ଏହି ତାରିଖ ସୁଦ୍ଧା ପ୍ୟାନ ସହ ଆଧାର ଲିଙ୍କ କରିନିଅନ୍ତୁ: ନଚେତ୍ ଜରିମାନା ସହ ଅବୈଧ ଘୋଷଣା ହେବ କାର୍ଡ଼

Published: Mar 25, 2021, 4:31 pm IST

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ୟାନ ସହ ଆଧାର ଲିଙ୍କ କରିବାର ଶେଷ ତାରିଖ ରହିଛି। ଯଦି ପ୍ୟାନ ସହ ଆଧାର ଲିଙ୍କ କରିନାହାନ୍ତି, ତେବ ଖୁବ ଶୀଘ୍ର କରିନିଅନ୍ତୁ। ନଚେତ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା ପୂର୍ବରୁ ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି କେନ୍ଦ୍ର ସରକାର ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ।

ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ ଘୋଷଣା କରାଯାଇପାରେ।

Related posts