶା କରିଛି।

ହେଲେ ଦଳର ଏହି ଯାତ୍ରାକୁ କଡା ସମାଲୋଚନା କରିଛନ୍ତି ବିଜେଡି ନେତା ତଥା ମନ୍ତ୍ରୀ ଅରୁଣ ସାହୁ। ସେ ଟୁଇଟ କରି କହିଛନ୍ତି ଯେ, ‘ସେବା ନକରି ଆଶୀର୍ବାଦ ପାଇବାକୁ ବାଧ୍ୟ କରିବା – ନିରନ୍ତର ସେବା ଦେଇ ସ୍ୱତଃପ୍ରବୃତ୍ତ ଆଶୀର୍ବାଦ ପାଇବା – ଉଭୟ ଭିତରେ ଫରକ ଓଡ଼ିଶାବାସୀଙ୍କୁ ଜଣା ଅଛି’। ମନ୍ତ୍ରୀ କୌଣସି ଦଳର ନାମ ଉଲ୍ଲେଖ କରି ନ ଥିଲେ ମଧ୍ୟ ଏହା ବିଜେପିର ଜନ ଆର୍ଶିବାଦ ଯାତ୍ରାକୁ ସିଧା ସୂଚାଉଛି ଏଥିରେ ସନ୍ଦେହ ନାହିଁ।

ଏହି ଟୁଇଟିକୁ ନେଇ ବିଜେପି ନେତାମାନେ ସମାଲୋଚନା କରିଥିବା ବେଳେ ବିଭିନ୍ନ ଲୋକ ପ୍ରଶଂସା କରିଛନ୍ତି।

Related posts