Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଜାତୀୟ ଖବର

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

April 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ସଫଳତା ଓ ପେଶାଦାର ମନୋଭାବକୁ ବେଶ ପ୍ରଶଂସା କରିଛନ୍ତି । ସାମର୍ଥ୍ୟ, ସଂସାଧନ ଓ ସେବା ଭାବ ଆମ ଟିକା ଉଦ୍ୟୋଗର ସବୁଠାରୁ ବଡ ଶକ୍ତି । ଏହା ସେମାନଙ୍କୁ ବିଶ୍ୱରେ ଭ୍ୟାକ୍ସିନ ଲିଡର ବନାଇଛି ।

ଦେଶର ଟିକା ପ୍ରସ୍ତୁତକର୍ତ୍ତାମାନଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସରକାର ମଇ ୧ରୁ ସମସ୍ତ ସାବାଳକଙ୍କ ଟିକାକରଣ କାର‌୍ୟ୍ୟକ୍ରମକୁ ଅନୁମତି ଦେଇଛନ୍ତି । ଏହି ଟିକାକରଣ ପାଇଁ କମ ସମୟ ମଧ୍ୟରେ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଉତ୍ପାଦନ କ୍ଷମତା ବଢାଇବାକୁ ସେ ଅନୁରୋଧ କରିଛନ୍ତି । ନୂଆ ଟିକା ବିକଶିତ କରିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଥିବା ଗବେଷଣା ଓ ଉଦ୍ୟମକୁ ପ୍ରଶଂସା କରିଥିଲେ । ଖୁବ କମ ସମୟ ମଧ୍ୟରେ ଟିକା ବିକାଶ ଓ ଉତ୍ପାଦନ କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦୀ ଟିକା ପ୍ରସ୍ତୁତକର୍ତ୍ତାମାନଙ୍କୁ ଦେଇଛନ୍ତି ।

ଭାରତରେ ପ୍ରସ୍ତୁତ ଭ୍ୟାକ୍ସିନ ସବୁଠାରୁ ଶସ୍ତା ବୋଲି କହିବା ସହ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଟିକା ବିକାଶ ଓ ପ୍ରସ୍ତୁତି ପ୍ରକ୍ରିୟା ଚାଲିଥିବା ବେଳେ ଦେଶ ଲଗାତର ମିଶନ କୋଭିଡ ସୁରକ୍ଷା ଅନୁଯାୟୀ ସରକାରୀ- ଘରୋଇ ଭାଗିଦାରୀ ପାଇଁ ଉଦ୍ୟମ କରୁଥିଲା ଓ ଆରମ୍ଭରୁ ଶେଷ ଯାଏଁ ଟିକା ବିକାଶର ଇକୋସିଷ୍ଟମ ବଜାୟ ରଖିଥିଲା ।

ସରକାର ସମସ୍ତ ଟିକା ପ୍ରସ୍ତୁତକର୍ତ୍ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ଓ ଲଜିଷ୍ଟିକ ସହାୟତା ସୁନିଶ୍ଚିତ କରିବା ସହ ଟିକା ଅନୁମତି ପ୍ରକ୍ରିୟାକୁ ସଅଳ ଓ ବିଜ୍ଞାନସମ୍ମତ କରିବାକୁ ପଦକ୍ଷେପ ନେଇଥିଲେ । ଏବେ ଟ୍ରାଏଲ ପର‌୍ୟ୍ୟାୟରେ ଥିବା ଟିକାଗୁଡିକର ସରଳ ଅନୁମତି ପ୍ରକ୍ରିୟା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର କୋଭିଡ- ୧୯ ବିରୋଧୀ ଲଢେଇରେ ଘରୋଇ କ୍ଷେତ୍ରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ଆଗାମୀ ଦିନରେ ଟିକାକରଣ ଅଭିଯାନରେ ବେସରକାରୀ କ୍ଷେତ୍ର ଆହୁରି ସକ୍ରିୟ ଭୂମିକା ଆପଣାଇବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ । ଡାକ୍ତରଖାନା ଓ କାରଖାନା ମଧ୍ୟରେ ଉତ୍ତମ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ଟିକାକରଣକୁ ଅନୁମତି ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ଓ ଅଧିକ ପ୍ରୋତ୍ସାହନ ତଥା ନମନୀୟତା ପ୍ରଦାନ ପାଇଁ ନେଇଥିବା ପଦକ୍ଷେପ ପାଇଁ ଟିକା ପ୍ରସ୍ତୁତକର୍ତ୍ତାମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଟିକାର ବିକାଶ ଓ ଉତ୍ପାଦନ ପାଇଁ ଭାରତ ସରକାରଙ୍କ ଠାରୁ ମିଳିଥିବା ସମର୍ଥନ ପାଇଁ ସେମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ଉତ୍ପାଦନ ବୃଦ୍ଧି, ଆସିବାକୁ ଥିବା ଟିକା ଓ ନୂଆ ଭୂତାଣୁ ସମ୍ପର୍କରେ ଗବେଷଣା ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.