ଅରୁଣ ସାହୁଙ୍କ ପାଇଁ ବଢିଲା ବିପଦ, ମନ୍ତ୍ରୀ ପଦରୁ ବିଦା କରିପାରନ୍ତି ନବୀନ

Published: Dec 14, 2020, 4:00 pm IST

ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ବର୍ତ୍ତମାନ ପରୀ ମୃତ୍ୟୁକୁ ନେଇ ବିରୋଧୀ ବିରୋଧ ଥମିବାର ନାଁ ଧରୁ ନାହିଁ। ଉଭୟ ବିଜେପି କଂଗ୍ରେସ ଏହି ଘଟଣାକୁ ନେଇ ତୁମ୍ବି ତୋଫାନ କରିବାରେ ଲାଗିଲେଣି। ଫଳରେ ନବୀନ ଏହାକୁ କୁଆଡେ ଗୁରୁତର ସହ ବିଚାର କଲେଣି ବୋଲି ଶୁଣିବାକୁ ମିଳୁଛି। ଫଳରେ କେଉଁ ମୂର୍ହୁର୍ତ୍ତରେ ନବୀନ ତାଙ୍କୁ ଇସ୍ତଫା ଦେବା ପାଇଁ କହିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି।

ବିଭିନ୍ନ ସମୟରେ ନବୀନ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିଛି ସେମାନଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛନ୍ତି। ସେହି ନ୍ୟାୟରେ ଏଥର ଅରୁଣଙ୍କ ଉପରେ ନବୀନ କଠୋର ହେବେ ବୋଲି ଅନୁମାନ କରାଯାଇଛି। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅରୁଣ ସାହୁ ହେଉଛନ୍ତି ଅନ୍ୟତମ ମନ୍ତ୍ରୀ ଯେ କି ପୁଣି ଥରେ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସହିତ ପୂର୍ବ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନଙ୍କୁ ନବୀନ ବିଶ୍ବାସକୁ ନେଇ ନାହାଁନ୍ତି।

Related posts