Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୃହ ଯୋଗାଣ କ୍ଷେତ୍ରରେ କେନ୍ଦ୍ର ବୈମାତୃକ ମନୋଭାବ ଦେଖାଉଛି ବୋଲି ଅଭିଯୋଗ କଲା ବିଜେଡି
ବିଶେଷ ଖବର

ଗୃହ ଯୋଗାଣ କ୍ଷେତ୍ରରେ କେନ୍ଦ୍ର ବୈମାତୃକ ମନୋଭାବ ଦେଖାଉଛି ବୋଲି ଅଭିଯୋଗ କଲା ବିଜେଡି

March 20, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍‍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍‍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଓଡିଶାକୁ ଦିଆଯାଇଥିବା ୬ଲକ୍ଷ ଘରର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ମୁଖପାତ୍ର ଓ ବିଜୁ ଯୁବ ଜନତାଦଳ ରାଜ୍ୟ ସଭାପତି ଡଃ.ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫନି ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେତେବେଳେ ଗୋଟିଏ ମାସ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବପୋର୍ଟାଲ ଖୋଲା ଥିଲା । ପାଖାପାଖି ୮ଲକ୍ଷ ଘରକୁ ଆବାସ ଯୁକ୍ତ ଯୋଜନାରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତୀକ୍ଷା ତାଲିକା ଅର୍ନ୍ତଭୁକ୍ତ କରାଯାଇ ନାହିଁ । ଫନି ହୋଇନଥିବା ରାଜ୍ୟର ଅନ୍ୟ ୧୬ଟି ଜିଲ୍ଲାରେ ପାଖାପାଖି ୬ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୁକ୍ତ ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାର ସେହି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ସହିତ ତାଲିକା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ମୋଟ୍‍ ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

୨୦୧୯ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ସ୍ଥାୟୀ ପ୍ରତୀକ୍ଷା ତାଲିକା ସଂଯୋଗ କରିବାପାଇଁ ଅନୁମତି ଦେଇ ନାହାନ୍ତି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ ।

ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟ, ସିକିମ, ଲଦାଖ, ଦାଦ୍ରା ନଗର ହାବେଳି ଇତ୍ୟାଦି ଆବାସ ଯୁକ୍ତ ଯୋଜନାରେ ନୂତନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ସାମିଲ କରିସାରିଥିବାବେଳେ ଓଡିଶାକୁ କିନ୍ତୁ ବାଦ୍‍ ଦିଆଯାଇଛି । ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ୨୦୧୬-୧୭ରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ଏବଂ ୨୦୧୭-୧୮ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛି ।

ଫନି ସମୟରେ କେନ୍ଦ୍ର ସରକାର ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ସମୟରେ ଆଧାରକାର୍ଡ ଓ ଜବ୍‍ କାର୍ଡ ଭଳି ଆନୁଷଙ୍ଗିକ କାଗଜପତ୍ର ବାରମ୍ବାର ମଗାଯାଇଥିଲା । ଓଡିଶା ସରକାର ଏହାକୁ ଯୋଗାଇ ଦେବା ସତ୍ତ୍ୱେ କୌଣସି ଘର ମିଳିଲା ନାହିଁ । ଯେଉଁଥିରୁ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ସ୍ପଷ୍ଟ ଭାବେ ବାରିହୋଇ ଯାଉଛି । ଲୋକେ ଜନପ୍ରତିନିଧିଙ୍କୁ ନିର୍ବାଚିତ କରନ୍ତି ତାଙ୍କ ଦାବିକୁ କେନ୍ଦ୍ର ସରକାରଙ୍କ ଆଗରେ ଉପସ୍ଥାପନା କରିବାପାଇଁ । ବିଡମ୍ବନା ହେଉଛି ବିଜେପି ସାଂସଦମାନେ ଓଡିଶା ଲୋକଙ୍କ ସ୍ୱାର୍ଥ ପାଇଁ ଲଢିବା ପରିବର୍ତ୍ତେ ଓଡିଶା ଲୋକଙ୍କୁ ତାଙ୍କ ହକ୍‌ରୁ ବଞ୍ଚାଇବାପାଇଁ ଅଣ୍ଟା ଭିଡିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟରେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡିଶା କିଭଳି ପ୍ରଧାନମନ୍ତ୍ରୀ ଆବାସ କୋଟାରୁ ବଞ୍ଚିତ ହେବ ସେ ଦିଗରେ ତତ୍ପରତା ପ୍ରକାଶ କରୁଛନ୍ତି ।

କିଛିଦିନ ତଳେ ଦୁଇଜଣ ସାଂସଦଙ୍କ ଅଭିଯୋଗ କ୍ରମେ କେନ୍ଦ୍ରର ୭ଜଣିଆ ଟିମ୍‍ ଓଡିଶା ଆସିଥିଲେ । ୮୭୨ଟି ଘର ଉପରେ ଅଭିଯୋଗ ହୋଇଥିଲା । ସେଥିରୁ ମୋଟ୍‍ ୯୦ଜଣ ଘର ପାଇଛନ୍ତି । ଏହି ଅଳ୍ପ ସଂଖ୍ୟକ ଲୋକଙ୍କୁ ଆଳ କରି କେନ୍ଦ୍ର ସରକାର ସମଗ୍ର ରାଜ୍ୟବାସୀଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଟିମ୍‍ ଦ୍ୱାରା ସନ୍ତୋଷଜନକ ରିପୋର୍ଟ କିମ୍ବା ଉତ୍ତର ହସ୍ତଗତ ହୋଇନାହିଁ । ତେଣୁ ଆମର ୧୪ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏ ବୈମାତୃକ ମନୋଭାବ କାହିଁକି ବୋଲି ଉଭୟ ଶ୍ରୀ ରାୟ ଓ ଶ୍ରୀମତୀ ମିଶ୍ର ପ୍ରଶ୍ନ କରିଛନ୍ତି ।

୨୦୧୪-୧୫ ମସିହାରେ ଏନ୍‍ଡିଏ ସରକାର ଆସିବାପରେ ଇନ୍ଦିରା ଆବାସ ଯୋଜନା ଯାହାକି ୭୫:୨୫ ଅନୁଦାନ ହାରରେ ଓଡିଶାକୁ ମିଳୁଥିଲା । ତାକୁ ପରିବର୍ତ୍ତନ କରାଯାଇ ପିଏମ୍‍ଏୱାଇ (ଗ୍ରାମୀଣ) ଯୋଜନା ନାମରେ ୬୦:୪୦ ଅଂଶଧନରେ ଦିଆଗଲା । ଯାହାଦ୍ୱାରା ଓଡିଶା ଉପରେ ଅଧିକ ବୋଝ ଲଦି ଦିଆଗଲା । ଓଡିଶା ପିଏମ୍‍ଏୱାଇରେ ୪୦ ପ୍ରତିଶତ ଅର୍ଥ ଦେଇଛି ଏବଂ ତାହା ସହିତ ୪ମାସରେ ଘର କାମ ସାରୁଥିବା ହିତାଧିକାରୀଙ୍କୁ ୨୦ହଜାର ଏବଂ ୬ମାସରେ ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ହଜାର ଟଙ୍କାର ପ୍ରୋତ୍ସାହନ ଯୋଗାଇ ଦେଉଛି ଏବଂ ଏଥିସହିତ ଓଡିଶା ସରକାର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀଙ୍କ ଅର୍ଥ ବହନ କରୁଛନ୍ତି ।

ଯଦି ଏହାକୁ ଆକଳନ କରାଯାଏ ଏହା ପାଖପାଖି ୫୦:୫୦ ଅଂଶଧନ ଆକାରରେ ରାଜ୍ୟ ସରକାର ଖର୍ଚ୍ଚ ବହନ କରୁଛନ୍ତି । ତଥାପି ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ଜାତୀୟ ଗ୍ରାମ୍ୟ ନିଶ୍ଚିତ ରୋଜଗାର ଯୋଜନାରେ ଘର ପିଛା ୧୭ହଜାରରୁ ୧୯ହଜାର ଟଙ୍କା ଦିଆଯାଏ । ୯୦ରୁ ୯୫ଦିନ ଦୈନିକ ପାରିଶ୍ରମିକ ହିସାବରେ ହିତାଧିକାରୀ ଏହା ପାଇଥାନ୍ତି। କିନ୍ତୁ କିଛି ବର୍ଷ ହେଲା ଏ ଟଙ୍କା କେନ୍ଦ୍ର ସରକାର ଦେଉନଥିବାରୁ ଅସନ୍ତୋଷ ବଢିବାରେ ଲାଗିଥିବା ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025

ଭୁବନେଶ୍ୱର ସ୍ବତନ୍ତ୍ର ଜିଲ୍ଲା ଅଭିଯାନ: ଶତାଧିକ ସାହିତ୍ୟକ, ଲେଖକ, କବି ଓ ମୁରବୀ ସାମିଲ

October 12, 2025

ଆର୍ଯ୍ୟ ସମାଜ ର ୧୫୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

October 12, 2025
Latest News

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.